କନକ ବ୍ୟୁରୋ: ଭାରତୀୟ ଯୁବ ବକ୍ସିଂ ଦଳ ଏଠାରେ ଚାଲିଥିବା ବିଶ୍ବ ବକ୍ସିଂ ଫ୍ୟୁଚର୍ସ କପ୍ରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ସୋମବାର ଦ୍ବିତୀୟ ଦିନରେ ଭାରତର ରାଧାମଣି ଲଙ୍ଗଜାମ ଓ ସାହିଲ ଦୁହାନ ନିଜ ନିଜ ବାଉଟ୍ ଜିତି ଆଗକୁ ବଢ଼ିଛନ୍ତି । ମହିଳା ୫୭ କିଲୋଗ୍ରାମ ବର୍ଗରେ ରାଧାମଣି ଆର୍ଏସ୍ସିରେ ଉଜବେକିସ୍ତାନ ଖେଳାଳିଙ୍କୁ ହରାଇଥିଲେ । ସେହିପରି ପୁରୁଷ ୬୦ କିଲୋଗ୍ରାମରେ ସାହିଲ ୫-୦ରେ ତୁର୍କିମେନିସ୍ତାନ ଖେଳାଳିଙ୍କୁ ମାତ୍ ଦେଇଥିଲେ । ତେବେ ୫୫ କିଲୋଗ୍ରମାରେ ଉଧମ ସିଂହ କଡ଼ା ସଂଘର୍ଷ କରିବା ସତ୍ତ୍ବେ ଜାପାନ ପ୍ରତିପକ୍ଷଙ୍କଠୁ ୨-୩ରେ ହାରି ଯାଇଛନ୍ତି ।
ଏହା ବି ପଢ଼ନ୍ତୁ:ଇଣ୍ଡିଆ ଇନ୍ସ୍ୟୁର୍-ସାଫେରିସ୍କ ଗଲ୍ଫ: ସୂର୍ଯ୍ୟକାନ୍ତ, ଉପାସନା ବିଜେତା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/09/world-boxing-futures-cup-2026-03-09-21-12-40.jpg)