କନକ ବ୍ୟୁରୋ : ବିଜେପିରେ କିଏ ହେବ ରାଜ୍ୟସଭା ପ୍ରାର୍ଥୀ ? କାହା ନାଁରେ ମୋହର ମାରିବେ ଦିଲ୍ଲୀ ନେତୃତ୍ବ ? କିଏ ସାଜିବ ବିଜେଡି ପାଇଁ ରାଜ୍ୟସଭା ଡାର୍କ ହର୍ସ । କାରଣ ଏଭଳି କିଛି ପ୍ରଶ୍ନ କ୍ଷମତା ଅଳିନ୍ଧରେ ଚର୍ଚ୍ଚା ହେଉଛି। କାରଣ ଆଉ ଗୋଟିଏ ମାସ ପରେ ବାଜିବ ରାଜ୍ୟସଭା ବିଗୁଲ। ଉଭୟ ଦଳରୁ ମାଳ ମାଳ ଆଶାୟୀ ଏବେଠୁ ଲବି ଆରମ୍ଭ କଲେଣି। ଭିତରେ ଭିତରେ ନୂଆବର୍ଷ ଶୁଭେଛା ଆଳରେ ଶୀର୍ଷ ନେତୃତ୍ବଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ।
ଅଧିକ ପଢ଼ନ୍ତୁ : ରୋମାଞ୍ଚକର ହେବ ରାଜ୍ୟସଭା ଲଢ଼େଇ; କିଏ ହାତେଇବ ଚତୁର୍ଥ ଆସନ ?
ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଆସିନି, ହେଲେ ଏବେଠୁ ତାତି ଅନୁଭୂତ ହେଲାଣି। ଉଭୟ ବିଜେପି ଓ ବିଜେଡି ନିଜର ପ୍ରାର୍ଥୀ ଚୟନ ପାଇଁ ଆରମ୍ଭ କଲେଣି ଅଙ୍କକଷା। ବିଜେପି ଶିବିରରେ ଚର୍ଚ୍ଚା ଅନୁଯାୟୀ ରାଜ୍ୟସଭା ଦୌଡ଼ରେ ଆଗରେ ରାଜ୍ୟ ସଭାପତି ମନମୋହନ ସାମଲ। ୨୦୨୪ ନିର୍ବାଚନରେ ଦଳ ବିଜୟର ପ୍ରମୁଖ ସୁତ୍ରଧରଙ୍କ ରାଜ୍ୟସଭା ପୁରସ୍କାର ଦେଇପାରନ୍ତି କେନ୍ଦ୍ରୀୟ ନେତୃତ୍ବ । ଅନ୍ୟପଟେ ପ୍ରତିଶ୍ରୁତି ଅନୁଯାୟୀ କଳାହାଣ୍ଡିର ପୂର୍ବତନ ସାଂସଦ ବସନ୍ତ ପଣ୍ଡାକୁ ଦିଲ୍ଲୀ ପଠାଇବାକୁ ନେଇ ଗୋଟିଏ ଶିବିର ଲବି କରୁଛନ୍ତି । ସେପଟେ ଦଳର ବରିଷ୍ଠ ନେତା ଗୋଲକ ମହାପାତ୍ର ଓ ସମୀର ମହାନ୍ତିଙ୍କ ନାଁ ଚର୍ଚ୍ଚାରେ ରହିଛି।
ଅଧିକ ପଢ଼ନ୍ତୁ : ୨୦୨୬ ହେବ ରାଜନୀତି ପାଇଁ ପରୀକ୍ଷାର ବର୍ଷ, ରାଜ୍ୟସଭା ଓ ପଞ୍ଚାୟତ ନିର୍ବାଚନ କହିବ କାହାର କେତେ ଦମ୍ ?
କ୍ଷମତାରୁ ହଟିବା ପରେ ବିଜେଡିର ସ୍ଥିତି ଅସମ୍ଭାଳ। କିଏ ମେଳି କରି ଶକ୍ତି ପ୍ରଦର୍ଶନ କରୁଛି ତ ଆଉ ଖୋଲାଖୋଲି ସୁପ୍ରିମୋଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଛନ୍ତି। ଏଭଳି ସ୍ଥିତିରେ ରାଜ୍ୟସଭା ପ୍ରାର୍ଥୀ ଚୟନ ନବୀନଙ୍କ ପାଇଁ କାଠିକର ପାଠ, କାରଣ ଦଳର ଆଗଧାଡ଼ିର ନେତା ନିର୍ବାଚନରେ ମାରିଛନ୍ତି ଚିତପଟାଙ୍ଗ। ସେମାନେ ଏବେ ପୁଣିଥରେ କ୍ଷମତା ଅଳିନ୍ଦକୁ ଫେରିବାକୁ ରାଜ୍ୟସଭା ଗୋଟି ଚଳାଉଛନ୍ତି। (ଦେବୀ, ବବି, ସଞ୍ଜୟ, ପ୍ରତାପ, ଅତନୁ) ହେଲେ ବିଜେଡିର ଆଉ ଏକ ଗୋଷ୍ଠୀ ନବୀନଙ୍କ ରାଜନୈତିକ ସଚିବ ସଂନ୍ତୃପ୍ତଙ୍କ ନାଁକୁ ନେଇ ଚର୍ଚ୍ଚା କରୁଛନ୍ତି।
ଏସବୁ ଭିତରେ ରାଜ୍ୟ ରାଜନୀତିକୁ ନୂଆ ଖୋରାକ ଦେବ ଚତୁର୍ଥ ଆସନ। ସାମ୍ନାକୁ ଆସିବେ କି ଅଶ୍ବିନୀ ବୈଷ୍ଣବଙ୍କ ଭଳି ଚେହେରା। ନାଁ ସହମତି ଭିତ୍ତିରେ ଦିଲ୍ଲୀପ ରାୟଙ୍କୁ ନାଁରେ ମୋହର ମାରିବେ ଉଭୟ ବିଜେଡି ଓ ବିଜେପି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/10/rajyasabha-2026-01-10-21-34-24.jpg)