୨୦୨୬ ରେ ରାହୁଙ୍କ କୃପା; ୩ ରାଶି ଉପରେ ଟଙ୍କାର ବର୍ଷା !

Advertisment

ରାହୁ ଗ୍ରହଙ୍କ ଏହି ରାଶି ପରିବର୍ତ୍ତନ ପ୍ରାୟ ୧୮ ମାସ ପରେ ହେବାକୁ ଯାଉଛି । ଏହା ପୂର୍ବରୁ ୨ ଅଗଷ୍ଟ ୨୦୨୬ ରେ ରାହୁ କୁମ୍ଭ ରାଶିରେ ରହି ଧନିଷ୍ଠ ନକ୍ଷତ୍ରରେ ଗମନ କରିବେ । ଜ୍ୟୋତିଷଙ୍କ ଅନୁସାରେ ୨୦୨୬ ରେ ରାହୁଙ୍କ ଗତି ତିନୋଟି ରାଶିର ବ୍ୟକ୍ତିବିଶେଷଙ୍କୁ ଲାଭ ଦେଇପାରେ ।

ରାହୁ ଗ୍ରହଙ୍କ ଏହି ରାଶି ପରିବର୍ତ୍ତନ ପ୍ରାୟ ୧୮ ମାସ ପରେ ହେବାକୁ ଯାଉଛି । ଏହା ପୂର୍ବରୁ ୨ ଅଗଷ୍ଟ ୨୦୨୬ ରେ ରାହୁ କୁମ୍ଭ ରାଶିରେ ରହି ଧନିଷ୍ଠ ନକ୍ଷତ୍ରରେ ଗମନ କରିବେ । ଜ୍ୟୋତିଷଙ୍କ ଅନୁସାରେ ୨୦୨୬ ରେ ରାହୁଙ୍କ ଗତି ତିନୋଟି ରାଶିର ବ୍ୟକ୍ତିବିଶେଷଙ୍କୁ ଲାଭ ଦେଇପାରେ ।

Rahu Transit 2026

Rahu Transit 2026 Photograph: (Kanak News)

କନକ ବ୍ୟୁରୋ : ଜ୍ୟୋତିଷଶାସ୍ତ୍ର ଅନୁସାରେ ରାହୁ ଯଦି ଜାତକର ଦଶମ ସ୍ଥାନରେ ତା’ହେଲେ ଦୁନିଆ ହାତ ମୁଠାରେ । ପାପ ଗ୍ରହ ବୋଲାଉଥିବା ରାହୁଙ୍କ ଗତି ଯୋଗୁଁ ନୂତନ ବର୍ଷ ଅର୍ଥାତ ୨୦୨୬ ଟି ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଏହି ନୂତନ ବର୍ଷରେ ରାହୁଙ୍କ ଗତି ଦୁଇଥର ପରିବର୍ତ୍ତନ ହେବ । ୫ ଡିସେମ୍ବର ୨୦୨୬ ରେ ରାହୁ ଶନିଙ୍କ କୁମ୍ଭ ରାଶିରୁ ମକର ରାଶିକୁ ଗମନ କରିବେ । ରାହୁ ଗ୍ରହଙ୍କ ଏହି ରାଶି ପରିବର୍ତ୍ତନ ପ୍ରାୟ ୧୮ ମାସ ପରେ ହେବାକୁ ଯାଉଛି । ଏହା ପୂର୍ବରୁ ୨ ଅଗଷ୍ଟ ୨୦୨୬ ରେ ରାହୁ କୁମ୍ଭ ରାଶିରେ ରହି ଧନିଷ୍ଠ ନକ୍ଷତ୍ରରେ ଗମନ କରିବେ । ଜ୍ୟୋତିଷଙ୍କ ଅନୁସାରେ ୨୦୨୬ ରେ ରାହୁଙ୍କ ଗତି ତିନୋଟି ରାଶିର ବ୍ୟକ୍ତିବିଶେଷଙ୍କୁ ଲାଭ ଦେଇପାରେ । ତେବେ ନୂଆବର୍ଷରେ କେଉଁ କେଉଁ ରାଶି ଉପରେ କୃପାର କଳସ ଢାଳିବେ ରାହୁ ଆସନ୍ତୁ ଜାଣିବା ।

ଅଧିକ ପଢ଼ନ୍ତୁ : ଟଙ୍କାରେ ଖେଳିବେ ଏହି ୩ ରାଶି; ୩୦ ବର୍ଷ ପରେ ଶନିଙ୍କ ପାୱାରଫୁଲ୍ ରାଜଯୋଗ

ମିଥୁନ ରାଶି :

ରାହୁଙ୍କ କୃପା ଯୋଗୁଁ ନୂଆବର୍ଷ ୨୦୨୬ ରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ବେରୋଜଗାର ବ୍ୟକ୍ତିଙ୍କୁ ଚାକିରି ମିଳିବାର ଯଥେଷ୍ଟ ସମ୍ଭାବନା ଅଛି ଏବଂ ବ୍ୟବସାୟୀମାନେ ଭଲ ଲାଭ ଦେଖିପାରନ୍ତି । କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ନିଷ୍ପତ୍ତି ଆପଣଙ୍କ ଜୀବନକୁ ବଦଳାଇପାରେ । ଚଳିତବର୍ଷ ଆପଣ କିଛି ମୂଲ୍ୟବାନ ଜିନିଷ କିମ୍ବା ଧାତୁ କିଣି ପାରନ୍ତି । ଟଙ୍କା ଖର୍ଚ୍ଚ ହେଲେ ମଧ୍ୟ ଆପଣଙ୍କ ଆୟର ଉତ୍ସ ପ୍ରଭାବିତ ହେବ ନାହିଁ । କାର୍ଯ୍ୟକ୍ଷେତ୍ରରେ ବିରୋଧୀ ଦୁର୍ବଳ ହୋଇଯିବେ । ସ୍ବୟଂ ବୁଦ୍ଧିମତା ମାଧ୍ୟମରେ ସଫଳତା ହାସଲ କରିବେ । ଅବିବାହିତଙ୍କ ବିବାହ ଯୋଗ ସୃଷ୍ଟି ହେବ ।

ତୁଳା ରାଶି :

ରାହୁଙ୍କ ଚଳନ ତୁଳା ରାଶି ପାଇଁ ମଧ୍ୟ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ଏହି ରାଶିର ବ୍ୟକ୍ତିବିଶେଷ ଅପ୍ରତ୍ୟାଶିତ ଆର୍ଥିକ ଲାଭ ଅନୁଭବ କରିବେ । ଯାନବାହାନ କିମ୍ବା ସମ୍ପତ୍ତି କିଣିବାର ଆପଣଙ୍କର ସ୍ୱପ୍ନ ପୂରଣ ହୋଇପାରେ । ଧନ ବୃଦ୍ଧି ହେବ ଏବଂ ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ । ପୈତୃକ ସମ୍ପତ୍ତି କିମ୍ବା ଆର୍ଥିକ ଲାଭର ମଧ୍ୟ ଯୋଗ ଦେଖାଯାଉଛି । ଏହି ସମୟ ମଧ୍ୟରେ ଆପଣ ଆପଣଙ୍କ ସନ୍ତାନମାନଙ୍କ ସମ୍ବନ୍ଧୀୟ ଶୁଭ ଖବର ପାଇପାରନ୍ତି । ରୋଗରୁ ମୁକ୍ତି ପାଇବେ । ଔଷଧ, ଚିକିତ୍ସା ଇତ୍ୟାଦିରେ ଖର୍ଚ୍ଚ କମ ହେବ ।

କୁମ୍ଭ ରାଶି :

ଏହି ରାଶିର ବ୍ୟକ୍ତିବିଶେଷଙ୍କ କାର୍ଯ୍ୟଶୈଳୀରେ ଉନ୍ନତି ଆସିବ । କାର୍ଯ୍ୟ ପଦ୍ଧତିରେ ପରିବର୍ତ୍ତନ ଆପଣଙ୍କୁ ଉଚ୍ଚ ସୋପାନକୁ ନେଇପାରେ । ଆପଣ ଏକ ନୂତନ ପ୍ରୋଜେକ୍ଟର ଆରମ୍ଭ କରିପାରନ୍ତି ଯାହା ଭବିଷ୍ୟତରେ ଯଥେଷ୍ଟ ଲାଭ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ସଞ୍ଚୟ ଯୋଜନା ସଫଳ ହେବ । କୌଣସି ଅଜ୍ଞାତ ଉତ୍ସରୁ ଟଙ୍କା ପାଇପାରନ୍ତି । ଏହି ସମୟରେ ନିବେଶ ଦୀର୍ଘକାଳୀନ ଲାଭ ପ୍ରଦାନ କରିବ । ପାର୍ଟନରସିପରେ ଆରମ୍ଭ ହୋଇଥିବା ଏକ ବ୍ୟବସାୟ ଦୀର୍ଘକାଳୀନ ଲାଭଦାୟକ ପ୍ରମାଣିତ ହୋଇପାରେ । କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ସମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ । ପରିବାରରେ ଶାନ୍ତ ବାତାବରଣ ରହିବା ସହ ଅବିବାହିତଙ୍କ ବିବାହ ମଧ୍ୟ ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe