ହୋଲ୍ଡିଂ ଟିକସ ଆଦାୟରେ ପଛରେ ପଡ଼ିଛି ପୁରୀ : ପୂରଣ ହୋଇପାରୁନି ବାର୍ଷିକ ଲକ୍ଷ୍ୟ

Advertisment

ହୋଲ୍ଡିଂ ଟିକସ ଆଦାୟରେ ପଛରେ ପଡ଼ିଛି ପୁରୀ ମ୍ୟୁନିସିପାଲିଟି। ବାର୍ଷିକ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା ଦୂରର କଥା, ମାତ୍ର ୫୫ ପ୍ରତିଶତ ହୋଲ୍ଡିଂ ଟିକସ ଆଦାୟ ହୋଇପାରୁଛି । 

ହୋଲ୍ଡିଂ ଟିକସ ଆଦାୟରେ ପଛରେ ପଡ଼ିଛି ପୁରୀ ମ୍ୟୁନିସିପାଲିଟି। ବାର୍ଷିକ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା ଦୂରର କଥା, ମାତ୍ର ୫୫ ପ୍ରତିଶତ ହୋଲ୍ଡିଂ ଟିକସ ଆଦାୟ ହୋଇପାରୁଛି । 

puri

Photograph: (kanaknews)

କନକବ୍ୟୁରୋ :  ହୋଲ୍ଡିଂ ଟିକସ ଆଦାୟରେ ପଛରେ ପଡ଼ିଛି ପୁରୀ ମ୍ୟୁନିସିପାଲିଟି। ବାର୍ଷିକ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା ଦୂରର କଥା, ମାତ୍ର ୫୫ ପ୍ରତିଶତ ହୋଲ୍ଡିଂ ଟିକସ ଆଦାୟ ହୋଇପାରୁଛି ।   ଏପଟେ ୧୫ଟି ଟ୍ୟାକ୍ସ କଲେକ୍ଟର ପଦ ଥିବା ବେଳେ ଏବେ ମାତ୍ର ୪ ଜଣ ଟିକସ ଆଦାୟକାରୀ ଅଛନ୍ତି। ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଜଳସାଥୀଙ୍କ ଜରିଆରେ ଆଦାୟ ହେଉଛି ଟିକସ । 

ଅଧିକ ପଢନ୍ତୁ... ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଧ୍ୟାପକ ମରୁଡ଼ି ; ପୂରଣ ହେବ ତ ଭିଜନ ୨୦୩୬ ଲକ୍ଷ୍ୟ?

୧୪ ବର୍ଷ ଭିତରେ ପୁରୀ ଜନସଂଖ୍ୟା ତିନିଗୁଣ ବଢ଼ିଛି। କିନ୍ତୁ ସେହି ଅନୁପାତରେ ହୋଲ୍ଡିଂ ଟିକସ ବଢ଼ିନାହିଁ। ନୂଆ ନିର୍ମାଣକୁ ହିସାବକୁ ନେଲେ ହୋଲ୍ଡିଂ ୫୦ ହଜାର ଛୁଇଁବ ବୋଲି ଆକଳନ କରାଯାଉଛି  ।   ପ୍ରତ୍ୟେକ ବର୍ଷ ଧାର୍ଯ୍ୟ ହେଉଥିବା ଲକ୍ଷ୍ୟର ୫୦ରୁ ୫୫ ପ୍ରତିଶତ ହୋଲ୍ଡିଂ ଟିକସ ଆଦାୟ ହେଉଛି ।  ଅନେକ ଲୋକ ବା ସଂସ୍ଥା ବର୍ଷ ବର୍ଷ ଧରି ଟିକସ ଦେଉନାହାନ୍ତି। କେତେକ ଜାଗାରେ ଆବାସିକ କୋଠାରେ ବେପାର ଚାଲିଛି । କିନ୍ତୁ ହୋଲ୍ଡିଂ ଆକଳନ ହେଉନାହିଁ । ଫଳରେ ହୋଲ୍ଡିଂ ଟିକସ ଆଦାୟ ହୋଇ ପାରୁନଥିବା କହିଛନ୍ତି ଅଧିକାରୀ । 

୨୦୧୧ ଜନଗଣନା ଅନୁସାରେ ପୁରୀ ଜନସଂଖ୍ୟା ୨ ଲକ୍ଷ ୫୬୪
୧୪ ବର୍ଷ ଭିତରେ ୩ ଗୁଣା ବଢ଼ିଛି ଜନସଂଖ୍ୟା
ସେହି ଅନୁପାତରେ ବଢ଼ିନି ହୋଲ୍ଡିଂ ଟିକସ
୨୦୨୦ ମସିହାରେ ୨୬ ହଜାର ୨୦୮ ହୋଲ୍ଡିଂ ରହିଥିଲା
ଏବେ ୨୭ ହଜାର ୮୭୪ ହୋଲ୍ଡିଂ 
ପ୍ରତିବର୍ଷ ଧାର୍ଯ୍ୟ ଲକ୍ଷ୍ୟର ୫୦ରୁ ୫୫% ହୋଲ୍ଡିଂ ଟିକସ ଆଦାୟ
ଗତ ୫ ବର୍ଷରେ ୧୬ ହଜାରରୁ ଅଧିକ ଘର ତିଆରି
୧ ହଜାର ୬୬୬ଟି ନୂଆ ହୋଲ୍ଡିଂ ଟିକସ ଧାର୍ଯ୍ୟ କରାଯାଇ ପାରିଛି

ଗୃହନିର୍ମାଣ ନଗର ଉନ୍ନୟନ ବିଭାଗର ୬ଜଣିଆ ଟିମ୍‌ ପୌରସଂସ୍ଥା କାର୍ଯ୍ୟାଳୟରେ ଛାନଭିନ କରିବା ପରେ ବଢ଼ିଛି ଚିନ୍ତା ।  ୨୦୨୪-୨୫ ଆର୍ଥିକ ବର୍ଷରେ ୫ କୋଟି ୧ ଲକ୍ଷ ୪ ହଜାର ୮୯୯ ଟଙ୍କା ହୋଲ୍ଡିଂ ଟିକସ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।  ବାକି ପଡ଼ିଥିବା ୩ କୋଟି ବର୍ଷବର୍ଷ ଧରି ଗଡ଼ୁଛି । ବଡ଼ ବ୍ୟାବସାୟିକ କୋଠାରୁ ବି ଟିକସ ଆଦାୟ କରିପାରୁନି ପୌରସଂସ୍ଥା ।  ଜଳସାଥୀଙ୍କୁ ହୋଲ୍ଡିଂ ଟିକସ ଆଦାୟ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି । ଏହା ସତ୍ବେ ବି ପର୍ଯ୍ୟାପ୍ତ ହେଉନି ଟିକସ ଆଦାୟ ପରିମାଣ  । 
ରାଜସ୍ବ ଓ ଟିକସ ଆଦାୟ ପାଇଁ ନୂଆ ସ୍କିମ୍, ନୂଆ ଚ୍ୟାଲେଞ୍ଜକୁ ନେଇ ମାନସ ମନ୍ଥନ ହେଉଛି। ହେଲେ ତାହା କେତେ ସଫଳ ହେବ ତା’ ଉପରେ ସମସ୍ତଙ୍କ ନଜର  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe