ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣା, କାର୍ଯ୍ୟାନୁଷ୍ଠାନ ପାଇଁ ରିପୋର୍ଟ ଦେଲେ ଉନ୍ନୟନ କମିସନର୍ ଅନୁ ଗର୍ଗ

୭ ପୁଲିସ୍ ଅଧିକାରୀ କାର୍ଯ୍ୟରେ ଅବହେଳା କରିଥିବା ରିପୋର୍ଟରେ ଉଲ୍ଲେଖ । ୨୯ ଜୁନ୍ ରଥଯାତ୍ରାର ଦ୍ବିତୀୟ ଦିନରେ ହୋଇଥିଲା ଦଳାଚକଟା ।

Puri stampede

Puri stampede Photograph: (KanakNews)

କନକ ବ୍ୟୁରୋ: ପୁରୀ ଗୁଣ୍ଡିଚା ମନ୍ଦିରର ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ ସୁପାରିସ୍‌ । ଦଳଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଉନ୍ନୟନ କମିଶନ ଦେଇଥିବା ରିପୋର୍ଟରେ ପୁଲିସର ଅବହେଳା ସହ ଏଆଇ କାମ କରିନଥିବା ଦର୍ଶାଯାଇଛି । ଚଳିତ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ଏଆଇ ବ୍ୟବସ୍ଥା ଅଣାଯାଇଥିଲା । ଚାରିଆଡେ ସିସିଟିଭି ଲଗାଯିବା ସହ ପ୍ରତିଟି ଗତିବିଧି ଉପରେ ନଜର ରଖିବାକୁ ମନିଟରିଂ ରୁମ ରହିଥିଲା। ଏଥିପାଇଁ ୨୭୫ଟି ସିସିଟିଭି ଲାଗିଥିଲା । ହେଲେ ଅନେକ ସିସିଟିଭି ଫିଡ୍ ମିଳିନଥିଲା । ଭିଡ଼ ନିୟନ୍ତ୍ରଣ କ୍ଷେତ୍ରରେ ଏଆଇର ସେଭଳି ଭୂମିକା ଦେଖିବାକୁ ମିଳିନଥିଲା ।

ହରିଦ୍ବାର ମନସା ଦେବୀ ମନ୍ଦିରରେ ଦଳାଚକଟା: ୮ ମୃତ, ୨୫ରୁ ଅଧିକ ଆହତ

ତେଣୁ ଟେଣ୍ଡର ପାଇଥିବା କମ୍ପାନିକୁ କଳାତାଲିକାଭୁକ୍ତ କରିବାକୁ ରିପୋର୍ଟରେ କୁହାଯାଇଛି । ଏହାସହ ୭ ପୋଲିସ ଅଧିକାରୀ କାର୍ଯ୍ୟରେ ଅବହେଳା କରିଥିବା ରିପୋର୍ଟରେ ଉଲ୍ଲେଖ। କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀ, ଡିସିପି ବିଷ୍ଣୁପ୍ରସାଦ ପତି, କମାଣ୍ଡାଣ୍ଟ ତାପସ ଦାସ । କେକେ ନାୟକ, DSP ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁ, କମାଣ୍ଡାଣ୍ଟ ଶାରଦା ଦାଶ । ଗୃହ ବିଭାଗର ଅତିରିକ୍ତ ସଚିବ ଡିଜି ଓ ଆଇଜି ପୋଲିସକୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । 


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe