ଟ୍ରମ୍ପଙ୍କ ଉପରେ ନାହିଁ ଜନତାଙ୍କ ବିଶ୍ବାସ ; ବଢ଼ୁଛି ଦରଦାମ୍, ପକେଟ ଉପରେ ପଡ଼ୁଛି ପ୍ରଭାବ

Advertisment

ଟ୍ରମ୍ପଙ୍କ ଟାରିଫ୍ ପ୍ଲାନକୁ ନେଇ ସାରା ବିଶ୍ବ ଟ୍ରମ୍ପଙ୍କ ଉପରେ ଖପ୍ପା ଥିବାବେଳେ ନିଜ ଦେଶର ଜନତା ବି ଟ୍ରମ୍ପଙ୍କ ଉପରୁ ବିଶ୍ବାସ ତୁଟାଇବସିଲେଣି । ଦେଶର ଅର୍ଥନୀତିକୁ ନେଇ ମଧ୍ୟ ଚିନ୍ତା ବଢ଼ିଲାଣି । ଆମେରିକାର ଅର୍ଥନୀତି ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସ ହ୍ରାସ ପାଇଛି ।

ଟ୍ରମ୍ପଙ୍କ ଟାରିଫ୍ ପ୍ଲାନକୁ ନେଇ ସାରା ବିଶ୍ବ ଟ୍ରମ୍ପଙ୍କ ଉପରେ ଖପ୍ପା ଥିବାବେଳେ ନିଜ ଦେଶର ଜନତା ବି ଟ୍ରମ୍ପଙ୍କ ଉପରୁ ବିଶ୍ବାସ ତୁଟାଇବସିଲେଣି । ଦେଶର ଅର୍ଥନୀତିକୁ ନେଇ ମଧ୍ୟ ଚିନ୍ତା ବଢ଼ିଲାଣି । ଆମେରିକାର ଅର୍ଥନୀତି ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସ ହ୍ରାସ ପାଇଛି ।

Donald Trump

Donald Trump Photograph: (kanak news)

କନକ ବ୍ୟୁରୋ :ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଟ୍ରମ୍ପଙ୍କ ଟାରିଫ୍ ପ୍ଲାନକୁ ନେଇ ସାରା ବିଶ୍ବ ଟ୍ରମ୍ପଙ୍କ ଉପରେ ଖପ୍ପା ଥିବାବେଳେ ନିଜ ଦେଶର ଜନତା ବି ଟ୍ରମ୍ପଙ୍କ ଉପରୁ ବିଶ୍ବାସ ତୁଟାଇବସିଲେଣି । ଦେଶର ଅର୍ଥନୀତିକୁ ନେଇ ମଧ୍ୟ ଚିନ୍ତା ବଢ଼ିଲାଣି । ଆମେରିକାର ଅର୍ଥନୀତି ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସ ହ୍ରାସ ପାଇଛି । ଟ୍ରମ୍ପ ପ୍ରଶାସନର ନୀତି ମଧ୍ୟରେ, ଆମେରିକୀୟ ଜନସାଧାରଣ ସରକାର ଏବଂ ଭବିଷ୍ୟତ ବିଷୟରେ ଅଧିକ ଚିନ୍ତିତ ହେଉଛନ୍ତି । ଏହା ମୁଦ୍ରାସ୍ଫୀତି, ଚାକିରି ହ୍ରାସ ଏବଂ ସାଧାରଣ ଲୋକଙ୍କ ଆଶା ହ୍ରାସ ପାଇବା ଯୋଗୁଁ ହୋଇଛି ।

ୟୁଏସ୍ଏ କନଫ୍ରେନ୍ସ ବୋର୍ଡର କନଫିଡେନ୍ସ ଇନଡେକ୍ସ ଜାନୁଆରୀ ୨୦୨୬ ରେ ୮୪.୫ କୁ ଖସି ଆସିଛି, ଯାହା ୨୦୧୪ ପରଠାରୁ ସର୍ବନିମ୍ନ ସ୍ତର। ଏହା ସୂଚାଉଛି ଯେ ସାଧାରଣ ଆମେରିକୀୟମାନେ କେବଳ ଅର୍ଥନୀତି ପ୍ରତି ନିରାଶ ନୁହଁନ୍ତି ବରଂ ଭବିଷ୍ୟତ ବିଷୟକୁ ନେଇ ମଧ୍ୟ ଭୟଭୀତ । ଲୋକମାନେ କହିଛନ୍ତି, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ମହଙ୍ଗା ହୋଇଗଲାଣି । ଘରୋଇ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଜିନିଷପତ୍ରର ନିରନ୍ତର ମୂଲ୍ୟ ବୃଦ୍ଧି ଲୋକଙ୍କ ପକେଟ ଉପରେ ଭାରୀ ପ୍ରଭାବ ପକାଇଛି । ଯାହା ସାଧାରଣ ପରିବାର ପାଇଁ ସେମାନଙ୍କ ବଜେଟ୍ ସନ୍ତୁଳିତ କରିବା କଷ୍ଟକର ହୋଇପଡ଼ିଛି । ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ଟାରିଫର ପ୍ରଭାବ କେବଳ ଅନ୍ୟ ଦେଶମାନଙ୍କ ଉପରେ ପଡ଼ୁନି, ନିଜ ଦେଶ ଆମେରିକା ବି ଟାରିଫ୍ ପ୍ରଭାବରେ ପ୍ରଭାବିତ ହୋଇଛି ।

ଅଧିକ ପଢ଼ନ୍ତୁ---ଲିକ୍ ଅଡିଓ କ୍ଲିପ୍‌ରୁ ଟ୍ରମ୍ପଙ୍କ ପର୍ଦ୍ଦାଫାସ: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ନେଇ ହ୍ୱାଇଟ୍ ହାଉସ୍‌ରେ ଗୃହଯୁଦ୍ଧ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe