କନକ ବ୍ୟୁରୋ: ଭୁବନେଶ୍ବରର ଇନ୍ଦିରା ମୈଦାନରେ ଆରମ୍ଭ ହୋଇଛି ରେଡିଓ ଚକଲେଟ୍ କ୍ରିକେଟ୍ ଲିଗ୍ ( ଆରସିସିଏଲ୍) । ଏହାକୁ ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦଘାଟନ କରିଥିଲେ । ଏହାକୁ ଉଦଘାଟନ କରି ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ କର୍ପୋରେଟ ଜଗତ ସହ ଲୋକମାନଙ୍କୁ ଯୋଡ଼ିବା ଲାଗି ଆମର ଏହା ଏକ ଉଦ୍ୟମ। ସମ୍ବାଦ, କନକ ଟିଭି ଓ ରେଡିଓ ଚକଲେଟ୍ ସବୁବେଳେ ନୂଆ ନୂଆ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଆଗଭର ହୋଇଥାଏ । ଏହା ଆମର ହବି ନୁହେଁ, ଆମର କର୍ତ୍ତବ୍ୟ । କାରଣ ଗଣମାଧ୍ୟମର ଦାୟିତ୍ବ ହେଲା ଲୋକମାନଙ୍କୁ ଲୋକମାନଙ୍କ ସହ ଯୋଡ଼ିବା ଓ ଲୋକଙ୍କ ସମସ୍ୟାକୁ ଉଜାଗର କରିବା ।
ସାରା ଦେଶର କର୍ପୋରେଟ ଜଗତର ଦୃଷ୍ଟି ଏବେ ଓଡ଼ିଶା ଉପରେ ରହିଛି। ଏହାଦ ଦ୍ବାରା ଓଡ଼ିଶା ଆଗକୁ ବଢୁଛି। କର୍ପୋରେଟ ଜଗତର ବ୍ୟସ୍ତବହୁଳ ଜୀବନର ଚାପ ମଧ୍ୟରେ ସେମାନଙ୍କୁ ଏକାଠି କରିବାକୁ ଆମର ଏହା ଏକ ଉଦ୍ୟମ । ଏଣୁଏହା ଆମ ପାଇଁ ଏକ ଆନନ୍ଦର ବିଷୟ। ଏହି ପ୍ରତିଯୋଗିତାରେ ଯୋଗ ଦେଇଥିବାରୁ କର୍ପୋରେଟ ଜଗତର ଖେଳାଳିମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ସମ୍ବାଦର ସଂପାଦିକା ତନୟା ପଟ୍ଟନାୟକ ଓ ସମ୍ବାଦଗ୍ରୁପ ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ ଉପସ୍ଥିତ ଥିଲେ। ଉଦଘାଟନୀ ମ୍ୟାଚରେ ଏମସିଏଲକୁ ହରାଇଲା କାନାରା ବ୍ୟାଙ୍କ ।
ଆହୁରି ପଢ଼ନ୍ତୁ... ବର୍ଜନ ଧମକ ପ୍ରତ୍ୟାହାର କଲା ବାଂଲାଦେଶ କ୍ରିକେଟ ଖେଳାଳି ସଂଘ
ଆରସିସିଏଲର ଉଦଘାଟନୀ ମ୍ୟାଚରେ କାନାରା ବ୍ୟାଙ୍କ ମହାନଦୀ କୋଲଫିଲ୍ଡସ ଲିଃ (ଏମସିଏଲ)କୁ ୨୪ ରନର ପରାସ୍ତ କରିଛି। ଏହି ମ୍ୟାଚରେ କନାରା ବ୍ୟାଙ୍କ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭରରେ ୫ ଓ୍ବିକେଟ ହରାଇ ୮୫ ରନ କରିଥିଲା। ଦଳ ପକ୍ଷରୁ ସତ୍ୟଜିତ ପ୍ରଧାନ୨୮ ରନ କରିଥିବାବେଳେ ସୁଦିପ୍ତ ସାମଲ ୨୭ ରନ କରିଥିଲେ। ଏହାର ଜବାବରେ ଏମସିଏଲ ନିର୍ଦ୍ଧାରିତ ୬ ଓଭରରେ ୨ ଓ୍ବିକେଟ ହରାଇ ୬୧ ରନ କରିଥିଲା। ଦଳ ପକ୍ଷରୁ ଶୁଭମ୍ ୩୨ ରନ କରିଥିବାବେଳେ ସୌମିତ୍ ସେନାପତି ୧୪ ରନ କରିଥିଲେ। ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ଏମସିଏଲ୍ ଦ୍ବିତୀୟ ମ୍ୟାଚରେ ଜୋରଦାର ପ୍ରତ୍ୟାବର୍ତ୍ତନ କରିବା ସହ ଲଜାଇଲ୍ ଇଣ୍ଡିଆକୁ ୯୬ ରନରେ ପରାସ୍ତ କରିଥିଲା। ଏମସିଏଲ ପ୍ରଥମେ ବ୍ୟାଟିଂ କରି ସାଗର ମହାନ୍ତିଙ୍କ ବିସ୍ଫୋରକ ୮୨ ରନ ବଦଳରେ ନିର୍ଦ୍ଧାରିତ ୬ ଓଭରରେ ୩ ଓ୍ବିକେଟ ହରାଇ ୧୧୯ ରନ କରିଥିଲା। ଏହାର ଜବାବରେ ଲଜାଇଲ୍ ଇଣ୍ଡିଆ ନିର୍ଦ୍ଧାରିତ ୬ ଓଭରରେ ୯ ଓ୍ବିକେଟ ହରାଇ ମାତ୍ର ୨୩ ରନ କରିଥିଲା। ପ୍ରତିଯୋଗିତାର ପରବର୍ତ୍ତି ମ୍ୟାଚରେ ଜ୍ୟୋତି ମୋଟର୍ସ ଏମସିଏଲକୁ ୯ ଓ୍ବିକେଟରେ ପରାସ୍ତ କରିଥିଲା।
୧୬ଟି ଦଳର ଅଂଶଗ୍ରହଣ
ଏହି ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଏସବୁ ଦଳ ମଧ୍ୟରେ ଅଛନ୍ତି ମହାନଦୀ କୋଲଫିଲ୍ଡସ ଲିଃ, ଡିକବି ଲିଃ, ସୂଚନା ଓ ଲୋକସଂପର୍କ ବିଭାଗ, କାନାରା ବ୍ୟାଙ୍କ, ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ, ଜ୍ୟୋତି ମୋଟର୍ସ, ଲଜାଇଲ ଇଣ୍ଡିଆ, ଟିସିଏସ, ଓ୍ବିପ୍ରୋ, ନ୍ୟୁଏଟେଟ୍, ଏଚବି ସଲ୍ୟୁସନ, ମଣିପାଲ ହସପିଟାଲ । ଏହି ଟୁର୍ଣ୍ଣାମେଣ୍ଟର ପ୍ରାୟୋଜକମାନଙ୍କ ମଧ୍ୟରେ ଅଛନ୍ତି କାନାରା ବ୍ୟାଙ୍କ, ପର୍ଫରମାକ୍ସ, ବର୍ଦ୍ଧମ ହୋମ୍ସ, ଉତ୍କଳିକା, ଡିକବି, ଆଦିତ୍ୟ ମୋଟର୍ସ, ମହାନଦୀ କୋଲଫିଲ୍ଡସ ଲିଃ ଓ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ। ଶୁଶ୍ରୁତ ହସପିଟାଲ ଓ ଟ୍ରମା କେୟାର ଏହାର ସ୍ବାସ୍ଥ୍ୟସେବା ପାର୍ଟନର ଥିବାବେଳେ ଶ୍ରୀ ଛପନ ଭୋଗ ମିଷ୍ଟାନ୍ନ ପାର୍ଟନର ଅଛି। ଏହି ପ୍ରତିଯୋଗିତା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2026/01/16/rccl-2026-01-16-16-43-41.jpg)