କନକ ବ୍ୟୁରୋ : ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ ଶୈଳବାଳାରେ ଥମୁନି ଆନ୍ଦୋଳନ । ବିଶ୍ବବିଦ୍ୟାଳୟ ଦାବି ନେଇ ଗତକାଲି ସନ୍ଧ୍ୟାରେ କଲେଜ ପରିସର ଭିତରେ ଛାତ୍ରୀମାନଙ୍କ ଦ୍ଵାରା ଆନ୍ଦୋଳନ ଜାରି ରହିଛି । କଲେଜ କର୍ତୁପକ୍ଷ , ଅଧ୍ୟାପକମାନେ କଲେଜ ପରିସରରେ ରହିଛନ୍ତି । ଜିଲ୍ଲା ପ୍ରଶାସନ ସହ ଆଲୋଚନା ହୋଇଥିଲେ ମଧ୍ୟ କିଛି ସମାଧାନର ବାଟ ବାହାରିନି । ପ୍ରତିଶ୍ରୁତି ଅନୁଯାଇ ଆଲୋଚନା ହୋଇପାରିନଥିବରୁ ଛାତ୍ରୀମାନେ ଆନ୍ଦୋଳନକୁ ପୁଣି ଓହ୍ଲାଇଛନ୍ତି । କଲେଜ ଫାଟକ ଭିତରେ ବସିରହିଥିବା ବେଳେ ପୋଲିସ ବାହାରେ ଜଗି ରହିଛନ୍ତି ।
ଅଧିକ ପଢନ୍ତୁ : ଥମୁନି ଶୈଳବାଳା ତାତି ; ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି ଜିଦ୍ରେ ଅଟଳ ଛାତ୍ରୀ
ଆନ୍ଦୋଳନ ଜୋର୍ ଧରିଥିବା ବେଳେ ଏହାକୁ ଆହୁତି ବ୍ୟାପକ କରାଯିବ ବୋଲି କଲେଜ ଛାତ୍ରୀ , ପୁରାତନ ଶୈଳବାଳା ଛାତ୍ରୀ ସଂଘ, ଭିନ୍ନ ସଂଘ ପକ୍ଷରୁ ଯୋଜନା କରାଯାଇଛି । କଟକର ଏହା ସମ୍ମାନ ହୋଇଥିବାରୁ କଟକର ବିଭିନ୍ନ ସଂଘକୁ ଏଥିରେ ସାମିଲ କରିବାକୁ ଯୋଜନା ହୋଇଛି । କଟକ ମେୟର ଘଟଣାସ୍ଥଳକୁ ଯାଇ ଛାତ୍ରୀଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି । ପ୍ରଶାସନ ଛାତ୍ରୀଙ୍କ ଦାବିକୁ ହାଲୁକା ଭାବେ ଗ୍ରହଣ କରି ଉଦାସୀନ ମନୋଭାବ ପୋଷଣ କରିବା ଅଦୌ ଉଚିତ୍ ନୁହେଁ ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/24/college-protest-2026-02-24-08-00-34.jpg)