କନକବ୍ୟୁରୋ :  ରୋଚକ ହେବାକୁ ଯାଉଛି ଆଗାମୀ ରାଜ୍ୟସଭା ନିର୍ବାଚନ। ଚତୁର୍ଥ ଆସନ ନେଇ  ଚର୍ଚ୍ଚା ଜୋର ଧରିଥିବା ବେଳେ ନବୀନଙ୍କୁ ଭେଟିବାକୁ ସମୟ ମାଗିଛନ୍ତି ପିସିସି ସଭାପତି ଭକ୍ତ ଦାସ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କୁ ଭେଟିବାକୁ ସମୟ ମାଗିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଫେବୁଆରି ପ୍ରଥମ ସପ୍ତାହରେ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପିସିସି ସଭାପତି । ରାଜ୍ୟସଭା ସିଟ ପାଇଁ ବିଜେଡିକୁ ସମର୍ଥନ ମାଗିବ କଂଗ୍ରେସ। ଏକାଠି ହୋଇ ରାଜ୍ୟ ହିତରେ କାମ କରିଥିବା ସଫଳ ବ୍ୟକ୍ତିତ୍ୱକୁ ରାଜ୍ୟସଭା ପଠେଇବାକୁ ଅନୁରୋଧ କରିବେ ବୋଲି କହିଛନ୍ତି ଭକ୍ତ ଦାସ। ପୂର୍ବରୁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି କଂଗ୍ରେସ। 

Advertisment

ଅଧିକ ପଢନ୍ତୁ... ବେଆଇନ ବାଣ କାରଖାନାରେ ବିସ୍ଫୋରଣ : ଜଣେ ମୃତ, ୩ ଆହତ


---