କନକ ବ୍ୟୁରୋ : ବ୍ରହ୍ମପୁର ସହରରେ ଭଡ଼ାରେ ରହୁଛନ୍ତି କି ? ଆପଣଙ୍କ ପାଇଁ ଖୁସି ଖବର । ନୂଆବର୍ଷରେ ଆପଣଙ୍କୁ କମ୍ ଦାମରେ ଘର ଯୋଗାଇ ଦେବେ ସରକାର। କେମିତି ଏହାର ଲାଭ ଉଠାଇବେ ?
ଆମେ କହୁଛୁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ନୂଆ ଯୋଜନା କଥା । ଯଦି ଆପଣ ବ୍ରହ୍ମପୁର ସହରରେ ରହୁଛନ୍ତି ତେବେ ଆପଣ ବି ଏହାର ଲାଭ ଉଠାଇ ପାରିବେ। ଏଥିପାଇଁ ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ କମ୍ ହୋଇଥିବା ଆବଶ୍ୟକ। ନିଜର କିମ୍ବା ପରିବାର ନାଁରେ ଜମି ନଥିବ। ତାହାଲେ ବ୍ରହ୍ମପୁର ସହରରେ ସ୍ବପ୍ନର ଘରଟିଏ କିଣିପାରିବେ ।
ବ୍ରହ୍ମପୁର ବଡ଼ ମେଡିକାଲକୁ ସଫଳତା;୫ ମାସରେ ୧୦ଟି ଓପନ ହାର୍ଟ ସର୍ଜରି
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ହେବ । ଏଥିପାଇଁ ଅନଲାଇନରେ ଆବେଦନ ଆରମ୍ଭ ହୋଇସାରିଛି । ଏପର୍ଯ୍ୟନ୍ତ ୪ ହଜାରରୁ ଅଧିକ ଆବେଦନ ମିଳିଲାଣି । ତେଣୁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ଏଥିଲାଗି ଜମି ଦେଖିବା ଆରମ୍ଭ କରିଛନ୍ତି । ବ୍ରହ୍ମପୁର, କୁକୁଡ଼ାଖଣ୍ଡି, କନିସି ତହସିଲଦାରଙ୍କୁ ନିଜ ଅଞ୍ଚଳରେ ୪୦ ଏକର ଜମି ଖୋଜିବାକୁ କୁହାଯାଇଛି । ଶନିବାର ସୁଦ୍ଧା ସେମାନେ ଏହାର ଷ୍ଟାଟସ୍ ଜଣାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଡିସେମ୍ବର ଶେଷ ଆଡ଼କୁ ଡିପିଆର ପ୍ରସ୍ତୁତ ସହ ନୂଆବର୍ଷରୁ ଗୃହ ନିର୍ମାଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।
ବ୍ରହ୍ମପୁରରେ କାହାପାଇଁ ମାଗଣା ୱାଇଫାଇ ସେବା ? ଖବର ବାଜିବା ପରେ ସଚେତନ ହେଲା ବିଇଏମସି
ଜନସେବା କେନ୍ଦ୍ରରେ ଏଥିପାଇଁ ଆବେଦନ କରିପାରିବେ ହିତାଧିକାରୀ । ଯାଞ୍ଚ ପରେ ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ ହେବ । ଯାହାକୁ ନେଇ ଲୋକ ବି ବେଶ୍ ଆଶାବାଦୀ ଅଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/05/brahmapur-2025-12-05-18-46-36.jpg)