କନକ ବ୍ୟୁରୋ : ସୋନି ଟିଭିର ଲୋକପ୍ରିୟ ରିୟାଲିଟି ସୋ ମାଷ୍ଟର ସେଫ ଇଣ୍ଡିଆରେ ପୁରୀର ପୂର୍ବତନ କାଉନସିଲର। ଫାଇନାଲ୍‌ ରାଉଣ୍ଡରେ ଦୁଇ ଭଉଣୀ ଅଞ୍ଜୁ-ମଞ୍ଜୁଙ୍କ ଯୋଡ଼ି କୋଲକାତା ରାଉଣ୍ଡରେ ‘ଫିସ ୱେଲିଙ୍ଗଟନ୍‌’ପ୍ରସ୍ତୁତ କରି ବିଚାରକଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି । 

Advertisment

R୩ ଜଣ ବିଚାରକ ବିକାଶ ଖାନ୍ନା, ରଣବୀର ବ୍ରାର ଓ କୁନାଲ କପୁର ଅଞ୍ଜୁ-ମଞ୍ଜୁଙ୍କ ପ୍ରସ୍ତୁତ ଡିସ୍‌କୁ ପ୍ରଶଂସା କରିଛନ୍ତି। ୨୦୦୮ରୁ ଅଞ୍ଜୁ କାଉନ୍‌ସିଲର ଭାବେ ୯ ନମ୍ବର ୱାର୍ଡବାସୀଙ୍କୁ ସେବା ଯୋଗାଇଥିଲେ। ସେ ପୂର୍ବତନ କାଉନସିଲର ଗୌରହରି ପ୍ରଧାନଙ୍କ ଧର୍ମପତ୍ନୀ। ଶ୍ରୀମନ୍ଦିର ଘଣ୍ଟୁଆ ପରିବାରର ସଦସ୍ୟ ମଧ୍ୟ।

ଅଧିକ ପଢ଼ନ୍ତୁ : ମାଷ୍ଟର ସେଫ୍‌ରେ ଏକ୍ସ କାଉନସିଲର୍‌ : କମାଲ କରିବେ ଅଞ୍ଜୁ-ମଞ୍ଜୁ ଯୋଡ଼ି

ରଣବୀରଙ୍କ ସହ କଥା ହେବା ବେଳେ ଅଞ୍ଜୁ କହିଛନ୍ତି, ଆମ ମହାପ୍ରଭୁ ଖାଦ୍ୟ ପ୍ରିୟ। ତେଣୁ ଓଡ଼ିଆମାନେ ମଧ୍ୟ ଆମ ମହାପ୍ରଭୁଙ୍କ ଭଳି ଖାଦ୍ୟପ୍ରିୟ। ଅଞ୍ଜୁ ନିଜେ ଆମିଷ ଖାଆନ୍ତି ନାହିଁ, ତଥାପି ସେ ନିଜ ଭଉଣୀଙ୍କ ସହ ମିଶି ‘ଫିସ୍‌ ୱେଲିଙ୍ଗଟନକୁ ଏତେ ସ୍ବାଦିଷ୍ଟ ଭାବେ ପରସିଥିଲେ ଯେ ବିଚାରକମାନେ ମଧ୍ୟ ପ୍ରଶଂସା କରିବାକୁ ପଛାଇନଥିଲେ। ଆସନ୍ତା ୫ ତାରିଖ ରାତି ୯ଟାରେ ଏହାର ପ୍ରସାରଣ ହେବ । ୧୦୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ୪ଟି ପର୍ଯ୍ୟାୟରେ  ଅଞ୍ଜୁ-ମଞ୍ଜୁ ଯୋଡ଼ି ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି । ଏବେ ଏହି ଦୁଇ ଭଉଣୀ ଶ୍ରେଷ୍ଠ ୧୨ ମଧ୍ୟରେ ସ୍ଥାନ ପାଇଛନ୍ତି।