Rahul Photograph: (kanak news)
କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ କଥିତ ଶ୍ରମ ବିରୋଧୀ ନୀତି ବିରୋଧରେ ଗୁରୁବାର କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ଓ କୃଷକ ସଂଗଠନଗୁଡ଼ିକ ଦେଶବ୍ୟାପୀ ଧର୍ମଘଟ ତଥା ଭାରତ ବନ୍ଦ ଡାକରା ଦେଇଛନ୍ତି । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ସମ୍ପର୍କରେ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ଚାରୋଟି ଶ୍ରମ ସଂହିତାକୁ ଊଲ୍ଲେଖ କରି ରାହୁଲ ଅଭିଯୋଗ କରିଛନ୍ତି ଯେ, ଶ୍ରମିକ ଓ କୃଷକଙ୍କ ଭବିଷ୍ୟତକୁ ଅଣଦେଖା କରାଯାଇଛି। ସେ ପ୍ରଶ୍ନ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରମିକ ଓ କୃଷକଙ୍କ କଥା ଶୁଣିବେ କି ନା ଏହି ପ୍ରସଙ୍ଗ ପ୍ରଧାନମନ୍ତ୍ରୀ କାହାର ନିୟନ୍ତ୍ରଣରେ ରହିଛନ୍ତି ।
ଆମରିକା ସହିତ ବାଣିଜ୍ୟ ଚୁକ୍ତି ନେଇ ଆଶଙ୍କାରେ ଚାଷୀ
ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି, ଦେଶବ୍ୟାପୀ ଲକ୍ଷ ଲକ୍ଷ ଶ୍ରମିକ ଓ କୃଷକ ଆଜି ସେମାନଙ୍କ ଅଧିକାର ପାଇଁ ସ୍ୱର ଉଠାଇବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ଶ୍ରମିକମାନେ ଭୟ କରୁଛନ୍ତି ଯେ ଚାରୋଟି ଶ୍ରମ ସଂହିତା ସେମାନଙ୍କ ଅଧିକାରକୁ ଦୁର୍ବଳ କରିବ। ସେହିପରି ଚାଷୀମାନେ ଭୟ କରୁଛନ୍ତି, ଆମରିକା ସହିତ ବାଣିଜ୍ୟ ଚୁକ୍ତି ସେମାନଙ୍କ ଜୀବିକାକୁ କ୍ଷତି ପହଞ୍ଚାଇବ ।
ଅଧିକ ପଢ଼ନ୍ତୁ---ରାହୁଲଙ୍କ ସଦସ୍ୟତା ରଦ୍ଦ କର: ପ୍ରସ୍ତାବ ଆଣିବାକୁ ନୋଟିସ୍ ଦେଲେ ନିଶିକାନ୍ତ
ପ୍ରଧାନମନ୍ତ୍ରୀଙ୍କ ଉପରେ କୌଣସି ଚାପ ଅଛି କି ?
ରାହୁଲ କହିଛନ୍ତି, ମନରେଗାକୁ ଦୁର୍ବଳ କରିବା କିମ୍ବା ହଟାଇ ଦେବା ଦ୍ୱାରା ଗାଁଗୁଡ଼ିକର ଶେଷ ସାହାରା ଛଡ଼ାଇ ନିଆଯାଇପାରେ। ଯେତେବେଳେ ଶ୍ରମିକ ଓ କୃଷକଙ୍କ ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନିଆଯାଉଥିଲା, ସେମାନଙ୍କ ସ୍ୱରକୁ ଅଣଦେଖା କରାଯାଇଥିଲା। ସେ ପ୍ରଶ୍ନ କରିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଏବେ ଶୁଣିବେ ନା ତାଙ୍କ ଉପରେ କାହାର ନିୟନ୍ତ୍ରଣ ରହିଛି।
ମୁଁ ଶ୍ରମିକ ଓ କୃଷକଙ୍କ ସହିତ ଦୃଢ଼ ଭାବରେ ଛିଡ଼ା ହୋଇଛି
ରାହୁଲ କହିଛନ୍ତି, ମୁଁ ଶ୍ରମିକ ଓ କୃଷକଙ୍କ ସମସ୍ୟା ତଥା ସଂଘର୍ଷ ସହିତ ଦୃଢ଼ ଭାବରେ ଠିଆ ହୋଇଛି। ବିରୋଧୀ ସାଂସଦମାନେ ସଂସଦ ପରିସର ଭିତରେ ମଧ୍ୟ ପ୍ରତିବାଦ କରିଥିଲେ। ଗୁରୁବାର ପୂର୍ବାହ୍ନ ୧୧ଟାରେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ, ବିରୋଧୀ ସାଂସଦମାନେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ସର୍ତ୍ତାବଳୀ ବିରୋଧରେ ପ୍ରତିବାଦ କରିବା ପାଇଁ ମକର ଦ୍ୱାରରେ ଏକତ୍ରିତ ହୋଇଥିଲେ। ସେମାନେ କୃଷକ ସଂଗଠନ ଦ୍ୱାରା ଡାକରା ଦିଆଯାଇଥିବା ସର୍ବଭାରତୀୟ ଧର୍ମଘଟକୁ ସମର୍ଥନ କରିଛନ୍ତି ।
Follow Us