କନକ ବ୍ୟୁରୋ: ହରିଦ୍ବାର ମନସା ଦେବୀ ଦଳାଚକଟା ଘଟଣାର ୮ଜଣଙ୍କ ମୃତ୍ୟୁ ସହ ୨୫ରୁ ଅଧିକ ଆହାତ ହୋଇଛନ୍ତି । ହରିଦ୍ୱାରର ମନସା ଦେବୀ ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ଘଟିଥିବା ସୂଚନା । ରବିବାର ସକାଳେ ଘଟିଥିବା ସୂଚନା ମିଳିଛି । ପ୍ରଶାସନ ଘଟଣାର ତଦନ୍ତ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଦଳାଚକଟାରେ ୨୫ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ଆହତଙ୍କୁ ମେଡିକାଲ ନେଇଛି । ଦଳାଚକଟାକୁ ନେଇ ଶ୍ରଦ୍ଧାଳୁ ଭୟଭୀତ ହୋଇପଡିଛନ୍ତି । ପ୍ରତିବର୍ଷ ଶ୍ରାବଣ ମାସରେ ମାନସା ଦେବୀ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥାଏ । ଏଥର ଅଧିକ ଭିଡ଼ ହେବାରୁ ଦଳାଚକଟା ସ୍ଥିତି ଉପୁଜିଥିବା ସୂଚନା ମଳିଛି ।

Advertisment