କନକ ବ୍ୟୁରୋ: ଦେଶରେ ନୂଆ ସରକାର ଆସିବା ସହ ପୁଣି ଥରେ ଚର୍ଚ୍ଚାକୁ ଆସିଛି ବାଂଲାଦେଶ କ୍ରିକେଟ୍ ଦଳର ଟ୍ବେଣ୍ଟି-୨୦ ବିଶ୍ବକପ୍ ନ ଖେଳିବା ପ୍ରସଙ୍ଗ। ପୂର୍ବର ମଧ୍ୟବର୍ତ୍ତିକାଳୀନ ସରକାରଙ୍କ ନିଷ୍ପତ୍ତି ବିରୋଧରେ ପ୍ରଶ୍ନ ଉଠାଇବାକୁ ଭୟ କରୁଥିବା କ୍ରିକେଟ୍ ବୋର୍ଡ ଏବେ ଖୋଲାଖୋଲି ସମାଲୋଚନା କରିବା ଆରମ୍ଭ କରିଛି। ବାଂଲାଦେଶ ଦଳର ସହକାରୀ ପ୍ରଶିକ୍ଷକ ମହମ୍ମଦ ସଲାହୁଦ୍ଦିନ ପୂର୍ବତନ କ୍ରୀଡ଼ା ପରାମର୍ଶଦାତା ଆସିଫ ନଜରୁଲ୍ଙ୍କୁ କଡ଼ା ସମାଲୋଚନା କରି ତାଙ୍କୁ ଦୋମୁହାଁ ବୋଲି ଆକ୍ଷେପ କରିଛନ୍ତି। ଆସିଫ୍ଙ୍କୁ ମିଛୁଆ ବୋଲି କହି ସଲହୁଦ୍ଦିନ କହିଛନ୍ତି ଯେ ସେ ଜଣେ ବିଶ୍ବବିଦ୍ୟାଳୟ ଶିକ୍ଷକ ହୋଇ କିପରି ଏତେ ମିଛ କହିପାରୁଛନ୍ତି। ଦଳର ଖେଳାଳିମାନେ ଏକ ସ୍ବପ୍ନ ନେଇ ବିଶ୍ବକପ୍ ଖେଳିବାକୁ ଯାଆନ୍ତି। କିନ୍ତୁ ତୁମେ ଗୋଟିଏ ସେକେଣ୍ଡ୍ରେ ଏହି ସ୍ବପ୍ନକୁ ଭାଙ୍ଗିଦେଲ। ନିରାଶା ଓ ଗ୍ଲାନିରେ ଦଳର ଦୁଇଜଣ ଖେଳାଳି ଗୁରୁତର ଅସୁସ୍ଥ ହୋଇଗଲେ।
ଆହୁରି ପଢ଼ନ୍ତୁ... ବିଶ୍ୱକପରୁ ବିଦା ହେବା ପରେ ଜାମ୍ପାଙ୍କ ପ୍ରତିକ୍ରିୟା: କହିଲେ, ଆମେ ବିଫଳ ହେଲୁ
ସେହିପରି ବାଂଲାଦେଶ ଟ୍ବେଣ୍ଟି-୨୦ ଦଳର ଉପ-ଅଧିନାୟକ ସୈଫ୍ ହାସାନ କହିଛନ୍ତି ଯେ ଦଳ ବିଶ୍ବକପ୍ ନ ଖେଳିବାକୁ ହଜମ କରିହେଉନାହିଁ। ବିଶ୍ବକପ୍ ଖେଳିବା ମୋର ସ୍ବପ୍ନ ଥିଲା। ଏହା ପାଇଁ ଅନେକ କଠିନ ପରିଶ୍ରମ ଓ ତ୍ୟାଗ କରିଥିଲୁ।
ଗତ ଜାନୁଆରି ୨୦ ତାରିଖରେ ଆସିଫ କହିଥିଲେ ଯେ ବିଶ୍ବକପ୍ ଖେଳିବାକୁ ବାଂଲାଦେଶ ଦଳ ଭାରତ ଗସ୍ତ କରିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ବିଶ୍ବକପ୍ ଆରମ୍ଭ ହେବା ପରେ ଫେବ୍ରୁଆର ୧୦ ତାରିଖରେ ସେ ୟୁଟର୍ଣ୍ଣ ନେଇ କହିଥିଲେ ଯେ ଭାରତ ଗସ୍ତ ନ କରିବା ନିଷ୍ପତ୍ତି କ୍ରିକେଟ୍ ଦଳର ଥିଲା। ତାଙ୍କର ଏହି ୟୁଟର୍ଣ୍ଣକୁ ନେଇ ଦଳରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/21/bangladesh-2026-02-21-13-10-51.jpg)