କନକବ୍ୟୁରୋ : ପୁଣିଥରେ ଚାଷୀ ମୃତ୍ୟୁ ଅଭିଯୋଗ  ।  ଗଞ୍ଜାମ ସୋରଡାରେ ହୃଦଦ୍‌ଘାତରେ ଚାଷୀର ମୃତ୍ୟୁ । ଧାନ ବିକ୍ରି ପାଇଁ ବାରମ୍ବାର ମଣ୍ଡିକୁ ଦୌଡ଼ିବା ପରେ ଶେଷରେ ନିରାଶ ହୋଇ ଚାଷୀ ହୃଦଘାତରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି  ।  ମୃତ ଚାଷୀ ହେଲେ ସୋରଡା ବ୍ଳକର ଚାକୁଣ୍ଡା ଗାଁର ୪୦ ବର୍ଷୀୟ ଗଣେଶ ବିଶୋୟୀ ।

Advertisment

ଗଣେଶ ଗତକାଲି ୯୦ ବସ୍ତା ଧାନ ଧରି ମିଲକୁ ଯାଇଥିଲେ ।  ମିଲର ୧୫ ବସ୍ତା ଧାନ ରଖି ବାକି ଧାନ ଗମ ହୋଇଛି ବୋଲି ଫେରାଇ ଦେଇଥିଲେ । ଫଳରେ ସେ ସେଠାରେ ହିଁ ଅସୁସ୍ଥ ହୋଇ ପଡିଥିଲେ  ।   ପରେ ତାଙ୍କୁ ବଡ଼ଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହାକୁ ନେଇ ଚାପା ଉତେଜନା ଲାଗି ରହିଥିବା ବେଳେ ଗଣେଶଙ୍କ ଶବ ବ୍ୟବଚ୍ଛେଦ ପାଇଁ ଆସିକା ପଠା ଯାଇଛି  ।