କୁମ୍ଭୀର ଆକ୍ରମଣରୁ ରକ୍ଷା ପାଇଁ ପୂଜାର୍ଚ୍ଚନା ; କୁମ୍ଭୀର ପ୍ରତିମୂର୍ତ୍ତି ପୂଜା ସହ ସମୂହ ପ୍ରାର୍ଥନା

Advertisment

ପ୍ରତିବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଜାତୀୟ ଉଦ୍ୟାନ ନଦୀନାଳରେ ସ୍ଥାନାଭାବରୁ କୁମ୍ଭୀର ଗାଁ ମୁହାଁ ହେଉଛନ୍ତି । କୁମ୍ଭୀର ଆକ୍ରମଣର ପ୍ରତିକାର ପାଇଁ ଲୋକଙ୍କର ଆଉ ପ୍ରଶାସନ ଉପରେ ଭରସା ନାହିଁ  , ଲୋକ ପୂଜାପାଠ କରୁଛନ୍ତି । 

ପ୍ରତିବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଜାତୀୟ ଉଦ୍ୟାନ ନଦୀନାଳରେ ସ୍ଥାନାଭାବରୁ କୁମ୍ଭୀର ଗାଁ ମୁହାଁ ହେଉଛନ୍ତି । କୁମ୍ଭୀର ଆକ୍ରମଣର ପ୍ରତିକାର ପାଇଁ ଲୋକଙ୍କର ଆଉ ପ୍ରଶାସନ ଉପରେ ଭରସା ନାହିଁ  , ଲୋକ ପୂଜାପାଠ କରୁଛନ୍ତି । 

crocodile

crocodile Photograph: (kanak news)

କନକ ବ୍ୟୁରୋ : କେନ୍ଦ୍ରାପଡ଼ା  ଜିଲ୍ଲାରେ କୁମ୍ଭୀର ଆତଙ୍କ ଉଦବେଗ ସୃଷ୍ଟି କରିଛି । ଭିତରକନିକା ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀ ନାଳ ଓ ବାଡ଼ି ପୋଖରୀରେ ବି କୁମ୍ଭୀର ଆତଙ୍କ ସୃଷ୍ଟି ହୋଇଛି । ପ୍ରତିବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଜାତୀୟ ଉଦ୍ୟାନ ନଦୀନାଳରେ ସ୍ଥାନାଭାବରୁ କୁମ୍ଭୀର ଗାଁ ମୁହାଁ ହେଉଛନ୍ତି । କୁମ୍ଭୀର ଆକ୍ରମଣର ପ୍ରତିକାର ପାଇଁ ଲୋକଙ୍କର ଆଉ ପ୍ରଶାସନ ଉପରେ ଭରସା ନାହିଁ  , ଲୋକ ପୂଜାପାଠ କରୁଛନ୍ତି । 

ଗାଁକୁ ଚାରିପଟୁ ଘେରି ରହିଛି ୩ଟି ନଦୀ । ନଦୀ କୂଳରେ ଚାଲିଛି ପୂଜାର୍ଚ୍ଚନା । କୁମ୍ଭୀର ଆକ୍ରମଣରୁ ବର୍ତ୍ତିବା ପାଇଁ କୁମାରୀ କରୁଛନ୍ତି କୁମ୍ଭୀର ପୂଜା । ୧୦ ବର୍ଷ ହେବ ଏହି ନିଆରା ପରମ୍ପରା ଚାଲି ଆସୁଛି । ମାଘମାସ ପୂର୍ଣ୍ଣିମା ଅର୍ଥାତ୍‌ ଅଗ୍ନି ଉତ୍ସବ ଦିନ ନଦୀ କୂଳରେ କୁମାରୀମାନେ କରିଥାନ୍ତି ଏହି କୁମ୍ଭୀର ପୂଜା । ନଳପାହି ଗାଁ ବ୍ରାହ୍ମଣୀ ନଦୀ କୂଳରେ କାଦୁଅରେ କୁମ୍ଭୀର ମୂର୍ତ୍ତି ତିଆରି କରି ସ୍ୱତନ୍ତ୍ର ଭାବେ ପୂଜା କରିଆସୁଛନ୍ତି । 

ଅଧିକ ପଢ଼ନ୍ତୁ---ମଣ୍ଡିରେ ପଡ଼ିରହିଛି ଧାନ ; ଆଗେଇ ପାରୁନି ରବିଚାଷ

କେନ୍ଦ୍ରାପଡା ଆଳି ବ୍ଲକ ଏକମାଣିଆ ପାଞ୍ଚାୟତର ଏକମାଣିଆ, ନଳପାହି, ଦକ୍ଷିଣଡିଆ ଗାଁକୁ ଚାରିପଟୁ ବ୍ରାହ୍ମଣୀ ନଦୀ ଘେରି ରହିଛି । ପାଞ୍ଚାୟତର ଲୋକେ 'ମାଛ ଧରି ଏବଂ ଗାଈ ମଇଁଷି ପାଳନ କରି ପରିବାର ପ୍ରତିପୋଷଣ କରିଥାନ୍ତି । ନିତିଦିନିଆ  କାମ ପାଇଁ ନଦୀ ଉପରେ ନିର୍ଭର କରିଥାନ୍ତି । ଗତ ୧୦ ବର୍ଷରେ କୁମ୍ଭୀର ଆକ୍ରମଣରେ ୩ ଜଣଙ୍କ ଜୀବନ ଯାଇଛି । କୁମ୍ଭୀର କବଳରୁ ଗାଁକୁ ସୁରକ୍ଷିତ ରଖିବା ସହ କୁମ୍ଭୀରକୁ ଶାନ୍ତ କରିବା ପାଇଁ ପୂଜାର୍ଚ୍ଚନାକୁ ବାଛି ନେଇଛନ୍ତି । ୨୦୧୫ରେ ନଳପାହି ଗାଁର ଶିବ ପ୍ରସାଦ ବେହେରା ନଦୀରେ ମାଛ ମାରୁଥିବା ବେଳେ କୁମ୍ଭୀର ଟାଣି ନେଇଥିଲା, ସେହିପରି ସେହି ଗାଁର ମନୋରଞ୍ଜନ ସାହୁ ଗାଧୋଉଥିବା ବେଳେ କୁମ୍ଭୀର ମୁହଁରେ ପ୍ରାଣ ହରାଇଛନ୍ତି । ୫୦ରୁ ଅଧିକ ଗାଈଗୋରୁ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe