କନକ ବ୍ୟୁରୋ: କଟକ ଚୌଦ୍ବାର ଜେଲକୁ ଡିସିପିଙ୍କ ସରପ୍ରାଇଜ ଭିଜିଟ୍ । ଡିସିପି ଋଷିକେଶ ଖିଲାରିଙ୍କ ସହ ଆଡିସନାଲ ଏସପି ମୀନାକ୍ଷୀ ଠାକୁର, ଜିଲ୍ଲା ଜଜ୍ ମାନସ ରଞ୍ଜନ ବାରିକ ଜେଲ୍ ପରିଦର୍ଶନ କରି ସୁପରିଚାଳନାର ତଦାରଖ କରୁଛନ୍ତି । ଜେଲ୍‌ର ବାତାବରଣ, କଏଦୀଙ୍କ ସୁରକ୍ଷାର ସମୀକ୍ଷା କରିଛନ୍ତି । ଗତ ଅକ୍ଟୋବରରେ ଚୌଦ୍ବାର ଜେଲରୁ ଦୁଇ କଏଦୀଙ୍କ ଚମ୍ପଟ ପରେ ଜେଲ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ।

Advertisment

ଅଧିକ ପଢନ୍ତୁ;  ପୁଣି ଚର୍ଚ୍ଚାରେ ଚୌଦ୍ବାର ଜେଲ, ଦୁଇ କଏଦୀଙ୍କ ମଧ୍ୟରେ ମାଡ଼ପିଟ୍

ଏବେବି ପୁଲିସ ଚମ୍ପଟ କଏଦୀଙ୍କ ପତ୍ତା ପାଇପାରିନାହିଁ । କୁହାଯାଉଛି ଯେ, ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ନେପାଳ ପଳାୟନ କରିଛନ୍ତି । ଚୌଦ୍ବାର ଜେଲ୍‌ରୁ ଦୁଇ କଏଦୀ ମଧୁକାନ୍ତ ରାଣା ଓ ରାଜା ସାହାଣୀ ଫେରାର ହେବା ପରେ ଜେଲ୍ ଭିତରର ଅନେକ କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଥିଲା । କଏଦୀ ଫେରାର ପରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହା ପରେ ଜଣେ କଏଦୀ ଆତ୍ମହତ୍ୟା କରିଥିଲେ । ଏ ଘଟଣାରେ ଦୁଇ ଜଣଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଜେଲରଙ୍କୁ ବଦଳି କରାଯାଇଥିଲା । କେବଳ ଚୌଦ୍ବାର ନୁହେଁ, ବାଲେଶ୍ବର ଜିଲ୍ଲା ସୋର ସବ୍‌-ଜେଲରେ ଜଣେ ବନ୍ଦୀ କଏଦୀ ଫେରାର ହୋଇଯାଇଥିଲେ । 

ବିଗୁଡ଼ୁଛି ଜେଲର ସ୍ୱାସ୍ଥ୍ୟବସ୍ଥା 
ହୁଗୁଳା ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ 
ଜେଲର ହୁଗୁଳା ସୁରକ୍ଷା ପାଇଁ କିଏ ଦାୟୀ?
ଚୌଦ୍ୱାର ଜେଲରୁ କଏଦୀ ଚମ୍ପଟ ଘଟଣା 
ସର୍ବାଧିକ ସୁରକ୍ଷିତ ଜେଲ୍‌ର ସୁରକ୍ଷାକୁ ନେଇ ଚର୍ଚ୍ଚା 
କଏଦୀଙ୍କୁ ଅନୁକମ୍ପାରୁ ଚମ୍ପଟ ମାରିଥିବା ଅଭିଯୋଗ
ବିଭିନ୍ନ ଜେଲରୁ ମାଦକ ଦ୍ରବ୍ୟ ଜବତ ହେଉଛି 
କଏଦୀଙ୍କୁ ଜେଲ କର୍ମଚାରୀଙ୍କ ଅନୁକମ୍ପା ଖବର ଆସୁଛି
ଟଙ୍କା ଦେଲେ ମୋବାଇଲ, ନିଶା ଦ୍ରବ୍ୟ ମିଳୁଥିବା ଅଭିଯୋଗ 
ଗତ ୧୭ ମାସରେ ରାଜ୍ୟରେ ୧୩ କଏଦୀ ଜେଲ୍‌ରୁ ଚମ୍ପଟ
ଜେଲ୍ ଭିତରେ ୮ଜଣ କଏଦୀ ଜୀବନ ହାରିଛନ୍ତି
ବିଧାନସଭାରେ ତଥ୍ୟ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ