ପଞ୍ଜାବ-ହରିୟାଣା ସଚିବାଳୟକୁ ବୋମା ଧମକ, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

Advertisment

ପଞ୍ଜାବ-ହରିୟାଣା ସଚିବାଳୟକୁ ଉଡ଼ାଇଦେବା ପାଇଁ ମିଳିଛି ବୋମା ଧମକ । କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା  । ଚଣ୍ଡିଗଡ଼ ପୁଲିସ, ସହିତ ପଞ୍ଜାବ ପୁଲିସ, ସିଆଏସ୍ଏଫ୍, ବୋମା ନିଷ୍କ୍ରିୟକାରୀ ଦଳ ଓ କୁକୁର ଦଳ ମଧ୍ୟ ନିୟୋଜିତ

ପଞ୍ଜାବ-ହରିୟାଣା ସଚିବାଳୟକୁ ଉଡ଼ାଇଦେବା ପାଇଁ ମିଳିଛି ବୋମା ଧମକ । କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା  । ଚଣ୍ଡିଗଡ଼ ପୁଲିସ, ସହିତ ପଞ୍ଜାବ ପୁଲିସ, ସିଆଏସ୍ଏଫ୍, ବୋମା ନିଷ୍କ୍ରିୟକାରୀ ଦଳ ଓ କୁକୁର ଦଳ ମଧ୍ୟ ନିୟୋଜିତ

Punjab and Haryana Secretariat

Punjab and Haryana Secretariat Photograph: (KanakNews)

କନକ ବ୍ୟୁରୋ; ପଞ୍ଜାବ-ହରିୟାଣା ସଚିବାଳୟକୁ ଉଡ଼ାଇଦେବା ପାଇଁ ମିଳିଛି ବୋମା ଧମକ । ଏହି ବୋମା ଧମକରେ ଥରିଉଠିଛି ଚଣ୍ଡିଗଡ଼ । ସୂଚନା ପାଇବା ପରେ ପୁଲିସ, ଅଗ୍ନିଶମ ବାହିନୀ ଓ ବମ୍ ସ୍କ୍ଵାର୍ଡ ଦଳ ଘଟଣାସ୍ଥଳରେ ପହଞ୍ଚି ସଚିବାଳୟ ପରିସରରେ ଯାଞ୍ଚ କରିଥିଲେ । ଗତ ଗୋଟିଏ ଦିନ ପୂର୍ବରୁ ଚଣ୍ଡିଗଡ଼ର ଅନେକ ସ୍କୁଲକୁ ମଧ୍ୟ ବୋମା ଧମକ ମିଳିଥିଲା, ଯାହାକୁ ନେଇ ସୁରକ୍ଷା ଏଜେନ୍ସିଗୁଡ଼ିକ ପୂର୍ବରୁ ସତର୍କ ରହିଥିଲେ । ଆଉ ଏବେ ସଚିବାଳୟକୁ ବୋମା ଧମକ ମିଳିବା ପରେ ସଚିବାଳୟ ଓ ଆଖପାଖ ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରାଯାଇଛି ଏବଂ ସନ୍ଦିଗ୍ଧ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି ।  ଧମକ ପରେ, ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଚିବାଳୟ ପରିସରକୁ ଖାଲି କରିଦେଇଥିଲା । ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା ।

ଅଧିକ ପଢନ୍ତୁ: ଦିଲ୍ଲୀ-ବାଗଡୋଗ୍ରା ଇଣ୍ଡିଗୋ ବିମାନକୁ ବୋମା ଧମକ, ଲକ୍ଷ୍ନୌରେ ଜରୁରୀ ଅବତରଣ

 ଚଣ୍ଡିଗଡ଼ ପୁଲିସ, ସହିତ ପଞ୍ଜାବ ପୁଲିସ, ସିଆଏସ୍ଏଫ୍, ବୋମା ନିଷ୍କ୍ରିୟକାରୀ ଦଳ ଓ କୁକୁର ଦଳ ମଧ୍ୟ ନିୟୋଜିତ ହୋଇଛନ୍ତି । ସୁରକ୍ଷା ଏଜେନ୍ସିଗୁଡ଼ିକ ଯେକୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖିଛନ୍ତି । ଅଧିକାରୀମାନେ କହିଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣରେ ଅଛି, କିନ୍ତୁ ତଦନ୍ତ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ସତର୍କ ରହିବାକୁ । ଏପଟେ ସଚିବାଳୟକୁ ବୋମା ଧମକ ମିଳିଥିବା ବେଳେ, ସେପଟେ ଦିଲ୍ଲୀର ଚାରୋଟି ସ୍କୁଲକୁ ମଧ୍ୟ ବୋମା ଧମକ ମିଳିଛି । ରାଜଧାନୀରେ ଦିଲ୍ଲୀ ଏଥିରେ ଲୋରେଟୋ କନଭେଣ୍ଟ ସ୍କୁଲ, ସିଆର ପାର୍କର ଡନ୍ ବୋସ୍କୋ ସ୍କୁଲ, ଆନନ୍ଦ ନିକେତନର କାର୍ମେଲ ସ୍କୁଲ, ସାଉଥ୍ କ୍ୟାମ୍ପସ ଏବଂ ଦ୍ୱାରକାର କାର୍ମେଲ ସ୍କୁଲ ଅନ୍ତର୍ଭୁକ୍ତ । ଅଗ୍ନିଶମ ବିଭାଗ ଅନୁଯାୟୀ, ଦ୍ୱାରକାର କାର୍ମେଲ ସ୍କୁଲରେ ମିଳିଥିବା ଧମକକୁ ମିଥ୍ୟା ବୋଲି ଘୋଷଣା କରାଯାଇଛି। ପୁଲିସ ଏବଂ ବମ୍ ସ୍କ୍ୱାଡ୍ ଦଳ ବାକି ସ୍କୁଲଗୁଡ଼ିକରେ ଯାଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe