କନକ ବ୍ୟୁରୋ : ଚୌଦ୍ୱାର ଜେଲ ପରେ ଏବେ ପୁଣି ଚନ୍ଦକା ଥାନାରୁ ଫେରାର ହୋଇଗଲା ଚୋର । କନେଷ୍ଟବଳଙ୍କୁ ଧକ୍କା ଦେଇ ଚନ୍ଦକା ଥାନାରୁ ଚମ୍ପଟ ମାରିଲା ଚୋର । ଫେରାର ଅଭିଯୁକ୍ତ ହେଉଛି ପଶ୍ଚିମବଙ୍ଗର ରାଜା । ସୂଚନା ଅନୁସାରେ ଗତମାସ ୨୮ ତାରିଖ ରାତିରେ ଏକ ଆଇଫୋନ ଚୋରି ହୋଇଥିଲା । ସେହି ଅଭିଯୋଗ ତଦନ୍ତ କରି ଦୁଇ ଦିନ ତଳେ ଚନ୍ଦକା ପୁଲିସ ରାଜାକୁ ଧରି ଆଣି ଅଧିକ ପଚରାଉଚରା କରୁଥିଲା ।
ଗତକାଲି ଅଭିଯୁକ୍ତ ଜଣଙ୍କ ବାନ୍ତି ଲାଗୁଥିବା ବାହାନା କରି ବାଥରୁମ ଯାଇଥିଲା । ଥାନାର ସେଣ୍ଟ୍ରି ସମେତ ଦୁଇ ଜଣ କନେଷ୍ଟବଳ ମଧ୍ୟ ତାକୁ ଜଗି ଛିଡ଼ା ହୋଇଥିଲେ । ହେଲେ ଅଭିଯୁକ୍ତ ଜଣଙ୍କ ଚତୁରତାର ସହ ଜଣେ କନେଷ୍ଟବଳଙ୍କୁ ଧକ୍କା ଦେଇ ଦୌଡ଼ି ପଳାଇଥିଲା । ରାଜା ଖସିଯିବା ପରେ ଚନ୍ଦକା ଥାନାର ଢିଲା ସୁରକ୍ଷା ବ୍ୟବସ୍ଥା ଏବେ ପଦାରେ ପଡ଼ିଛି । ଥାନାରେ ଏକାଧିକ କର୍ମଚାରୀ ଥାଇ ମଧ୍ୟ ଚୋର ଖସି ପଳାଇଯିବା କମିସନରେଟ ପୁଲିସ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/14/13-2025-10-14-08-41-34.jpg)