କନକ ବ୍ୟୁରୋ : ନିକଟରେ ଗଲା ରଙ୍ଗର ପର୍ବ ହୋଲି । ପୂରା ଦେଶ ହୋଲିକୁ ଖୁବ୍ ଧୁମଧାମରେ ପାଳନ କରିବା ସହ ସାଙ୍ଗସାଥୀମାନଙ୍କୁ ରଙ୍ଗ ଲଗାଇ ଭାଙ୍ଗ ପିଇ ଉତ୍ସବକୁ ଅତି ଉତ୍ସାହର ସହ ପାଳିଲେ । କିନ୍ତୁ ଭୋପାଳର ଜଣେ ଯୁବକଙ୍କ ପାଇଁ ହୋଲି ଖେଳ କାଳ ନେଇ ଆସିଲା । ଭୋପାଳର ଏସବାଗ୍ ଅଞ୍ଚଳରେ ରହୁଥିବା ୨୫ ବର୍ଷୀୟ ଯୁବକ କୃଷ୍ଣା ନାୟକ ପେସାରେ ଜଣେ ପ୍ରଫେସର୍ । ହୋଲି ପର୍ବରେ ସେ ଅତି ଉତ୍ସାହିତ ହୋଇ ସାଙ୍ଗସାଥୀଙ୍କ ସହ ଫଗୁ ଖେଳିଲେ ଏବଂ ଏକ ଲିଟର କ୍ଷୀରରେ ୬ ଟି ଭାଙ୍ଗ ଗୁଳା ପକାଇ ଘୋଳି ପିଇଗଲେ । ଭାଙ୍ଗ ପିଇ ସାରିବା ପରେ ନାଚ,ଗୀତର ଆସର ଜମିଲା ହେଲେ ନାଚୁ ନାଚୁ ତଳେ ପଡ଼ିଗଲେ କୃଷ୍ଣା । ଚେତାଶୂନ୍ୟ ସାଙ୍ଗକୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନେଇଗଲେ ସାଙ୍ଗସାଥୀ । ହେଲେ ସେତେବେଳକୁ ବହୁତ ଡେରୀ ହୋଇଯାଇଥିଲା । ଡାକ୍ତର ପ୍ରଫେସରଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ବର୍ତ୍ତମାନ ଏକ ବଡ଼ ଚିନ୍ତାର କାରଣ ପାଲଟିଛି । କାରଣ ଅଧିକାଂଶ ଲୋକଙ୍କ ଧାରଣା ଥାଏ ଯେ ବିନା ଭାଙ୍ଗରେ ହୋଲିର ରଙ୍ଗ ଚଢ଼େନା । କିନ୍ତୁ ଏହି ଭାଙ୍ଗ ଯେ ଜଣେ ପ୍ରଫେସରଙ୍କ ଜୀବନ ନେଇଗଲା ତାହା ଏବେ ଚିନ୍ତାର ବିଷୟ ପାଲଟିଛି । ତେବେ ଭାଙ୍ଗ କିପରି ଭାବରେ ଜଣଙ୍କ ଜୀବନ ନେଇପାରେ ଏବଂ ଏହା ପିଇବା ଦ୍ବାରା ଦେହରେ କେଉଁ ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ହୁଏ ଆସନ୍ତୁ ଜାଣିବା ।
ଆଗକୁ ପଢ଼ନ୍ତୁ : ଶରୀର ପାଇଁ ଅମୃତ ବେଲପତ୍ର : ପ୍ରତିଦିନ ଖାଇଲେ ୫ ସମସ୍ୟା ହେବ ଦୂର
ଭାଙ୍ଗରେ THC ଗୁଣ ଥାଏ ଯାହା ଏକପ୍ରକାର ସାଇକୋଏକ୍ଟିଭ୍ କମ୍ପାଉଣ୍ଡ୍ । ଏହା ମସ୍ତିଷ୍କ ଏବଂ ଶିରାପ୍ରଶିରା ଉପରେ ପ୍ରଭାବ ପକାଇଥାଏ । ଯେହେତୁ ଏହାର ପ୍ରଭାବ ଶରୀରରେ ତୁରନ୍ତ ଦେଖାଯାଏ ନାହିଁ ତେଣୁ ଲୋକମାନେ କିଛି ଫରକ ପଡ଼ିବ ନାହିଁ ଭାବି ଅଧିକ ଭାଙ୍ଗ ସରବତ ପିଇ ଦିଅନ୍ତି । ଯେମିତିକି ହୋଲିରେ ଜଣେ କେତେ ଗ୍ଲାସ୍ ଭାଙ୍ଗ ପିଇଦିଅନ୍ତି ତାହା ନିଜେ ବି ଜାଣିପାରନ୍ତି ନାହିଁ । କିନ୍ତୁ ପରେ ଏହାର ପ୍ରଭାବ ଶରୀରରେ ଦେଖିବାକୁ ମିଳେ । ଅଧିକ ଭାଙ୍ଗ ପିଇଲେ ଶରୀରରେ ଗମ୍ଭୀର ରିଆକ୍ସନ୍ ଦେଖାଯାଏ । ଯେମିତିକି ହୃଦସ୍ପନ୍ଦନ ବଢ଼ିଯିବା,ପାନିକ୍ ଆଟାକ୍ ଆସିବା,ବାଉଳି ହେବା,ଡିହାଇଡ୍ରେସନ୍ ହେବା ଏବଂ କ’ଣ କହୁଛନ୍ତି ଜାଣି ନପାରିବା ।
ଭାଙ୍ଗ ଭଳି ପଦାର୍ଥ ଡିପ୍ରେସନ୍ ଏବଂ ସିଜୋଫ୍ରେନିୟା ଭଳି ବିପଦକୁ ମଧ୍ୟ ବଢ଼ାଇଦିଏ । ଏହାଛଡ଼ା ଗର୍ଭଧାରଣ କିମ୍ବା ସ୍ତନ୍ୟପାନ ସମୟରେ ଭାଙ୍ଗ ସରବତ ପିଇଲେ ପ୍ରିମାଚ୍ୟୁର୍ ଡେଲିଭରି ହେବାର ଯଥେଷ୍ଟ ସମ୍ଭାବନା ଥାଏ । ଜନ୍ମ ସମୟରେ ପିଲାର ଓଜନ କମିବା ସହିତ ପିଲାର ମସ୍ତିଷ୍କ ବିକଶିତ ହୋଇନଥାଏ । ଏଥିପାଇଁ ଏକ୍ସପର୍ଟ ଭାଙ୍ଗ ପିଇବାଠାରୁ ଦୂରେଇ ରହିବା ଭଲ ବୋଲି କୁହନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/03/09/bhanga-2026-03-09-09-32-48.jpg)