କନକ ବ୍ୟୁରୋ : ଭିଜନ ୨୦୩୬ ପ୍ରସ୍ତୁତ କରୁଛନ୍ତି ସରକାର । ସ୍ଥିର କରିଛନ୍ତି ସେହି ସମୟ ସୁଦ୍ଧା ସବୁ ବ୍ଲକରେ ହେବ ଉଚ୍ଚ ଶିକ୍ଷାନୁଷ୍ଠାନ , ସ୍ୱପ୍ନ ଦେଖିବାକୁ ମନା ନାହିଁ । ହେଲେ କେମିତି ବିକଶିତ ହେବ ଉଚ୍ଚଶିକ୍ଷା ? ଛାତ୍ରଛାତ୍ରୀଙ୍କୁ କିଏ ପଢ଼ାଇବ ପାଠ ? ସାରା ରାଜ୍ୟରେ ଅଧ୍ୟାପକ ମରୁଡ଼ିକୁ ଲକ୍ଷ୍ୟ କରି ଏମିତି ପ୍ରଶ୍ନ ଏବେ ଉଙ୍କି ମାରୁଛି । ୨୦୩୬ ମସିହା ସୁଦ୍ଧା ଉଚ୍ଚଶିକ୍ଷାର ବିକାଶ ପାଇଁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ବିଭାଗ । ହେଲେ ଏବେଠୁ ଚିନ୍ତା ବଢାଇଲାଣି ଅଧ୍ୟାପକଙ୍କ ସମସ୍ୟା । ରାଜ୍ୟର ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଛି ୧୪ଶହରୁ ଅଧିକ ଅଧ୍ୟାପକ ପଦ । ୩୧୭୪ଟି ଅଣଶିକ୍ଷକ ପଦରୁ ଖାଲି ଅଛି ୨୨୮୬ । ତଥ୍ୟ ଅନୁସାରେ, ୧୭ଟି ବିଶ୍ବବିଦ୍ୟାଳୟରେ ୨୭୮ଟି ପ୍ରଫେସର ପଦରୁ ୨୬୧ଟି ଖାଲି । ୧୧୧୦ଟି ଆସିଷ୍ଟାଣ୍ଟ ପ୍ରଫେସର ପଦରୁ ୭୧୦ଟି ଖାଲି ପଡ଼ିଛି । ସରକାରୀ ଡିଗ୍ରି କଲେଜରେ ମଧ୍ୟ ଅଧ୍ୟାପକ ମରୁଡ଼ି । ଛାତ୍ରଛାତ୍ରୀ ପାଠ ପଢ଼ିବେ କେମିତି ? ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଶିକ୍ଷାବିତ । ପ୍ରାଶାସନିକ ଅବହେଳା ପାଇଁ ଏଭଳି ସ୍ଥିତି ହୋଇଥିବା କହିଛନ୍ତି ପୂର୍ବତନ କୁଳପତି ।
ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ବିଭିନ୍ନ ବର୍ଗରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଚାଲିଛି । ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ହେବା ଯାଏଁ ଅତିଥି ଅଧ୍ୟାପକଙ୍କୁ ଦିଆଯାଇଛି ଦାୟିତ୍ୱ । କଲେଜ ନାମଲେଖା ସହ ଡ୍ରପଆଉଟ ରୋକିବାକୁ ପ୍ରୟାସ ଚାଲିଥିବା କଥା କହୁଛନ୍ତି ସରକାର । ଅନ୍ୟପଟେ କଲେଜ ଓ ବିଶ୍ବବିଦ୍ୟାଳୟରେ ସଙ୍ଗିନ ସ୍ଥିତି । ଏହାରି ଭିତରେ କେମିତି ସୁଧୁରିବ ଶିକ୍ଷା ବ୍ୟବସ୍ଥା ? ସେ ନେଇ ଉଠିଛି ପ୍ରଶ୍ନ ।
ଅଧିକ ପଢ଼ନ୍ତୁ---ଏସ୍.ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଗୁମର ଖୋଲୁଛି ; ସିବିଆଇ ପଞ୍ଝାକୁ ଆସିଲେ ବଡ଼ବଡ଼ିଆ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/20/odisha-2025-12-20-19-42-21.jpg)