କନକ ବ୍ୟୁରୋ : ସାଉଥ୍ ସିନେମା ଇଣ୍ଡଷ୍ଟ୍ରିରେ ରଜନୀକାନ୍ତ ଏବଂ କମଲ ହାସନ୍ ଦୁଇଟି ବଡ଼ ନାଁ । ହଲରେ ଏହି ଦୁଇ ବରିଷ୍ଠ ଅଭିନେତାଙ୍କ ଅଭିନୟ ଦେଖିବା ପାଇଁ ଦର୍ଶକ ଚାତକ ପରି ଚାହିଁ ରହିଥା’ନ୍ତି । ତେବେ ୪୭ ବର୍ଷର ଲମ୍ବା ପ୍ରତୀକ୍ଷା ପରେ ଏହି ୨ ଭେଟେରାନ୍ କଳାକାର ଏକାଠି ନଜର ଆସିବାକୁ ଯାଉଛନ୍ତି । ‘KH X RK’ ନାମରେ ପ୍ରସ୍ତୁତ ହେଉଥିବା ଏହି ପ୍ରୋଜେକ୍ଟର ପ୍ରଥମ ପ୍ରମୋ ଭିଡିଓ ଫେବ୍ରୁଆରି ୨୧ ରେ ରିଲିଜ୍ ହୋଇଥିଲା । ଯେଉଁଥିରେ ୨ ଅଭିନେତା ରେଟ୍ରୋ ଗ୍ୟାଙ୍ଗଷ୍ଟର୍ ରୂପରେ ନଜର ଆସିଥିଲେ । ସାଉଥର ଦୁଇ ସୁପରଷ୍ଟାରଙ୍କ ଏଭଳି ଅବତାର ଦେଖି ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦୁଇ ଗୁଣ ବଢ଼ିଯାଇଛି । ସୋସିଆଲ୍ ମିଡିଆରେ ଏବେ KH X RK ଟ୍ରେଣ୍ଡ୍ ଲିଷ୍ଟରେ ସାମିଲ ହୋଇଛି । ପ୍ରୋମୋରେ ରଜନୀକାନ୍ତ ଏବଂ କମଳ ହାସନ ରେଟ୍ରୋ ଷ୍ଟାଇଲରେ ସାମ୍ମାସାମ୍ନି ଛିଡ଼ା ହୋଇଥିବାର ନଜର ଆସୁଛନ୍ତି । 

Advertisment

ଆଗକୁ ପଢ଼ନ୍ତୁ : ମୁହଁରୁ ଭଦ୍ର , ଭିତରୁ ଭୟଙ୍କର : ଭିଡିଓ ଗେମ୍ ଖେଳିବାକୁ ଡାକି ୩୩ ପିଲାଙ୍କ ଜୀବନ ବରବାଦ କରିଥିବା ଦମ୍ପତି

ପ୍ରୋମୋରେ ରଜନୀକାନ୍ତ ଏବଂ କମଲ ହାସନଙ୍କୁ ନିର୍ଦ୍ଦେଶକ ନେଲସନ୍ ଦିଲୀପକୁମାରଙ୍କୁ ପଚାରୁଛନ୍ତି, "ହିରୋ କିଏ?" ଦୁହିଁଙ୍କ ପୁରୁଣା ସମୟର ସ୍ୱାଗ୍ ଏବଂ ଷ୍ଟାଇଲକୁ ଦେଖି ଫ୍ୟାନ୍ସ ମଧ୍ୟ ପୁରୁଣା ସମୟ ମନେ ପଡ଼ିଥିବା କଥା କହିଛନ୍ତି । ଦୁହିଁଙ୍କୁ ଶେଷଥର ପାଇଁ ୧୯୭୯ ରେ "ନିନୈଥାଲେ ଇନିକ୍କମ୍" ରେ ଏକାଠି ଦେଖାଯାଇଥିଲା । କମଲ ହାସନ ଏହି ଭିଡିଓକୁ ନିଜ ସୋସିଆଲ ମିଡିଆରେ ପୋଷ୍ଟ୍ କରି ପାଞ୍ଚ ଦଶକର ବନ୍ଧୁତା ବୋଲି କ୍ୟାପ୍ସନ ଦେଇଛନ୍ତି । ରେଡ୍ ଜଏଣ୍ଟ ମୁଭିଜ୍ ଏହାର ପ୍ରଯୋଜନା ପରିଚାଳନା କରୁଛି,ଏବଂ ରାଜୀବ ମେନନ୍ କ୍ୟାମେରା ପରିଚାଳନା କରୁଛନ୍ତି । 

ଏହି ଭିଡିଓରେ ରଜନୀକାନ୍ତଙ୍କ ଚିକ୍ ସିଗାର-ଧୂମପାନ ଶୈଳୀ ଏବଂ କମଲଙ୍କ ଚାଲାକୀ ହସକୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି । ନେଲସନ୍ ଏବଂ ସଂଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ମଧ୍ୟ ଏଥିରେ ଦେଖାଯାଉଛନ୍ତି । ଏହି ପ୍ରୋମୋ ହେଉଛି ଫିଲ୍ମର ପ୍ରଥମ ଲୁକ୍, ଯାହା ୨୦୨୭ ପୋଙ୍ଗଲରେ ହଲରେ ମୁକ୍ତିଲାଭ କରିବ । ଏକ ଷ୍ଟାଇଲିସ୍ ପ୍ରୋମୋ ଭିଡିଓ ମାଧ୍ୟମରେ ଫିଲ୍ମଟି ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଥିଲା ଯେଉଁଥିରେ ଉଭୟ ଷ୍ଟାର ଖୁବ୍ ଷ୍ଟାଇଲିସ୍ ଦେଖାଯାଉଥିଲା । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପ୍ରଶଂସକମାନେ ଏହାକୁ "ଧମାକେଦାର୍ ସିନେମା ପ୍ରମୋ" ବୋଲି କହିଛନ୍ତି । ଏକ୍ସ ପ୍ଲାଟଫର୍ମରେ କମଲ ହାସନ ଲେଖିଛନ୍ତି, "ମୋ ବନ୍ଧୁ ରଜନୀକାନ୍ତଙ୍କ ସହିତ ଏକ ସ୍ୱତନ୍ତ୍ର ଯାତ୍ରାର ନୂତନ ଅଧ୍ୟାୟ ଆରମ୍ଭ ହେଲା ।" ରଜନୀକାନ୍ତ ଏବଂ କମଲଙ୍କ ଯୋଡ଼ି ୭୦ ଏବଂ ୮୦ ଦଶକରେ ଅନେକ ହିଟ୍ ଫିଲ୍ମ ଦେଇଥିଲା । ଦୁହିଁଙ୍କ ପରଦା ଉପରର କେମେଷ୍ଟ୍ରି ଦର୍ଶକଙ୍କୁ ସବୁବେଳେ ଆକର୍ଷିତ କରିଥାଏ । କିନ୍ତୁ ସମୟ ସହିତ ଦୁଇ ଷ୍ଟାର୍ ସେମାନଙ୍କ କ୍ୟାରିଅର ପାଇଁ ଭିନ୍ନ ହୋଇଥିଲେ । ଏତେ ଲମ୍ବା ବ୍ୟବଧାନ ପରେ ସେମାନଙ୍କର ରି-ୟୁନିୟନ୍ କେବଳ ତାମିଲ ସିନେମା ପାଇଁ ନୁହେଁ ବରଂ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଏହି ଚଳଚ୍ଚିତ୍ରର ସଙ୍ଗୀତ ଲୋକପ୍ରିୟ ସଙ୍ଗୀତକାର ଅନିରୁଦ୍ଧ ରବିଚନ୍ଦରଙ୍କ ଦ୍ୱାରା ପ୍ରସ୍ତୁତ ହେବ ଯିଏ ପୂର୍ବରୁ ଅନେକ ସୁପରହିଟ୍ ଆଲବମ୍ ଦେଇଛନ୍ତି । ଆଶା କରାଯାଉଛି ଯେ ଚଳଚ୍ଚିତ୍ରର ସଙ୍ଗୀତ ଦର୍ଶକଙ୍କୁ ମଧ୍ୟ ନଚାଇବାକୁ ବାଧ୍ୟ କରିବ ।