କନକ ବ୍ୟୁରୋ : ବାତ୍ୟା ମୋନ୍ଥା ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏସ୍‌ଆରସିଙ୍କ କାର୍ଯ୍ୟାଳୟରେ ଚାଲିଛି ବୈଠକ । ଏହି ବୈଠକରେ ଉନ୍ନୟନ କମିସନର , ଏସ୍‌ଆରସି ,ଅଗ୍ନିଶମ ଡିଜିଙ୍କ ସମେତ ସ୍ୱାସ୍ଥ୍ୟ , କୃଷି ,ଜଳ ଓ ଶକ୍ତି ବିଭାଗର ସଚିବ ଉପସ୍ଥିତ ଉପସ୍ଥିତ ଅଛନ୍ତି । ବାତ୍ୟାକୁ କେମିତି ମୁକାବିଲା କରାଯିବ ସେନେଇ ଚାଲିଛି ଆଲୋଚନା । ବାତ୍ୟା ମୋନ୍ଥା ମୁକାବିଲା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା । କହିଲେ, ବାତ୍ୟାର ଗତି ବଢ଼ିଚାଲିଛି । ଜିଲ୍ଲା , ବ୍ଲକ୍‌ ଓ ପଞ୍ଚାୟତ ସ୍ତରରେ ଆମେ ପ୍ରସ୍ତୁତ ଅଛୁ , ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ ।

Advertisment

ସମୁଦ୍ର ଭିତରେ ସ୍ପିଡ୍ ବଢ଼ାଇ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ବାତ୍ୟା ମୋନ୍ଥା । ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଥିବାବେଳେ, ଏବେ କିନ୍ତୁ ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢ଼ୁଛି । ଗତ ୬ ଘଣ୍ଟା ଧରି ଏହା ସମୁଦ୍ର ଭିତରେ ଘଣ୍ଟା ପ୍ରତି ୧୮ କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି ।

ବାତ୍ୟା ‘ମୋନ୍ଥା’ ଆଶଙ୍କାରେ କଳିଙ୍ଗାଘାଟି ବନ୍ଦ; ଭୂସ୍ଖଳନ ଆଶଙ୍କାରେ ସତର୍କତା ନିର୍ଦ୍ଦେଶ

ବର୍ତ୍ତମାନ ସମୟରେ ଏହା ଚେନ୍ନାଇଠାରୁ ୫୨୦ କିଲୋମିଟର ଦୂରରେ ଥିବାବେଳେ, କାକିନାଡ଼ାଠାରୁ ୫୭୦ କିଲୋମିଟର ଦୂରରେ ରହିଛି । ସେହିପରି ବିଶାଖାପାଟଣାଠାରୁ ୬୦୦ କିଲୋମିଟର ଏବଂ ଗୋପାଳପୁରଠାରୁ ୭୫୦ କିଲୋମିଟର ଦୂରରେ ଅଛି । ତେବେ ୨୮ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇ ଏହା ସ୍ଥଳଭାଗ ଛୁଇଁବ । ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ମଧ୍ୟରାତ୍ରିରେ ବାତ୍ୟାରେ ପରିଣତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ବାତ୍ୟା ମୋନ୍ଥା ସମୁଦ୍ର ଭିତରେ ବଳ ଗୋଟାଇ ଆଗକୁ ବଢୁଛି ।