କନକ ବ୍ୟୁରୋ: ବୀମା ବ୍ରୋକିଂ ଫାର୍ମ ଇଣ୍ଡିଆ ଇନ୍ସ୍ୟୁର୍ ଓ ସାଫେରିସ୍କ ସହଯୋଗରେ ଭୁବନେଶ୍ବର ଗଲ୍ଫ କ୍ଲବ୍ (ବିଜିସି) ଆନୁକୁଲ୍ୟରେ ଇଣ୍ଡିଆ ଇନ୍ସ୍ୟୁର୍-ସାଫେରିସ୍କ ଗଲ୍ଫ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ବରିଷ୍ଠ ବର୍ଗରେ ସୂର୍ଯ୍ୟକାନ୍ତ ମିଶ୍ର ବିଜେତା ଏବଂ ରାଜୁ ମିଶ୍ର ଉପବିଜେତା ହୋଇଛନ୍ତି । ସେହିଭଳି ମହିଳା ବର୍ଗରେ ଉପାସନା ପ୍ରଧାନୀ ବିଜେତା ଓ ରୌନସ୍କା ଜେନା ଉପବିଜେତା ହୋଇଥିଲେ । କାଟାଗୋରୀ ୦-୧୬ରେ ସତ୍ୟଜ୍ୟୋତି ମହାନ୍ତି ଓ ଦଲବୀର ସିଂହ ଯଥାକ୍ରମେ ବିଜେତା ଓ ଉପବିଜେତା ଟ୍ରଫି ହାତେଇଥିଲେ । ଏହି ବର୍ଗରେ ବେଷ୍ଟ୍ ଗ୍ରସ୍ ହୋଇଥିଲେ ବରୁଣ ପରମାର ।
ଏହା ବି ପଢ଼ନ୍ତୁ: ମହିଳା ଦୃଷ୍ଟିବାଧିତ ତୀରନ୍ଦାଜି: ମାମୁଲି ପ୍ରଥମ
୭ରୁ ୨୪ରେ ଭିଏସ୍ଏସ୍ ମଦନ ବିଜେତା ଓ ପିଜିସିର ଦିଲୀପ କୁମାର ବେହେରା ଉପବିଜେତା ହୋଇଥିଲେ । ଦେବଦର୍ଶୀ ରଥଙ୍କୁ ଲଙ୍ଗେଷ୍ଟ ଡ୍ରାଇଭ୍, ଜେକେ ମହାନ୍ତିଙ୍କୁ ଷ୍ଟ୍ରେଟେଷ୍ଟ୍ ଡ୍ରାଇଭ୍, କଳିଙ୍ଗ କେଶରୀ ସାହୁଙ୍କୁ କ୍ଲୋଜେଷ୍ଟ ଟୁ ଦ ପିନ୍, ହରିହର ଦାଶଙ୍କୁ ବେଷ୍ଟ ଆଉଟ୍ଷ୍ଟେସନ୍ ପ୍ଲେୟର ଏବଂ ଅସିତ କୁମାର ପାଲିତଙ୍କୁ ସିନିୟର ମୋଷ୍ଟ୍ ଗଲ୍ଫର ପୁରସ୍କାର ମିଳିଥିଲା । ବିଜିସି ସଭାପତି ଅସିତ ତ୍ରିପାଠୀ, ସମ୍ପାଦକ ତପନ କୁମାର ମହାନ୍ତିଙ୍କ ସହଯୋଗରେ ପ୍ରତିଯୋଗିତା ସଫଳତା ସହ ଶେଷ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ପ୍ରିୟଦର୍ଶୀ ମହାପାତ୍ର, ସାଫେରିସ୍କ ଏମ୍ଡି ସନ୍ଦୀପ ଘଟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିଯୋଗିତା ଆୟୋଜନରେ ଇଣ୍ଡିଆ ଇନ୍ସ୍ୟୁର୍ ଅଧ୍ୟକ୍ଷ ଭି ରାମକ୍ରିଷ୍ଣା ଓ ସାଫେରିସ୍କ ଅଧ୍ୟକ୍ଷ ଅଶୋକ ମିଶ୍ରଙ୍କ ପୂର୍ଣ୍ଣ ସହାୟତା ରହିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/09/india-insure-saferisk-golf-tournament-2026-03-09-21-09-03.jpg)