କନକ ବ୍ୟୁରୋ: ଭାରତୀୟ ବ୍ୟାଡ୍ମିଣ୍ଟନ୍ ତାରକା ପିଭି ସିନ୍ଧୁ ଓ ଲକ୍ଷ୍ୟ ସେନ୍ ଚଳିତ ଇଣ୍ଡୋନେସିଆ ମାଷ୍ଟର୍ସର କ୍ବାର୍ଟର୍ ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି । ଉଭୟ ନିଜନିଜ ପ୍ରିକ୍ବାର୍ଟର ଫାଇନାଲ୍ ମୁକାବିଲା ଜିତି ଏଭଳି ସଫଳତା ଲାଭ କରିଛନ୍ତି । ଲକ୍ଷ୍ୟ ୨୧-୧୦, ୨୧-୧୧ ସିଧାସଳଖ ସେଟ୍ରେ ହଂକଂର ଜାସନ ଗୁନାୱନଙ୍କୁ ପରାସ୍ତ କରିଛନ୍ତି । ଏହି ମ୍ୟାଚ୍ ଜିତିବାକୁ ସେ ମାତ୍ର ଅଧଘଣ୍ଟାଏରୁ ଟିକିଏ ଅଧିକ ସମୟ ନେଇଥିଲେ । ସେହିଭଳି ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ସିନ୍ଧୁ ୨୧-୧୯, ୨୧-୧୮ରେ ଡେନ୍ମାର୍କର ପୁରୁଣା ପ୍ରତିଦ୍ବନ୍ଦ୍ବୀ ହୋଜମାର୍କ କାଜେରଫିଲ୍ଟଙ୍କୁ ହରାଇ ବିଦାୟର ପଥ ଦେଖାଇ ଦେଇଥିଲେ ।
ଏହା ବି ପଢ଼ନ୍ତୁ: ଅଷ୍ଟ୍ରେଲିଆନ୍ ଓପନ୍: ମିଶ୍ରିତ ଯୁଗଳରୁ ୟୁକିଙ୍କ ବିଦାୟ
ଏହି ମ୍ୟାଚ୍ ଜିତିବାକୁ ସେ କେବଳ ୪୩ ମିନିଟ୍ ସମୟ ନେଇଥିଲେ । କାଜେରଫିଲ୍ଟଙ୍କ ବିପକ୍ଷରେ ଖେଳିଥିବା ୬ ମ୍ୟାଚ୍ରୁ ସିନ୍ଧୁଙ୍କର ଏହା ୬ ବିଜୟ ଥିଲା । କ୍ବାର୍ଟର୍ ଫାଇନାଲ୍ରେ ସେ ଟପ୍ ସିଡ୍ ତଥା ବିଶ୍ବମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଚୀନର ଚେନନ୍ୟୁ ଫେଇଙ୍କୁ ଭେଟିବେ । ଯାହା ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ସିନ୍ଧୁ ଓ ଫେଇ ପୂର୍ବରୁ ୧୩ଥର ପରସ୍ପରର ଭେଟାଭେଟି ହୋଇଛନ୍ତି । ସେଥିମଧ୍ୟରୁ ଫେଇ ୭ଟି ଏବଂ ସିନ୍ଧୁ ୬ଟି ମୁକାବିଲା ଜିତିଛନ୍ତି । ଶେଷ ଥର ପାଇଁ ସିନ୍ଧୁ ୨୦୧୯ ମସିହାରେ ଫେଇଙ୍କୁ ହରାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/22/pv-sindhu-2026-01-22-15-18-25.jpg)