କନକ ବ୍ୟୁରୋ: ବିହାରରେ ଆନ୍ଦୋଳନତର ଛାତ୍ରଙ୍କ ଉପରେ ଲାଠିଚାର୍ଜ ଘଟଣାରେ ଜୋର ଧରିଲା ରାଜନୀତି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମ୍ବେଦନହୀନ ନେତା କହିଲେ ବର୍ଷିଲେ ବିରୋଧୀ । ସେପଟେ ଛାତ୍ରଙ୍କ ସମର୍ଥନରେ ବାହାରିଲେ ତେଜସ୍ବୀ ଓ ପ୍ରଶାନ୍ତ କିଶୋର । ତୁରନ୍ତ ତଦନ୍ତ ଓ ପୁନଃପରୀକ୍ଷା ପାଇଁ ତେଜିଲା ଦାବି ।
ବିହାର ପବ୍ଲିକ ସର୍ଭିସ କମିଶନ ବା ବିପିଏସ୍ସି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ପୁନଃ ପରୀକ୍ଷା ଦାବି କରୁଥିବା ବେଳେ ପୁଲିସ୍ ସେମାନଙ୍କ ଉପରେ ଲାଠିଚାର୍ଜ କରିଛି । ଶୀତୁଆ ସନ୍ଧ୍ୟାରେ ସେମାନଙ୍କୁ ପାଣି ମାଡ଼ କରାଯାଇଛି । ଶିକ୍ଷାର୍ଥୀମାନେ ୭୦ତମ ଯୁଗ୍ମ ପ୍ରବେଶିକା ପରୀକ୍ଷା-ସିସିଇ ପୁଣି କରିବାକୁ ପାଟନାରେ ନିଜର ଆନ୍ଦୋଳନ ତୀବ୍ର କରିଛନ୍ତି ।
- ଆଶାୟୀଙ୍କ ଉପରେ ପୋଲିସର ବର୍ବରତା
- ନୀତୀଶ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍
ପୋଲିସ ଏଭଳି ବର୍ବରତାକୁ ନେଇ କ୍ଷୋବ ପ୍ରକାଶ କରିଛନ୍ତି ପ୍ରଶାନ୍ତ କିଶୋର । ଆଶାୟୀଙ୍କ ସହ ବସି ପ୍ରତିବାଦ କରିଛନ୍ତି । ସେପଟେ ଆଶାୟୀଙ୍କୁ ଆନ୍ଦୋଳନ ପାଇଁ ଉସକାଇବା ଅଭିଯୋଗରେ ପ୍ରଶାନ୍ତ କିଶୋରଙ୍କ ବିରୋଧରେ ଥାନାରେ ମାମଲା ହୋଇଛି । ଆଜି ଆଶାୟୀ ବିହାର ବନ୍ଦର ଡାକରା ଦେଇଥିଲେ । ଯାହାର ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ।
ତେବେ ବିହାର ପବ୍ଲିକ ସର୍ଭିସ କମିଶନ(ବିପିଏସ୍ସି)ର ଡିସେମ୍ବର ୧୩ରେ ହୋଇଥିବା ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଶାୟୀମାନେ ପୁନଃ ପରୀକ୍ଷା ଦାବିରେ ଆନ୍ଦୋଳନ କରୁଛନ୍ତି ।