କନକ ବ୍ୟୁରୋ : ଆଧ୍ୟାତ୍ମିକତାର ଦେଶ ଭାରତରେ ମୁଖ୍ୟତଃ ୪ ଟି ମଠ ରହିଛି । ଯାହାର ସ୍ଥାପନା ଆଦିଗୁରୁ ଶଙ୍କରାଚାର୍ଯ୍ୟ ଦେଶର ଚାରି ଦିଗରେ କରିଥିଲେ । ଉତ୍ତର ଭାରତର ଉତ୍ତରାଖଣ୍ଡ ଚମୌଲି ଜିଲ୍ଲାର ଜ୍ୟୋର୍ତିମଠ ଯେଉଁଠି ବର୍ତ୍ତମାନ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବରନନ୍ଦ ସରସ୍ବତୀ ରହିଛନ୍ତି । ଯାହାଙ୍କୁ ନେଇ ସବୁବେଳେ ବିବାଦ ଲାଗି ରୁହେ । ଏମିତିକି ଅନ୍ୟ ମଠର ଶଙ୍କରାଚାର୍ଯ୍ୟ ମଧ୍ୟ ତାଙ୍କୁ ଶଙ୍କରାଚାର୍ଯ୍ୟ ବୋଲି ମାନୁନାହାନ୍ତି ଏବଂ ସୁପ୍ରିମକୋର୍ଟରେ ମଧ୍ୟ ତାଙ୍କୁ ନେଇ କେସ୍ ଚାଲିଛି । ଅଭିଯୋଗ ରହିଛି କି ନିଜ ଗୁରୁଙ୍କ ନିଧନ ପରେ ସ୍ବୟଂକୁ ହିଁ ଶଙ୍କରାଚାର୍ଯ୍ୟ ଘୋଷିତ କରିଦେଇଥିଲେ ଅଭିମୁକ୍ତେଶ୍ବରନନ୍ଦ ।

Advertisment

ଆଗକୁ ପଢ଼ନ୍ତୁ : ପ୍ରଶାସନ ବନାମ ଶଙ୍କରାଚାର୍ଯ୍ୟ : ସ୍ବାମୀ ଅଭିମୁକ୍ତେଶ୍ବରନନ୍ଦଙ୍କୁ ନେଇ ତେଜିଲା ବିବାଦ

ଏହାପରେ ଆସେ ଗୁଜୁରାଟର ଦ୍ବାରକାରେ ଥିବା ଶାରଦା ମଠ । ଯାହାକୁ ସବୁଠାରୁ ପ୍ରମୁଖ ବୋଲି କୁହାଯାଏ । କାଶ୍ମୀରର ଶାରଦା ଗ୍ରାମରେ ଏହି ମଠର ଏକ ପ୍ରାଚୀନ ଜ୍ଞାନ କେନ୍ଦ୍ର ମଧ୍ୟ ରହିଛି । ଖାଲି କାଶ୍ମୀର କାହିଁକି କେରଳରେ ଶ୍ରୀ ନାରାୟଣ ଗୁରୁଙ୍କ ମଠ ଏବଂ କୋଲକାତା ରାମକୃଷ୍ଣ ମଠ ମଧ୍ୟ ଏହାର ଏକ କେନ୍ଦ୍ର ବୋଲି କୁହାଯାଏ । ଏହି ମଠଗୁଡ଼ିକ ବିଦ୍ୟାର ଦେବୀ ସରସ୍ୱତୀଙ୍କ ପ୍ରତି ସମର୍ପିତ ଏବଂ ଆଧ୍ୟାତ୍ମିକ ଶିକ୍ଷା,ସେବା ପ୍ରଦାନ କରିଥାଏ । ଶାରଦା ମଠର ଶଙ୍କରାଚାର୍ଯ୍ୟ ହେଉଛନ୍ତି ସ୍ୱାମୀ ସଦାନନ୍ଦ ସରସ୍ୱତୀ । ତା’ପରେ ଆସେ ଜଗନ୍ନାଥ ଧାମ ପୁରୀର ଗୋବର୍ଦ୍ଧନ ମଠ । ଦେଶର ପୂର୍ବ ଦିଗରେ ଅବସ୍ଥିତ ଶ୍ରୀକ୍ଷେତ୍ରର ଗୋବର୍ଦ୍ଧନ ମଠ ଅଦ୍ୱୈତ ବେଦାନ୍ତର ନୀତି ପ୍ରଚାର କରେ । ଯାହାର ଶଙ୍କରାଚାର୍ଯ୍ୟ ହେଉଛନ୍ତି ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଏହା ପରେ ପରେ ଆସେ ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକର ଚିକ୍କାମାଗାଲୁରୁ ଜିଲ୍ଲାରେ ଟୁଙ୍ଗା ନଦୀ କୂଳରେ ଅବସ୍ଥିତ ଶୃଙ୍ଗେରି ମଠ । ଯାହା ଶୃଙ୍ଗେରି ଶାରଦା ପୀଠମ ନାମରେ ଖ୍ୟାତ । ଏଠାକାର ଶଙ୍କରାଚାର୍ଯ୍ୟ ହେଉଛନ୍ତି ଭାରତୀ ତୀର୍ଥ ମହାସ୍ବାମୀ ଜୀ। ଦକ୍ଷିଣ ଭାରତରେ ଏହି ମଠର ମହତ୍ତ୍ବ ଅନେକ ।

ତେବେ ଦ୍ବାରକା ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ସଦାନନ୍ଦ ସରସ୍ବତୀ ଏବଂ ଶୃଙ୍ଗେରି ମଠର ଶଙ୍କରାଚାର୍ଯ୍ୟ ଶ୍ରୀ ବିଧୁଶେଖର ଭାରତୀ ଅଭିମୁକ୍ତେଶ୍ବରନନ୍ଦଙ୍କ ସହ ମିଶି ୨୦୨୫ ମହାକୁମ୍ଭ ମେଳାରେ ଏକତ୍ର ସ୍ନାନ କରିଥିଲେ । ଶ୍ରୀକ୍ଷେତ୍ରର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ମହାକୁମ୍ଭରେ ବୁଡ଼ ପକାଇଥିଲେ କିନ୍ତୁ ସେ ଅନ୍ୟ ଶଙ୍କରାଚାର୍ଯ୍ୟଙ୍କ ସହ ମିଶି ସ୍ନାନ କରିନଥିଲେ । ବର୍ତ୍ତମାନ ସ୍ବାମୀ ଅଭିମୁକ୍ତେଶ୍ବରନନ୍ଦଙ୍କ ମାମଲାକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା ଆସିଛି । ସମ୍ପୂର୍ଣ୍ଣ ମାମଲା ତାଙ୍କ ଆଗକୁ ନ ଆସିବା ପର୍ଯ୍ୟନ୍ତ ସେ କିଛି କହିବାକୁ ମନା କରିଥିଲେ ହେଁ ସେ ଅଭିମୁକ୍ତେଶ୍ବରନନ୍ଦଙ୍କୁ ଲାଡଲା କହି ସମ୍ବୋଧନ କରିଛନ୍ତି । ତ୍ରିବେଣୀ ମାର୍ଗରେ ଥିବା ପୁରୀ ଶଙ୍କରାଚାର୍ଯ୍ୟଙ୍କ ଶିବିରର ଡାହାଣ ପାର୍ଶ୍ବରେ ହିଁ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ବରନନ୍ଦଙ୍କ ଶିବିର ରହିଛି । ବୁଡ଼ ପକାଇବା ଘଟଣା ଏବଂ ପ୍ରଶାସନକୁ ନେଇ ହୋଇଥିବା ବିବାଦର ତୃତୀୟ ଦିନରେ ଅଭିମୁକ୍ତେଶ୍ବରନନ୍ଦ ମହାରାଜ ଯେତେବେଳେ ଶିଷ୍ୟଙ୍କ ସହ ମିଶି ଗୋ-ରକ୍ଷା ଯାତ୍ରା କରୁଥିଲେ ସେତେବେଳେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ଶିବିର ଆଗରେ ପାଲିଙ୍କିରୁ ଓହ୍ଲାଇ ତାଙ୍କୁ ପ୍ରଣାମ କରି ଆଗକୁ ବଢ଼ିଥିଲେ । ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ସେତେବେଳେ ଭକ୍ତଙ୍କୁ ପ୍ରଶ୍ନର ଉତ୍ତର ଦେଉଥିଲେ ।