କନକ ବ୍ୟୁରୋ: କିଟ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି ଓଡ଼ିଶା-ତାମିଲନାଡ଼ୁ ଷଷ୍ଠ ରାଉଣ୍ଡ୍‌ ରଣଜୀ ମୁକାବିଲା । ଓଡ଼ିଶା ଗୁରୁବାର ସକାଳେ ଟସ୍‌ ଜିତି ଭ୍ରମଣକାରୀ ତାମିଲନାଡ଼ୁକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଦ୍ରୁତ ବୋଲର୍‌ ରାଜେଶ ମହାନ୍ତି ତାମିଲନାଡ଼ୁକୁ ଯୁଗଳ ଝଟ୍‌କା ଦେଇ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ନିଷ୍ପତ୍ତିର ଯଥାର୍ଥ ସମ୍ମାନ ରଖିଛନ୍ତି । ପ୍ରତିପକ୍ଷ ଓପନର୍‌ ଏନ୍. ଜଗଦୀଶନଙ୍କୁ ସେ ପଞ୍ଚମ ଓଭରର ଦ୍ବିତୀୟ ବଲ୍‌ରେ କ୍ଲିନ୍ ବୋଲ୍ଡ କରି ଘରୋଇ ଓଡ଼ିଶାକୁ ପ୍ରଥମ ସଫଳତା ଉପହାର ଦେଇଥିଲେ । ପୁଣି ପି. ବିଦ୍ୟୁତଙ୍କୁ ୧୨ ରନ୍‌ରେ ସାନ୍ତନୁ ମିଶ୍ରଙ୍କ ହାତରେ କ୍ୟାଚ୍‌ କରାଇ ୪୬ ରନ୍‌ରେ ତାମିଲନାଡ଼ୁର ଦୁଇଜଣ ଶୀର୍ଷକ୍ରମ ବ୍ୟାଟର୍‌ଙ୍କ ୱିକେଟ୍‌ ଝାଡ଼ି ଦେଇଥିଲେ ।

Advertisment

ଏହା ବି ପଢ଼ନ୍ତୁ: ମୋତେ ମୋ ଦଳ ବିପକ୍ଷରେ ଛିଡ଼ା କରାଯାଉଛି: ନାଗପୁର ବିଜୟ ପରେ ଗମ୍ଭୀରଙ୍କ ବିତର୍କିତ ଟ୍ୱିଟ୍

୧୯ ଓଭର ଭିତରେ ୨ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିବା ତାମିଲନାଡ଼ୁକୁ ଏଥିରୁ ମୁକୁଳାଇବାକୁ ଆତିଶ ଏସ୍‌ଆର୍‌ ଓ ପ୍ରଦୋଷ ରଞନ ପଲ୍‌ ସଂଘର୍ଷ ଜାରି ରଖିଛନ୍ତି । ଆତିଶ ଅର୍ଦ୍ଧଶତକଠାରୁ ୩ ରନ୍‌ ଦୂରରେ ରହିଛନ୍ତି । ଅନ୍ୟପକ୍ଷରେ ରିପୋର୍ଟ ଲେଖା ବେଳକୁ ପ୍ରଦୋଷ ୩୦ ରନ୍‌ରେ ଅପରାଜିତ ଅଛନ୍ତି । କିଟ୍‌ ଷ୍ଟାଡିୟମ୍‌ରେ ଖେଳିଥିବା ପୂର୍ବ ମ୍ୟାଚ୍‌ରେ ନାଗାଲାଣ୍ଡକୁ ଓଡ଼ିଶା ୨୯୯ ରନ୍‌ରେ ହରାଇଥିଲା । ଏଣୁ ଏଠାରେ ଲଗାତାର ଦ୍ବିତୀୟ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି । ଅନ୍ୟପକ୍ଷରେ ତାମିଳନାଡ଼ୁ ଚଳିତ ଋତୁର ପ୍ରଥମ ବିଜୟ ହାସଲ ଆଶାରେ ଅଛି । ଉଭୟ ଦଳ କିନ୍ତୁ ନକ୍‌ଆଉଟ୍‌ ପର୍ଯ୍ୟାୟରୁ ବାଦ୍‌ ପଡ଼ି ସାରିଛନ୍ତି ।