pak nz Photograph: (Kanak news)
କନକ ବ୍ୟୁରୋ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ ସୁପର-୮ ପର୍ଯ୍ୟାୟ ଶନିବାରଠାରୁ ଆରମ୍ଭ ହେଉଛି। ପ୍ରଥମ ମୁକାବିଲା କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମ୍ରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ। ତେବେ ବର୍ଷା ଏହି ମ୍ୟାଚ୍ରେ ବ୍ୟାଘାତ ସୃଷ୍ଟି କରିବାର ଆଶଙ୍କା ଦେଖାଦେଇଛି। କଲମ୍ବୋରେ ଗତ ଦୁଇଦିନ ହେଲା ଆକାଶ ମେଘାଚ୍ଛନ୍ନ ଥିବାବେଳେ ଶନିବାର ଅପରାହ୍ଣ କିମ୍ବା ସନ୍ଧ୍ୟାରେ ବର୍ଷା ଆଶଙ୍କା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ସଂଧ୍ୟାରେ ଆକାଶ ମେଘାଚ୍ଛନ୍ନ ରହିବା ସହ ଅସରାଏ ଦୁଇ ଅସରା ବର୍ଷା ହୋଇପାରେ।
ଆହୁରି ପଢ଼ନ୍ତୁ...‘ଆମ ସ୍ବପ୍ନକୁ ଭାଙ୍ଗି ଦେଲ’, ବାଂଲାଦେଶ କ୍ରିକେଟ୍ ଦଳରୁ ଉଠିଲା ପ୍ରତିବାଦର ସ୍ବର
ଏପରି ହେଲେ ମ୍ୟାଚ୍ ପ୍ରଭାବିତ ହେବାର ଆଶଙ୍କା ରହିଛି। ସୁପର-୮ ମ୍ୟାଚ୍ ଗୁଡ଼ିକ ପାଇଁ କୌଣସି ସଂରକ୍ଷିତ ଦିବସ ନାହିଁ। ଏଣୁ ଯଦି ବର୍ଷା ଯୋଗୁଁ ମ୍ୟାଚ୍ ସମ୍ଭବ ନ ହୁଏ ତେବେ ଦୁଇ ଦଳ ମଧ୍ୟରେ ପଏଣ୍ଟ୍ ଭାଗ କରାଯିବ। ଏପରି ହେଲେ ସୁପର-୮ରେ ଆଗକୁ ବଢିବା ଦୁଇ ଦଳ ପାଇଁ କଷ୍ଟକର ହୋଇପଡ଼ିବ। ତେବେ ଏହି ମ୍ୟାଚ୍ ପାଇଁ ୯୦ ମିନିଟ୍ର ଅତିରିକ୍ତ ସମୟ ରହିଛି। ଆଇସିସିର ନିୟମ ଅନୁସାରେ ଅତି କମରେ ୫-୫ ଓଭର ଖେଳ ହେଲେ ମ୍ୟାଚ୍ର ଫଳାଫଳ ନିର୍ଦ୍ଧାରଣ କରାଯାଇପାରିବ। ଏଣୁ ଯେକୌଣସି ମତେ ମ୍ୟାଚ୍ର ଫଳାଫଳ ବାହାର କରିବାକୁ ଉଦ୍ୟମ କରାଯିବ।
Follow Us