କନକ ବ୍ୟୁରୋ : ଜେଡିୟୁ କାର୍ଯ୍ୟାଳୟରେ ହଙ୍ଗାମା । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ରାଜ୍ୟସଭା ପାଇଁ ପ୍ରାର୍ଥୀ ହେବା ଘୋଷଣାରେ ଜେଡିୟୁ କର୍ମୀମାନେ କ୍ଷୁବ୍ଧ । କର୍ମୀମାନେ ଜେଡିୟୁ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଜେଡିୟୁ ନେତାମାନେ ଏମଏଲସି ସଞ୍ଜୟ ଗାନ୍ଧୀଙ୍କ ଗାଡ଼ି ଘେରି ନାରାବାଜି କରୁଥିବା ଦେଖିବାକୁ ମିଳିଛି । ଏହା ବ୍ୟତୀତ, ଜେଡିୟୁ କର୍ମୀ ଅନେକ ଜେଡିୟୁ ନେତାଙ୍କ ଉପରେ ବିଜେପି ସହିତ ମେଣ୍ଟ କରିବାର ଅଭିଯୋଗ ଆଣିଛନ୍ତି । ଜେଡିୟୁ କର୍ମୀମାନେ କହିଛନ୍ତି, ସେମାନେ ୨୦୨୫ ବିହାର ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭୋଟ ଦେଇଥିଲେ ।
ନୀତୀଶ କୁମାରଙ୍କୁ ଜନସାଧାରଣ ଏବଂ କର୍ମୀଙ୍କ କଥା ଶୁଣିବାକୁ ପଡ଼ିବ । ପାଟନା ଛାଡ଼ି ଦିଲ୍ଲୀ ଯିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଏନେଇ ଚାଲିଥିବା ଚର୍ଚ୍ଚାରେ ନିଜେ ବିରାମ ଲଗାଇଛନ୍ତି ନୀତୀଶ । ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ନିଜେ ନୀତୀଶ କୁମାର । ଲେଖିଛନ୍ତି, ସଂସଦୀୟ ଜୀବନ ଆରମ୍ଭ କରିବା ସମୟରୁ ହିଁ ବିହାର ବିଧାନ ମଣ୍ଡଳର ଉଭୟ ସଦନ ସହିତ ସଂସଦର ମଧ୍ୟ ଉଭୟ ସଦନର ସଦସ୍ୟ ହେବାକୁ ମନରେ ଇଚ୍ଛାଥିଲା । ଏହି କ୍ରମରେ ଏଥର ହେଉଥିବା ନିର୍ବାଚନରେ ରାଜ୍ୟସଭାର ସଦସ୍ୟ ହେବାକୁ ଚାହୁଥିବା ଲେଖିଛନ୍ତି ନୀତୀଶ କୁମାର ।
ଅଧିକ ପଢନ୍ତୁ : ଚତୁର୍ଥ ଆସନରେ ହେବ ଚର୍ଚ୍ଚିତ ଲଢ଼େଇ; ଦତ୍ତେଶ୍ୱର ବନାମ ଦିଲ୍ଲୀପ
ପୂର୍ଣ୍ଣ ସାଧୁତାର ସହ ବିଶ୍ୱାସ ଦେବାକୁ ଚାହୁଁଛି ଯେ ଆପଣଙ୍କ ସହିତ ଏହି ସମ୍ପର୍କ ଭବିଷ୍ୟତରେ ମଧ୍ୟ ଅତୁଟ ରହିବ ଏବଂ ଆପଣଙ୍କ ସହିତ ମିଶି ଏକ ବିକଶିତ ବିହାର ଗଢ଼ିବାର ସଙ୍କଳ୍ପ ପୂର୍ବପରି ଜାରି ରହିବ । ଯେଉଁ ନୂତନ ସରକାର ଗଠନ ହେବ, ସେଥିପାଇଁ ମୋର ପୂର୍ଣ୍ଣ ସହଯୋଗ ଓ ମାର୍ଗଦର୍ଶନ ରହିବ ବୋଲି ଲେଖିଛନ୍ତି ନୀତୀଶ କୁମାର । ଏହାସହ ବିହାରରେ ବଡ଼ ରାଜନୈତିକ ପରିବର୍ତ୍ତନ ହେବା ସ୍ପଷ୍ଟ ହୋଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟସଭା ଗଲାପରେ ବିଜେପି ହାତକୁ ଯାଇପରେ ମୁଖ୍ୟମନ୍ତ୍ରୀ ଆସନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/05/nitish-kumar-2026-03-05-14-29-55.jpg)