କନକ ବ୍ୟୁରୋ: ପାଟନାରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ହେବେ 'ନଗରଶତ୍ରୁ', ଗଣିବାକୁ ପଡ଼ିବ ୫୦୦ ଟଙ୍କା ଜରିମାନା । ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ପାଟନା ନଗର ନିଗମ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଏଣିକି ସର୍ବସାଧାରଣ ସ୍ଥାନରେ ଛେପ ପକାଇବା କିମ୍ବା ପାନ ଛେପ ପକାଇ ସହରକୁ ଅପରିଷ୍କାର କରୁଥିବା ବ୍ୟକ୍ତିଙ୍କୁ 'ନଗରଶତ୍ରୁ' ଭାବେ ଘୋଷଣା କରାଯିବ । କେବଳ ସେତିକି ନୁହେଁ, ନିୟମ ଉଲ୍ଲଂଘନକାରୀଙ୍କ ଉପରେ ୫୦୦ ଟଙ୍କାର ଆର୍ଥିକ ଜରିମାନା ମଧ୍ୟ ଲଗାଯିବ।ନଗର ନିଗମର ନୂତନ ନିଷ୍ପତ୍ତି ଅନୁଯାୟୀ, ସହରର ପରିମଳ ବ୍ୟବସ୍ଥାକୁ ବିଗାଡୁଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଫଟୋ ସର୍ବସାଧାରଣରେ ପ୍ରଦର୍ଶିତ କରାଯାଇପାରେ । 

Advertisment

ଅଧିକ ପଢନ୍ତୁ: ବିହାର ବିପିଏସସି ପରୀକ୍ଷାରେ ଦୁର୍ନୀତି ଅଭିଯୋଗ । ପାଟନାରେ ଆଶାୟୀଙ୍କ ପ୍ରଦର୍ଶନ, ପୁଲିସର ଲାଠିଚାର୍ଜ୍ ।

ସ୍ୱଚ୍ଛ ଭାରତ ଅଭିଯାନକୁ ଅଧିକ ପ୍ରଭାବଶାଳୀ କରିବା ଏବଂ ରୋଗ ସଂକ୍ରମଣକୁ ରୋକିବା ପାଇଁ ଏହି ନିୟମ ପ୍ରଣୟନ କରାଯାଇଛି । ବିଶେଷ କରି ସରକାରୀ କୋଠା, ପାର୍କ ଏବଂ ପ୍ରମୁଖ ଛକଗୁଡ଼ିକରେ ସିସିଟିଭି ମାଧ୍ୟମରେ ନଜର ରଖାଯିବ।ପାଟନା ନଗର ନିଗମର ଏହି ଅଭିନବ ପ୍ରୟାସକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ପରିବେଶବିତ୍ ମାନେ ଏହାକୁ ସ୍ୱାଗତ କରିଥିବାବେଳେ, ପ୍ରଶାସନ ପକ୍ଷରୁ ସହରବାସୀଙ୍କୁ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଅନୁରୋଧ କରାଯାଇଛି । ଯଦି କେହି ଏହି ନିୟମକୁ ଅମାନ୍ୟ କରନ୍ତି, ତେବେ ତୁରନ୍ତ ସ୍ପଟ୍ ଫାଇନ୍ ଆଦାୟ କରାଯିବାର ବ୍ୟବସ୍ଥା ହୋଇଛି ।

 ଅଧିକ ପଢନ୍ତୁ:ଭୁବନେଶ୍ବର ତୁଳନାରେ କଟକରେ ଅଧିକ ତଣ୍ଡ ଗଣୁଛନ୍ତି ଅମାନିଆ: ୨୦୨୩ରେ ବର୍ଷକରେ ଗଣିଲେ ୨୮ କୋଟିର ଜରିମାନା

ସହରର କୌଣସି ବି ସର୍ବସାଧାରଣ ସ୍ଥାନରେ ଛେପ କିମ୍ବା ପାନ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା 
ଏହି ନିୟମ ଭାଙ୍ଗିଲେ, ପାଟନା ନଗର ନିଗମ ସେମାନଙ୍କୁ ‘ସହରର ଶତ୍ରୁ’ ଘୋଷଣା କରିବ
ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ପ୍ରାୟ ୩,୩୦୦ଟି ସିସିଟିଭି କ୍ୟାମେରା ଲୋକଙ୍କ ଉପରେ ନଜର ରଖିବ
ଛେପ ପକାଉଥିବା ବ୍ୟକ୍ତିଙ୍କ ଫଟୋକୁ ସହରର ବିଭିନ୍ନ ଛକରେ ଥିବା ଡିଜିଟାଲ୍ ସ୍କ୍ରିନ୍‌ରେ ଦେଖାଯିବ
ପାଟନା ଜଙ୍କସନ ସହ ସଂଯୋଗ କରୁଥିବା ସବ୍‌ୱେରେ ଏହି ନିୟମ ଅଧିକ କଡ଼ାକଡ଼ି କରାଯାଇଛି
ଯେଉଁଠାରେ କିଛି ସ୍ଥାନରେ ଜରିମାନା ୧,୦୦୦ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ହୋଇପାରେ