କନକ ବ୍ୟୁରୋ :  ସୋନି ଟିଭିର ଲୋକପ୍ରିୟ ରିୟଲିଟି ସୋ’ ‘ମାଷ୍ଟର ସେଫ ଇଣ୍ଡିଆରେ ଦେଖିବାକୁ ମିଳିବ ପୁରୀର ପୂର୍ବତନ କାଉନସିଲର୍‌ ଅଞ୍ଜୁ ପ୍ରଧାନଙ୍କ ଖାଇବା ର  ତଡ଼କା ।  ଭଉଣୀ ମଞ୍ଜୁ ଓଝାଙ୍କ ସହ ସେ କୋଲକାତାର ରାଉଣ୍ଡରେ ‘ଫିସ ୱେଲିଙ୍ଗଟନ୍’ ପ୍ରସ୍ତୁତ କରି ବିଚାରକଙ୍କ ପ୍ରଶଂସାର ପାତ୍ର ହୋଇଥିଲେ । ଚୟନ ହୋଇଥିବା ୧୦୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ୪ଟି ପର୍ଯ୍ୟାୟରେ ସେ ଫାଇନାଲ୍ ରାଉଣ୍ଡରେ ପହଞ୍ଚିଛନ୍ତି । ଶ୍ରେଷ୍ଠ ୧୨ ମଧ୍ୟରେ ସ୍ଥାନ ପାଇଛନ୍ତି । ଅଞ୍ଜୁ -ମଞ୍ଜୁଙ୍କ ଯୋଡ଼ି ଦ୍ବାରା ପ୍ରସ୍ତୁତ ଖାଦ୍ୟକୁ ବିଚାରକମାନେ ଖୁବ୍ ପ୍ରଶଂସା କରିଛନ୍ତି । ବିଚାରକ ରଣବୀର ବ୍ରାର ଅଞ୍ଜୁଙ୍କ ସହ କଥା ହେବା ବେଳେ ଶ୍ରୀମନ୍ଦିର ମହାପ୍ରସାଦର ଖୁବ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ସାରା ଦୁନିଆ ଗୋଟିଏ ପଟେ ଆଉ ମହାପ୍ରଭୁଙ୍କ ପ୍ରସାଦ ଆଉ ଗୋଟିଏ ପଟେ ’। ପୁରୀ ଆସିବା ବେଳେ ମହାପ୍ରସାଦ ସେବନ କରିବାର ଖୁସିକୁ ମଧ୍ୟ ଜାହିର କରିଛନ୍ତି  ।

Advertisment

ଅଧିକ ପଢନ୍ତୁ... ଶୁଣିଲାନି ପ୍ରଶାସନ, ଅଣ୍ଟା ଭିଡ଼ିଲେ ଗାଁ ଲୋକ, ନାଳ ଉପରେ କାଠପୋଲ ତିଆରି କଲେ ରାୟଗଡ଼ା ସୀତାଗୁଡ଼ା ବାସିନ୍ଦା

୩ ଜଣ ବିଚାରକ ବିକାଶ ଖାନା, ରଣବୀର ବ୍ରାର ଓ କୁନାଲ କପୁର ଅଞ୍ଜୁ-ମଞ୍ଜୁଙ୍କ ପ୍ରସ୍ତୁତ ଖାଇବା  ପ୍ରଶଂସା କରିଛନ୍ତି । ୨୦୦୮ରୁ ଅଞ୍ଜୁ କାଉନ୍‌ସିଲର ଭାବେ ୯ ନମ୍ବର ୱାର୍ଡରେ ସେବା ଦେଇଥିଲେ । ସେ ପୂର୍ବତନ କାଉନସିଲର ଗୌରନ୍ଦରି ପ୍ରଧାନଙ୍କ ଧର୍ମପତ୍ନୀ । ଶ୍ରୀମନ୍ଦିର ଘଣ୍ଟୁଆ ପରିବାରର ସଦସ୍ୟ ମଧ୍ୟ ଅଞ୍ଜୁ ବିଚାରକ ରଣବୀରଙ୍କ ସହ କଥା ହେବା ବେଳେ କହିଛନ୍ତି, ଆମ ମହାପ୍ରଭୁ ଖାଦ୍ୟ ପ୍ରିୟ  । ତେଣୁ ଓଡ଼ିଆ ମାନେ ମଧ୍ୟ ଆମ ମହାପ୍ରଭୁଙ୍କ ଭଳି ଖାଦ୍ୟ ପ୍ରିୟ। ଅଞ୍ଜୁ ନିଜେ ଆମିଷ ଖାଆନ୍ତି ନାହିଁ, ତଥାପି ସେ ନିଜ ଭଉଣୀଙ୍କ ସହ ମିଶି ‘ଫିସ୍ ୱିଲିଙ୍ଗଟନ’କୁ ଏତେ ସ୍ବାଦିଷ୍ଟ ଭାବେ ପରସିଥିଲେ ଯେ ବିଚାରକମାନେ ମଧ୍ୟ ପ୍ରଶଂସା କରିବାକୁ ପଛାଇ ନଥିଲେ । ଆସନ୍ତା ୫ ତାରିଖ ରାତି ୯ଟାରୁ ଏହାର ପ୍ରସାରଣ ଦେଖିବାକୁ ମିଳିବ