କନକ ବ୍ୟୁରୋ : ଧାରଣାରୁ ହଟିଲେ ଛାତ୍ରୀ । ୧୨ ଘଣ୍ଟା ପରେ ଖୋଲିଲା ଶୈଳବାଳା ମହିଳା ମହାବିଦ୍ୟାଳୟର ମୁଖ୍ୟ ଫାଟକ । ବିଧାୟିକା ସୋଫିଆ ଫିର୍ଦ୍ଦୋସ ବୁଝାସୁଝା କରିବା ପରେ ଧାରଣାରୁ ହଟିଛନ୍ତି ଶୈଳବାଳାର ଛାତ୍ରୀ । କଟକସ୍ଥିତ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବିରେ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ ଛାତ୍ରୀ ।
ଏହାପରେ ମୁଖ୍ୟ ଫାଟକର ଚାବି ଫିଙ୍ଗି ଦେଇଥିଲେ । ଶେଷରେ ବାଧ୍ୟହୋଇ ପୁଲିସ୍ ମୁଖ୍ୟ ଫାଟକର ଚାବିକୁ ଭାଙ୍ଗିଛି । ଏହାପରେ କଲେଜ ପରିସରରେ ଯେଉଁ ଅଧ୍ୟାପକ ମାନେ ଥିଲେ ସେମାନେ ଆସି ଧାରଣାରେ ବସିଥିବା ଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ଧାରଣାରେ ବସିଥିବା ଛାତ୍ରୀ ମାନଙ୍କ ପାଖରେ ପହଞ୍ଚି ଆଲୋଚନା କରିଥିଲେ କଟକ ବାରବାଟି ବିଧାୟିକା ସୋଫିଆ ଫିର୍ଦ୍ଦୋସ ।
ଅଧିକ ପଢନ୍ତୁ : ଶୈଳବାଳା ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି , କାହିଁକି କରାଯାଉଛି ଅଣଦେଖା ? ଉଠିଲା ପ୍ରଶ୍ନ
ଏହା ପୂର୍ବରୁ ଧାରଣାସ୍ଥଳକୁ ଯାଇଥିଲେ ମେୟର ସୁବାସ ସିଂ । ଶୈଳବାଳା ମହିଳା ମହାବିଦ୍ୟାଳୟରକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ପାଇଁ ଆମ ଦଳର ବିଧାୟକମାନଙ୍କ ସହିତ କଥା ହେବି ବୋଲି କହିଛନ୍ତି ମେୟର । ସରକାର ଦାବି ପୂରଣ ନକଲେ ଆଗକୁ ବଡ଼ ଧରଣର ଆନ୍ଦାଳନ ହେବ। ଏପରିକି ବିଧାନସଭା ଓ ଲୋକସେବା ଭବନ ଘେରାଉ କରିବେ ବୋଲି ଛାତ୍ରୀମାନେ ଚେତାବନୀ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/22/college-2026-02-22-07-40-00.jpg)