ଭାରତୀୟ ଟିମ୍ ଚୟନକୁ ନେଇ ଉଠିଲା ପ୍ରଶ୍ନ, ଯୁବ ପ୍ରତିଭାଙ୍କୁ ଅଣଦେଖା ଦେଇ କ୍ଷୁବ୍ଧ ହେଲେ ପୂର୍ବତନ କ୍ରିକେଟର

Advertisment

ଦିଲୀପ ଭେଙ୍ଗସରକାର କହିଛନ୍ତି , ସରଫରାଜ ଖାନଙ୍କୁ ଦଳରେ ସ୍ଥାନ ନମିଳିବା ‘ଲଜ୍ଜାଜନକ’ ବିଷୟ । ସେ କହିଛନ୍ତି, "ସରଫରାଜ ଗତ କିଛି ବର୍ଷ ହେବ ଲଗାତାର ଭାବେ ଘରୋଇ କ୍ରିକେଟରେ ରନ୍ କରୁଛନ୍ତି । ତାଙ୍କର ପ୍ରଦର୍ଶନକୁ ଦେଖିଲେ ସେ ବହୁ ପୂର୍ବରୁ ଜାତୀୟ ଦଳରେ ଖେଳିବା ଉଚିତ ଥିଲା ।

ଦିଲୀପ ଭେଙ୍ଗସରକାର କହିଛନ୍ତି , ସରଫରାଜ ଖାନଙ୍କୁ ଦଳରେ ସ୍ଥାନ ନମିଳିବା ‘ଲଜ୍ଜାଜନକ’ ବିଷୟ । ସେ କହିଛନ୍ତି, "ସରଫରାଜ ଗତ କିଛି ବର୍ଷ ହେବ ଲଗାତାର ଭାବେ ଘରୋଇ କ୍ରିକେଟରେ ରନ୍ କରୁଛନ୍ତି । ତାଙ୍କର ପ୍ରଦର୍ଶନକୁ ଦେଖିଲେ ସେ ବହୁ ପୂର୍ବରୁ ଜାତୀୟ ଦଳରେ ଖେଳିବା ଉଚିତ ଥିଲା ।

cricket

କନକ ବ୍ୟୁରୋ : ସରଫରାଜ ଖାନଙ୍କୁ ନେଇ କ୍ରିକେଟ ଜଗତରେ ହଲଚଲ । ଅଜିତ ଅଗରକର ଏଣ୍ଡ କୋ’ଙ୍କ ଉପରେ ଗର୍ଜିଲେ ଦିଲୀପ ଭେଙ୍ଗସରକାର। ସୟଦ ମୁସ୍ତାକ ଅଲ୍ଲୀ ଓ ବିଜୟ ହଜାରେରେ କ୍ରମାଗତ ଭଲ ପ୍ରଦର୍ଶନ କଲେ ବି ସରଫରାଜଙ୍କ ଉପରେ ଚୟନକର୍ତ୍ତାଙ୍କ କୃପାଦୃଷ୍ଟି ପଡୁନି। ଯାହା ପୂର୍ବତନ ଭାରତୀୟ ଖେଳାଳିଙ୍କୁ ମୁହଁ ଖୋଲିବାକୁ ବାଧ୍ୟ କରିଛି ।

ଭାରତୀୟ କ୍ରିକେଟ ଦଳର ଚୟନକୁ ନେଇ ପୁଣି ଥରେ ବିବାଦ ମୁଣ୍ଡ ଟେକିଛି । ଘରୋଇ କ୍ରିକେଟରେ ରନ୍ ପାହାଡ଼ ଠିଆ କରୁଥିବା ତଥା ଯୁବ ବ୍ୟାଟର ସରଫରାଜ ଖାନଙ୍କୁ ବାରମ୍ବାର ଅଣଦେଖା କରାଯିବା ଘଟଣାରେ ଏବେ ମୁହଁ ଖୋଲିଛନ୍ତି ଭେଟେରାନ କ୍ରିକେଟର ଦିଲୀପ ଭେଙ୍ଗସରକାର । ଚୟନକର୍ତ୍ତାଙ୍କ ନିଷ୍ପତ୍ତିକୁ ନେଇ ସେ କେବଳ ଆଶ୍ଚର୍ଯ୍ୟ  ପ୍ରକଟ କରିନାହାନ୍ତି, ବରଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ କଡ଼ା ଭାଷାରେ ସମାଲୋଚନା ମଧ୍ୟ କରିଛନ୍ତି ।

କେବେ ଭାରତୀୟ କ୍ରିକେଟ୍ ଟିମର ଥିଲେ ଅଧିନାୟକ, ଆଜି ମନ୍ତ୍ରୀ ଭାବେ ନେଲେ ଶପଥ

ଦିଲୀପ ଭେଙ୍ଗସରକାର କହିଛନ୍ତି , ସରଫରାଜ ଖାନଙ୍କୁ ଦଳରେ ସ୍ଥାନ ନମିଳିବା ‘ଲଜ୍ଜାଜନକ’ ବିଷୟ । ସେ କହିଛନ୍ତି, "ସରଫରାଜ ଗତ କିଛି ବର୍ଷ ହେବ ଲଗାତାର ଭାବେ ଘରୋଇ କ୍ରିକେଟରେ ରନ୍ କରୁଛନ୍ତି । ତାଙ୍କର ପ୍ରଦର୍ଶନକୁ ଦେଖିଲେ ସେ ବହୁ ପୂର୍ବରୁ ଜାତୀୟ ଦଳରେ ଖେଳିବା ଉଚିତ ଥିଲା । କିନ୍ତୁ ଅଜିତ ଅଗରକର ଏବଂ ତାଙ୍କ ଚୟନ କମିଟି କେଉଁ ଆଧାରରେ ତାଙ୍କୁ ବାଦ୍ ଦେଉଛନ୍ତି, ତାହା ବୁଝାପଡୁନାହିଁ । ଭେଙ୍ଗସରକାର ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି , ଯଦି ଜଣେ ଖେଳାଳି ଘରୋଇ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ପରେ ମଧ୍ୟ ଦଳରେ ସ୍ଥାନ ପାଉନାହାନ୍ତି, ଏହା ଯୁବ ଖେଳାଳିଙ୍କ ମନୋବଳକୁ ଭାଙ୍ଗିଦେବ । ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ନଥିବା ଭେଙ୍ଗସରକାର ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ କ୍ରିକେଟ ପ୍ରେମୀମାନେ ଭେଙ୍ଗସରକାରଙ୍କ ଏହି ବୟାନକୁ ସମର୍ଥନ କରିବା ସହ ସରଫରାଜଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି । ଏହି ଘଟଣା ଏବେ ଭାରତୀୟ କ୍ରିକେଟ ବୋର୍ଡ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe