ପୁଟିନଙ୍କୁ ରାଷ୍ଟ୍ରପତି ଭବନରେ ସ୍ୱାଗତ ସମ୍ବର୍ଦ୍ଧନା, ଡିନର ପାର୍ଟିରେ ଯୋଗଦେବା ପରେ ଆଜି ଫେରିଯିବେ ମସ୍କୋ

Advertisment

 ଏହାପରେ ପୁଟିନ ରାଜଘାଟକୁ ଯାଇଥିଲେ । ସେଠାରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ପୁଟିନ । ପରିଦର୍ଶକ  ପୁସ୍ତକରେ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ପୁଟିନ ନିଜ ଭାବ ଉଲ୍ଲେଖ  କରିଥିଲେ ।  ମହାତ୍ମା ଗାନ୍ଧୀ ବିଂଶ ଶତାବ୍ଦୀର ଶ୍ରେଷ୍ଠ ପ୍ରଭାବଶାଳୀ ବ୍ୟକ୍ତିତ୍ବ ଓ  ମାନବିକତାର ଶକ୍ତିଶାଳୀ ମାର୍ଗଦର୍ଶକ । ଗାନ୍ଧୀଙ୍କ ଅହିଂସା ଆଦର୍ଶ ଯୁଗଯୁଗ ଧରି ବିଶ୍ବକୁ ପଥ ପ୍ରଦର୍ଶନ କରିବ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଲେଖିଛନ୍ତି ।

russ

କନକ ବ୍ୟୁରୋ :  ଦିଲ୍ଲୀ ହାଇଦ୍ରାବାଦ ହାଉସରେ ଦ୍ବିପାକ୍ଷିକ ଆଲୋଚନା ଓ ଦୁଇଦେଶ ମଧ୍ୟରେ ବିଭିନ୍ନ ଚୁକ୍ତି ସ୍ବାକ୍ଷର ପୂର୍ବରୁ  ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଷ୍ଟ୍ରପତି ଭବନକୁ ଯାଇଥିଲେ । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହାପରେ ରାଜଘାଟକୁ ଯାଇ ମାହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ପୁଟିନ ।

ଅଧିକ ପଢ଼ନ୍ତୁ :ଭାରତ-ଋଷ ୨୩ତମ ଶିଖର ସମ୍ମିଳନୀରେ ଅନେକ ବୁଝାମଣା ସ୍ୱାକ୍ଷରିତ, ଜାରି ରହିବ ଇନ୍ଧନ ଯୋଗାଣ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଆଜି ଦ୍ୱିତୀୟ ଦିନ । ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଥିବା ପୁଟିନ ଆଜି ରାଷ୍ଟ୍ରପତି ଭବନକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଥିଲେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୁଟିନଙ୍କ ସହ ଆସିଥିବା ରୁଷର ୭ ଜଣ ମନ୍ତ୍ରୀଙ୍କୁ ମଧ୍ୟ ସ୍ବାଗତ କରାଯାଇଥିଲା । ପୁଟିନଙ୍କୁ ଦିଆଯାଇଛି ୨୧ ତୋପ ସଲାମୀ ସହ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଦୁଇଦେଶର ଜାତୀୟ ସଙ୍ଗୀତ ପରିବେଷଣ ଓ ସାମରିକ ବାଦ୍ୟର   ତାଳେତାଳେ ପରିବେଶ ବେଶ୍ ଆକର୍ଷଣୀୟ ଥିଲା ।  ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର, ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନା, ସିଡିଏସ୍ ଜେନେରାଲ ଅନୀଲ ଚୌହାନଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଉଭୟ ଦେଶର ପ୍ରତିନିଧିଙ୍କ ମଧ୍ୟରେ ପରିଚୟ ଆଦାନ ପ୍ରଦାନ କରାଯାଇଥିଲା।

ଅଧିକ ପଢ଼ନ୍ତୁ :ଅନ୍ଧାରୀ ଇଲାକାରେ ଟିପିଏନଓଡିଏଲ ପହଞ୍ଚାଇଲା ବିଦ୍ୟୁତ ସେବା,  ଉପକୃତ ହେବେ  ୩୭ରୁ ଅଧିକ ପରିବାର

 ଏହାପରେ ପୁଟିନ ରାଜଘାଟକୁ ଯାଇଥିଲେ । ସେଠାରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ପୁଟିନ । ପରିଦର୍ଶକ  ପୁସ୍ତକରେ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ପୁଟିନ ନିଜ ଭାବ ଉଲ୍ଲେଖ  କରିଥିଲେ ।  ମହାତ୍ମା ଗାନ୍ଧୀ ବିଂଶ ଶତାବ୍ଦୀର ଶ୍ରେଷ୍ଠ ପ୍ରଭାବଶାଳୀ ବ୍ୟକ୍ତିତ୍ବ ଓ  ମାନବିକତାର ଶକ୍ତିଶାଳୀ ମାର୍ଗଦର୍ଶକ । ଗାନ୍ଧୀଙ୍କ ଅହିଂସା ଆଦର୍ଶ ଯୁଗଯୁଗ ଧରି ବିଶ୍ବକୁ ପଥ ପ୍ରଦର୍ଶନ କରିବ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଲେଖିଛନ୍ତି ।

ଅଧିକ ପଢ଼ନ୍ତୁ :ଟୟୋଟା ଆୟୋଜନ କରୁଛି ଏକ୍ସପେରିଏନ୍ସିଆଲ ଡ୍ରାଇଭିଂ, ଦାରୁଠେଙ୍ଗର ଜୁଝାଗଡ଼ାରେ ହାଇଲକ୍ସ ପ୍ରିମିୟମ ଅଫ୍ ରୋଡକୁ ଦେଖିଲେ ଶହ ଶହ ଲୋକ

 ପୁଟିନ ଆଜି ସନ୍ଧ୍ୟାରେ ପୁଣି ରାଷ୍ଟ୍ରପତି ଭବନକୁ ଯିବେ। ସେଠାରେ ପୁଟିନଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୈଶ୍ୟଭୋଜି ଆୟୋଜନ କରିଛନ୍ତି । ଏଥିରେ ଅନ୍ୟ ଅତିଥି ମଧ୍ୟ ଯୋଗଦେବେ। ଏହାପରେ ମସ୍କୋ ଫେରିଯିବେ ପୁଟିନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe