କନକ ବ୍ୟୁରୋ : ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ଶିଖର ଧୱନଙ୍କ ଘରେ ପୁଣି ଥରେ ବାଜିଛି ସାହାନାଇ । ପ୍ରଥମ ପତ୍ନୀଙ୍କ ଠାରୁ ଛାଡ଼ପତ୍ର ନେବା ପରେ ୪୦ ବର୍ଷରେ ଗବ୍ବର ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଲମ୍ବା ସମୟ ଧରି ବିଦେଶୀ ଯୁବତୀ ସୋଫି ସାଇନଙ୍କୁ ଡେଟ୍ କରୁଥିଲେ ଶିଖର । କିଛି ଦିନ ତଳେ ହିଁ ସେ ଗାର୍ଲଫ୍ରେଣ୍ଡଙ୍କ ସହ ଏନଗେଜମେଣ୍ଟ୍ କରିଥିଲେ । ଦୁହେଁ ପ୍ରଥମଥର ଦୁବାଇରେ ଦେଖା ସାକ୍ଷାତ ହୋଇଥିଲେ । କିଛି ଦିନ ତଳେ ହିଁ ଦୁହିଁଙ୍କ ରୋକା ଏବଂ ସଙ୍ଗୀତ , ହଳଦୀ ସେରେମନି ହୋଇଥିଲା ଯାହାର ଫଟୋ ସୋଫି ଇନଷ୍ଟାଗ୍ରାମରେ ପୋଷ୍ଟ୍ କରିଥିଲେ । ତେବେ ୪୦ ବର୍ଷୀୟ ଧୱନ ଶନିବାର ଅର୍ଥାତ ୨୧ ଫେବ୍ରୁଆରିରେ ସୋଫିଙ୍କୁ ଜୀବନସାଥୀ କରିଛନ୍ତି । ଗବ୍ବରଙ୍କ ବିବାହରେ କ୍ରିକେଟର କିମ୍ବଦନ୍ତୀ ପହଞ୍ଚିଥିଲେ ଏବଂ ନବଦମ୍ପତିଙ୍କୁ ବିବାହର ଶୁଭେଚ୍ଛା ଜଣାଇଥିଲେ । ବିବାହରେ ରୋହିତ ଶର୍ମା ପତ୍ନୀ ରିତିକା ସଜଦେହଙ୍କ ସହିତ ପହଞ୍ଚିଥିବା ବେଳେ ସୁରେଶ ରୈନା,ୟୁଜବେନ୍ଦ୍ର ଚହଲଙ୍କ ଭଳି କ୍ରିକେଟର ମଧ୍ୟ ପହଞ୍ଚିଥିଲେ । ବିରାଟ୍ କୋହଲି ବିବାହରେ ପହଞ୍ଚି ନଥିଲେ ମଧ୍ୟ ଇନଷ୍ଟାଗ୍ରାମରେ ଶିଖରଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ ଇନଷ୍ଟାରେ ଶିଖରଙ୍କ ‘ମୁବାରକାଁ ଜଟ୍ ଜୀ’ କହି ଅଭିନନ୍ଦନ ଜଣାଇଥିଲେ । ଇରଫାନ୍ ପଠାନ ଏବଂ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ମଧ୍ୟ ଏହି ବିବାହରେ ପହଞ୍ଚି ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଯାହାର ଫଟୋ ଶିଖରଙ୍କ ସୋସିଆଲ୍ ମିଡିଆ ଟିମ୍ ସେୟାର୍ କରିଥିଲେ ।
ଆଗକୁ ପଢ଼ନ୍ତୁ : ଶାହିନଙ୍କ ଉପରେ ରାଗିଲେ ଶ୍ବଶୁର : କହିଲେ ଆଗ ଜ୍ବାଇଁଙ୍କୁ ବିଦା କର
ତେବେ ଆୟରଲ୍ୟାଣ୍ଡ୍ ବାସିନ୍ଦା ସୋଫି ସାଇନ୍ ଏବଂ ପୂର୍ବତନ କ୍ରିକେଟର୍ ଶିଖର ଦୀର୍ଘ ସମୟ ଧରି ରିଲେସନସିପରେ ଥିଲେ । ଦୁହେଁ ସୋସିଆଲ୍ ମିଡିଆରେ ଅନେକ ସମୟରେ ରୋମାଣ୍ଟିକ୍ ଫଟୋ ସେୟାର୍ କରିଥା’ନ୍ତି । ସୋଫି ଶିଖରଙ୍କଠାରୁ ୫ ବର୍ଷ ସାନ । ତେବେ ଏହା ପୂର୍ବରୁ ଗବ୍ବର ୨୦୧୨ରେ ନିଜ ଠାରୁ ୧୦ ବର୍ଷ ବଡ଼ ଅଷ୍ଟ୍ରେଲିଆର ଆୟଶା ମୁଖର୍ଜୀଙ୍କୁ ବିବାହ କରିଥିଲେ ଏବଂ ୨୦୧୪ ରେ ଦୁହିଁଙ୍କ ପୁଅ ଜୋରାୱର୍ ଜନ୍ମ ହୋଇଥିଲେ । ଆୟଶା ଏବଂ ଶିଖରଙ୍କ ପୁଅ ଜୋରାୱରକୁ ଆଇପିଏଲ୍ ଲିଗ୍ ସମୟରେ ଅନେକଥର ଷ୍ଟାଡ଼ିୟମରେ ଦେଖାଯାଇଛି । ବିବାହର କିଛି ବର୍ଷ ପରେ ଆୟଶା ଏବଂ ଶିଖରଙ୍କ ଭିତରେ ମତଭେଦ ହେବା କାରଣରୁ ଦୁହେଁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ଛାଡ଼ପତ୍ର ପରେ ଏବେ ଶିଖର ପୁଣିଥରେ ସୋଫିଙ୍କ ହାତ ଧରିଛନ୍ତି ।
୨୦୧୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ଧୱନ ୨୯ ଜୁଲାଇ ୨୦୨୧ରେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ୧୧ ବର୍ଷର କ୍ୟାରିୟରରେ ସେ ୩୪ଟି ଟେଷ୍ଟ, ୧୬୭ ଦିନିକିଆ ଏବଂ ୬୮ଟି ଟି୨୦ ମ୍ୟାଚ ଖେଳି ୨୩୧୫, ୬୭୯୩ ଏବଂ ୧୭୫୯ ରନ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/02/22/gabbar-2026-02-22-12-50-22.jpg)