୧୦ ରାଜ୍ୟକୁ ବର୍ଷା ସମ୍ଭାବନା, ଓଡ଼ିଶାରେ ଘନ କୁହୁଡ଼ି ନେଇ ସତର୍କତା ଜାରି

Advertisment

ଉତ୍ତର-ପଶ୍ଚିମ ଭାରତର ସମତଳ ଅଞ୍ଚଳରେ ହାଲୁକା ବର୍ଷା ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଫେବୃଆରୀ ୧୮ ପର୍ଯ୍ୟନ୍ତ ସକାଳ ସମୟରେ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ମଧ୍ୟ ହୋଇପାରେ ।

ଉତ୍ତର-ପଶ୍ଚିମ ଭାରତର ସମତଳ ଅଞ୍ଚଳରେ ହାଲୁକା ବର୍ଷା ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଫେବୃଆରୀ ୧୮ ପର୍ଯ୍ୟନ୍ତ ସକାଳ ସମୟରେ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ମଧ୍ୟ ହୋଇପାରେ ।

Rain alert

Rain alert Photograph: (kanak news)

କନକ ବ୍ୟୁରୋ : ବଢ଼ୁଥିବା ତାପମାତ୍ରା ଭିତରେ ବର୍ଷା ସାମାନ୍ୟ ଆଶ୍ଵସ୍ତି ଆଣିଦେବ। ଫେବୃଆରୀ ୧୭, ୧୮ ଓ ୧୯ ତାରିଖରେ ୧୦ଟି ରାଜ୍ୟରେ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି । ଏହି ତିନି ଦିନ ପଶ୍ଚିମ ହିମାଳୟ ଅଞ୍ଚଳ ଓ ଉଚ୍ଚ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ ତୁଷାରପାତ ହେବାର ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ଭାରତର ସମତଳ ଅଞ୍ଚଳରେ ହାଲୁକା ବର୍ଷା ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଫେବୃଆରୀ ୧୮ ପର୍ଯ୍ୟନ୍ତ ସକାଳ ସମୟରେ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ମଧ୍ୟ ହୋଇପାରେ । ଯେଉଁ ରାଜ୍ୟଗୁଡ଼ିକ ପାଇଁ ବର୍ଷା ସତର୍କତା ଜାରି କରାଯାଇଛି ସେଗୁଡ଼ିକ ମଧ୍ୟରେ ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର, ଲଦାଖ, ମଧ୍ୟପ୍ରଦେଶ, ରାଜସ୍ଥାନ, ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଏବଂ ତାମିଲନାଡୁ ଅନ୍ତର୍ଭୁକ୍ତ ।

ଦିଲ୍ଲୀରେ ପାଗ କିପରି ରହିବ?

ଫେବୃଆରୀ ୧୭ତାରିଖରେ ଦିଲ୍ଲୀ-ଏନସିଆରରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି, ଯାହା ଫଳରେ ଅପରାହ୍ନରେ ଗରମ ଅନୁଭବ ହେବ। ତଥାପି, ଆଗାମୀ ୨୪ ଘଣ୍ଟା ମଧ୍ୟରେ ପାଗ ପରିବର୍ତ୍ତନ ହୋଇପାରେ, ହାଲୁକା ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଅଧିକ ପଢ଼ନ୍ତୁ---ସିଙ୍ଗାପୁରରୁ ଖାଲି ହାତରେ ଫେରିଲେ ପରିବାର ; ନିଖୋଜ ମର୍ଚ୍ଚାଣ୍ଟ ନାଭି କ୍ୟାଡେଟ୍ ସାର୍ଥକଙ୍କ ଖୋଜ୍‌ ମିଳୁନି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe