କନକ ବ୍ୟୁରୋ :ସଂସଦରେ ବଜେଟ୍ ଆଲୋଚନା ଜାରି ରହିଛି, କିନ୍ତୁ ପରିବେଶ କେବଳ ଅର୍ଥନୈତିକ ପ୍ରସଙ୍ଗ ପର୍ଯ୍ୟନ୍ତ ସୀମିତ ରହିନାହିଁ। ଗୁରୁବାର ଲୋକସଭାରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା। କିଛି ମିନିଟ୍ ମଧ୍ୟରେ ଗୃହକୁ ମୁଲତବୀ ରଖାଯାଇଥିଲା । ବୁଧବାର ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାଷଣ ରାଜନୈତିକ ବିତର୍କକୁ ଆହୁରି ଉଷ୍ମ କରିଥିଲା। ସେ ରାଜନୀତିକୁ ମାର୍ଶାଲ ଆର୍ଟ ସହିତ ତୁଳନା କରି କହିଥିଲେ ଯେ, ଯେପରି କ୍ରୀଡାରେ ଗ୍ରୀପ୍ ଏବଂ ଚୋକ୍ ଅଛି, ସେହିପରି ରାଜନୀତିରେ ମଧ୍ୟ ଅନେକ ଅଦୃଶ୍ୟ କୌଶଳ ଅଛି । ସେଗୁଡ଼ିକ ଦୃଶ୍ୟମାନ ହୁଏନାହିଁ ।
ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଉଲ୍ଲଂଘନ ନୋଟିସ୍
ବିଜେପି ସାଂସଦ ନିଶିକାନ୍ତ ଦୁବେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ଏକ ପ୍ରସ୍ତାବ ଆଗତ କରିବା ଲାଗି ଏକ ନୋଟିସ୍ ଦାଖଲ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀ କୌଣସି ତଥ୍ୟ ବିନା ଭିତ୍ତିହୀନ ଅଭିଯୋଗ କରିଛନ୍ତି। ଏହା ଦ୍ବାରା ସେ ତାଙ୍କର ବିଶେଷାଧିକାର ଉଲ୍ଲଂଘନ କରିଛନ୍ତି।
ଅଧିକ ପଢ଼ନ୍ତୁ---ଖୁବଶୀଘ୍ର ହୋଇପାରେ ଏନସିପି ଦୁଇଗୋଷ୍ଠୀ ମଧ୍ୟରେ ମିଶ୍ରଣ, ମୋଦୀ ଓ ଶାହଙ୍କୁ ଭେଟିଲେ ସୁନେତ୍ରା
ବିଶେଷାଧିକାର ଉଲ୍ଲଂଘନ କ''ଣ?
ସଂସଦର ସଦସ୍ୟମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବା ପାଇଁ କିଛି ବିଶେଷ ଅଧିକାର ପ୍ରଦାନ କରାଯାଇଥାଏ। ଯଦି କୌଣସି ସଦସ୍ୟ, ଅନୁଷ୍ଠାନ କିମ୍ବା ବ୍ୟକ୍ତି ଏହି ଅଧିକାରଗୁଡ଼ିକୁ ଉଲ୍ଲଂଘନ କରନ୍ତି କିମ୍ବା ଗୃହର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରନ୍ତି, ତେବେ ଏହାକୁ ବିଶେଷାଧିକାର ଭଙ୍ଗ କୁହାଯାଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/12/rahul-gandhi-2026-02-12-12-21-12.jpg)