କନକ ବ୍ୟୁରୋ: ଓଡ଼ିଶାରେ ବିଜେପି ସରକାର, କେନ୍ଦ୍ରରେ ବି କ୍ଷମତାରେ ବିଜେପି । ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ବିକାଶ ବହୁଗୁଣିତ ହେବ । ଏଭଳି ଆଶା ଓ ସ୍ବପ୍ନ ଦେଖାଇଥିଲା ବିଜେପି । ହେଲେ ରାଜ୍ୟରେ ଡବଲ ଇଞ୍ଜିନ ସରକାରକୁ ଆସିବା ପରେ ବିଭିନ୍ନ ଯୋଜନାରେ କେନ୍ଦ୍ରୀୟ ଅନୁଦାନ ଯେଉଁଭଳି ଭାବେ ହ୍ରାସ ପାଇଛି ତାହା ବିଜେପିର କଥା ଓ କାମ ମଧ୍ୟରେ ଫରକକୁ ପଦାରେ ପକାଇଛି ।
ଏହା ବି ପଢ଼ନ୍ତୁ: ରାଜ୍ୟସଭା ପ୍ରାର୍ଥୀକୁ ନେଇ କସରତ, ତିନି ଦଳରେ ଚାଲିଛି ମାନସମନ୍ଥନ
ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ହେବ ଏକ ନମ୍ବର ରାଜ୍ୟ । ଅନୁଦାନ ବଢିବ, ଦୁଇଗୁଣା ବେଗରେ ବଢିବ ବିକାଶର ଗତି । ନିର୍ବାଚନ ସମୟରେ ଏହା କେବଳ ବିଜେପିର ସ୍ଲୋଗାନ ନଥିଲା ବରଂ କେନ୍ଦ୍ରୀୟ ନେତୃତ୍ବ ବାରମ୍ବାର ଏହି କଥାକୁ ଦୋହରାଇଥିଲେ । ହେଲେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଯେପରି ପୂର୍ବ ପ୍ରତିଶ୍ରୁତି ଭୁଲି ଯାଇଛି କେନ୍ଦ୍ର । ଯାହାର ଲେଖାଯୋଖା ପ୍ରମାଣ ଅର୍ଥମନ୍ତ୍ରୀ ଭାବେ ବିଧାନସଭାରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୨୫-୨୬ ଆର୍ଥିକ ବର୍ଷରେ କେନ୍ଦ୍ର ଅନୁଦାନ ବାବଦକୁ ୪୧ ହଜାର ୫୯୧ କୋଟି ପାଇବାକୁ ଲକ୍ଷ୍ୟ ରଖିଥିଲା ରାଜ୍ୟ । ହେଲେ ଜାନୁଆରି ଶେଷ ସୁଦ୍ଧା କେନ୍ଦ୍ର ଉପରେ ୩୦ ହଜାର ୮୬୪ କୋଟି ଟଙ୍କା ବକେୟା ରହିଛି । ଡବଲ ଇଞ୍ଜିନ ସରକାର ଥାଇ ମଧ୍ୟ କେନ୍ଦ୍ରୀୟ ଅନୁଦାନ କାହିଁକି କମୁଛି? ବୋଲି ସାଧାରଣରେ ପ୍ରଶ୍ନ ଉଠୁଥିବା ବେଳେ ଜବାବ ରଖିଛି ବିଜେପି ।
କେବଳ ଚଳିତ ଆର୍ଥିକ ବର୍ଷ ନୁହେଁ ୨୦୨୪-୨୫ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଅନୁଦାନ ଯଥେଷ୍ଟ ହ୍ରାସ ପାଇଛି । କେବଳ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ଗତ ୨୦୨୪-୨୫ରେ ୧୪ ହଜାର ୧୦୦ କୋଟି କମ୍ ପାଇଛି ଓଡ଼ିଶା । ସେହିଭଳି ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ସୁଦ୍ଧା ୨୯ ହଜାର ୧୦୧ କୋଟି ବଦଳରେ ରାଜ୍ୟ ପାଇଛି ମାତ୍ର ୪ ହଜାର ୬୭୬ କୋଟି । ବିରୋଧୀ ବିଜେଡି ପୂର୍ବ ଅଭିଯୋଗକୁ ଦୋହରାଇ କହିଛି, ସେବେ ବି କେନ୍ଦ୍ର ଅନୁଦାନ କମୁଥିଲା, ଏବେ ଆହୁରି କମୁଛି । ବିଜେଡି ସହ ସ୍ବର ମିଳାଇ ସମାନ ଅଭିଯୋଗ କରିଛି କଂଗ୍ରେସ ।
କେନ୍ଦ୍ରରେ ବିଜେପି ସରକାର ଗଠନ ପଛରେ ଓଡ଼ିଶାର ବଡ ଭୂମିକା ରହିଛି । ହେଲେ କେନ୍ଦ୍ରୀୟ ଅନୁଦାନ କମୁଥିବା ବେଳେ କାହିଁକି ଚୁପ୍ ଓଡ଼ିଶାର ବିଜେପି ସାଂସଦ? ରାଜ୍ୟର ହକ୍ ପାଇଁ ସଂସଦରେ ଏକ ସ୍ବର ହେବେ କି ୩ ଦଳର ସାଂସଦ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/02/27/16-double-engine-2026-02-27-20-16-26.jpg)