Photograph: (kanak news)
କନକ ବ୍ୟୁରୋ:ଚାଷୀଙ୍କ ଅହରାତ୍ର ଧାରଣା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାଜପୁର ପଞ୍ଚାୟତ ରାମନଗର ପାଟଣା ସେବା ସମବାୟ ସମିତିର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜଳେଶ୍ୱର ରାଜଘାଟ ଓଟି ରୋଡ୍ର ରାଜପୁରଠାରେ ଧାରଣା । ମଣ୍ଡିରେ ଧାନକିଣା ଦାବିରେ ଧାନ ରଖି ଧାରଣା ଦେଇଛନ୍ତି ଚାଷୀ ।ଧାନ କିଣା ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।
ଏହି ସେବା ସମବାୟ ସମିତିରେ ୪୬୪ ଜଣ ଚାଷୀ ପଞ୍ଜିକୃତ ହୋଇଥିଲେ ମଧ୍ୟ ମାତ୍ର ୯୭ ଜଣଙ୍କ ଠାରୁ ଧାନ କିଣାଯାଇଛି । ଧାନ ଦେବାର ନିର୍ଦ୍ଦିଷ୍ଟ ଅର୍ଥ ଜମା ଖାତାରେ ପୈଠ ହୋଇନାହିଁ ବୋଲି ଅଭିଯୋଗ ହୋଇଛି । ଏଭଳି ଘଟଣା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି । କେଉଁଠି ମଣ୍ତିରୁ ଧାନ ଉଠୁନୁ ତ କେଉଁଠି ବିକାଯାଇଥିବା ଧାନର ପଇସା ପାଇପାରୁ ନାହାନ୍ତି । ଟୋକନର ଅବବ୍ୟବସ୍ଥା , ଚାଷୀଙ୍କୁ ହନ୍ତସନ୍ତ କରିଛି । ଏପରି ସମସ୍ୟାର କୌଣସି ସମାଧାନ ଏଯାବତ୍ ଦେଖାଯାଇନାହିଁ ।
ଆହୁରି ପଢ଼ନ୍ତୁ:ଜିମ୍ବାୱେକୁ ୭୨ ରନ୍ରେ ହରାଇଲା ଭାରତ, ସେମିଫାଇନାଲରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା
Follow Us