କନକବ୍ୟୁରୋ : ରବିବାର ଦିଲ୍ଲୀରୁ ବାଗଡୋଗ୍ରା ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ୬ଇ-୬୬୫୦କୁ ବୋମା ଧମକ ମିଳିଥିଲା। ବିମାନର ଶୌଚାଳୟରେ ଥିବା ଟିସୁ ପେପରରେ ବୋମା ସମ୍ପର୍କିତ ଏକ ବାର୍ତ୍ତା ମିଳିଥିଲା । ଫଳରେ ସୁରକ୍ଷା ଦୃଷ୍ଟିରୁ ବିମାନଟି ଲକ୍ଷ୍ନୌରେ ଜରୁରିକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିଲା । ଏଥିରେ ୨୩୦ ଜଣ ଯାତ୍ରୀ ଥିଲେ । ଏସିପି ରଜନୀଶ ବର୍ମାଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ବିମାନରେ ଖୋଜାଖୋଜି କରାଯାଉଛି ।
ଲକ୍ଷ୍ନୌ ବିମାନ ବନ୍ଦରରେ ଅବତରଣ କରିବା ପରେ ତୁରନ୍ତ ବିମାନଟିକୁ ଆଇସୋଲେସନ ବେରେ ପାର୍କିଂ କରାଯାଇଥିଲା । ବୋମା ନିଷ୍କ୍ରିୟକାରୀ ଦଳ ଓ ସିଆଇଏସ୍ଏଫ୍ ଟିମ୍ ଏକ ବିସ୍ତୃତ ଅନୁସନ୍ଧାନ ଆରମ୍ଭ କରିଥିଲେ । ସମସ୍ତ ଯାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇ ସ୍କ୍ରିନିଂ କରାଯାଇଥିଲା । କିନ୍ତୁ ଏ ଯାବତ୍ କୌଣସି ବୋମା ଥିବାର ଜଣାପଡ଼ି ନାହିଁ ।
ଦିଲ୍ଲୀ-ବାଗଡୋଗ୍ରା ଇଣ୍ଡିଗୋ ବିମାନକୁ ବୋମା ଧମକ, ଲକ୍ଷ୍ନୌରେ ଜରୁରୀ ଅବତରଣ
ରବିବାର ଦିଲ୍ଲୀରୁ ବାଗଡୋଗ୍ରା ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ୬ଇ-୬୬୫୦କୁ ବୋମା ଧମକ ମିଳିଥିଲା। ବିମାନର ଶୌଚାଳୟରେ ଥିବା ଟିସୁ ପେପରରେ ବୋମା ସମ୍ପର୍କିତ ଏକ ବାର୍ତ୍ତା ମିଳିଥିଲା । ଫଳରେ ସୁରକ୍ଷା ଦୃଷ୍ଟିରୁ ବିମାନଟି ଲକ୍ଷ୍ନୌରେ ଜରୁରିକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିଲା
/kanak/media/media_files/2026/01/18/18bbs_25_18012026_111-2026-01-18-14-57-42.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)