କନକ ବ୍ୟୁରୋ : ଆଗାମୀ ୩ ଘଣ୍ଟାରେ ୮ ଜିଲ୍ଲାରେ ବର୍ଷିବ ବର୍ଷା , ୟେଲୋ ୱାର୍ଣ୍ଣିଂ ଜାରି । ଭଦ୍ରକ , ବାଲେଶ୍ୱର , କେନ୍ଦୁଝରକୁ ଚେତାବନୀ ସହ ମୟୁରଭଞ୍ଜ , ଗଞ୍ଜାମ , ପୁରୀ , ଜଗତସିଂହପୁର , କେନ୍ଦ୍ରାପଡ଼ାକୁ ବିଜୁଳି , ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ କହିଛି ପାଣିପାଗ ବିଭାଗ । ସମୟକ୍ରମେ ବଢୁଛି ବାତ୍ୟାର ବେଗ । ଏବେ ଘଣ୍ଟାପ୍ରତି ୧୮ କିମି ବେଗରେ ଆଗକୁ ବଢୁଛି । କାକିନାଡ଼ାରୁ ୬୦୦ କିମି ଓ ଗୋପାଳପୁରରୁ ୭୫୦ କିମି ଦୂରରେ ରହିଛି । ୨୪ ଘଣ୍ଟାରେ ଭୀଷଣ ବାତ୍ୟାରେ ପରିଣତ ହୋଇ କାକିନାଡ଼ା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ଓ ଝଟକା ପବନର ବେଗ ୧୧୦ କିଲୋମିଟର ଯାଏ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା । ଏପଟେ ବିଶାଖାପାଟନମ୍ ରାଡର୍‌ରେ ବାତ୍ୟାର ବାହ୍ୟ ବଳୟ ଦୃଶ୍ୟମାନ ହେବାସହ ଆନ୍ଧ୍ରପ୍ରଦେଶ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ଆରମ୍ଭ ହୋଇ ଯାଇଛି ।

Advertisment

ବାତ୍ୟା ମୋନ୍ଥା ମୁକାବିଲା ନେଇ ହୋଇସାରିଛି ଉଚ୍ଚସ୍ତରୀୟ ବୈଠକ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏସ୍‌ଆରସିଙ୍କ କାର୍ଯ୍ୟାଳୟରେ ଚାଲିଛି ବୈଠକ । ଏହି ବୈଠକରେ ଉନ୍ନୟନ କମିସନର , ଏସ୍‌ଆରସି ,ଅଗ୍ନିଶମ ଡିଜିଙ୍କ ସମେତ ସ୍ୱାସ୍ଥ୍ୟ , କୃଷି ,ଜଳ ଓ ଶକ୍ତି ବିଭାଗର ସଚିବ ଉପସ୍ଥିତ ଉପସ୍ଥିତ ଅଛନ୍ତି । ବାତ୍ୟାକୁ କେମିତି ମୁକାବିଲା କରାଯିବ ସେନେଇ ଚାଲିଛି ଆଲୋଚନା । ବାତ୍ୟା ମୋନ୍ଥା ମୁକାବିଲା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା । କହିଲେ, ବାତ୍ୟାର ଗତି ବଢ଼ିଚାଲିଛି । ଜିଲ୍ଲା , ବ୍ଲକ୍‌ ଓ ପଞ୍ଚାୟତ ସ୍ତରରେ ଆମେ ପ୍ରସ୍ତୁତ ଅଛୁ , ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ ।

ବାତ୍ୟାକୁ ନେଇ ଏସ୍‌ଆରସିଙ୍କ କାର୍ଯ୍ୟାଳୟରେ ଚାଲିଛି ଉଚ୍ଚସ୍ତରୀୟ ବୈଠକ