କନକ ବ୍ୟୁରୋ : ଏମ୍ସ ପ୍ଲସ ହେବ ଏମେକେସିଜି। ହେଲେ ସମସ୍ୟା ଯେମିତି ପିଛା ଛାଡ଼ୁନି। ଏମକେସିଜି ସାଧାରଣ ଯକ୍ଷ୍ମା ବିଭାଗର ଭାଗ୍ୟ ବଦଳୁନି । ପୂର୍ବରୁ ବେଡ ସମସ୍ୟା ଥିଲା ବେଳେ ଏବେ ଚିନ୍ତା ବଢ଼ାଉଛି ଅଚଳ ଆଇସିୟୁ।
ବିଶ୍ୱସ୍ତରୀୟ ଚିକିତ୍ସା ମିଳିବ, ଏମ୍ସ ପ୍ଲସ ହେବ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ଏମକେସିଜି ମେଡିକାଲ। ହେଲେ ଦିନକୁ ହଜାର ହଜାର ରୋଗୀ ନିର୍ଭର କରୁଥିବା ଏହି ଡାକ୍ତରଖାନାର ଦେହ ଭଲ ରହୁନି। ଏବେ ଯକ୍ଷ୍ମା ବିଭାଗରେ ରୋଗୀ ହନ୍ତସନ୍ତ ହେବା ସାମ୍ନାକୁ ଆସିଛି। ନଜର ପକାନ୍ତୁ ଏହି ଅଚଳ ମେସିନ ଉପରେ। ଲକ୍ଷ ଲକ୍ଷ ଟଙ୍କାରେ କିଣା ଯାଇଥିବା ଏହି ଆଇସିୟୁ, ଭେଣ୍ଟିଲେଟର ଓ ଅନ୍ୟ ମେସିନ ଗୁଡ଼ିକ ଆଉ କାମ କରୁନି। ଫଳରେ ଗୁରୁତର ରୋଗୀ ଚିକିତ୍ସା ନ ପାଇ ଅନ୍ୟତ୍ର ସ୍ଥାନାନ୍ତର ହେଉଥିବା ଅଭିଯୋଗ ହୋଇଛି।
ଅଧିକ ପଢ଼ନ୍ତୁ: ବଡ଼ ଡାକ୍ତରଖାନାରେ ଇଏ କି ବ୍ୟବସ୍ଥା ? ରୁଗ୍ଣ ହୋଇପଡ଼ିଛି ଏମ୍କେସିଜି !
୧୨ ବର୍ଷ ତଳେ କିଣା ହୋଇଥିଲା ମେସିନ୍। କାମରେ ନଲାଗି ହୋଇଗଲା ଅଚଳ। କାହିଁକି ଏମ୍କେସିଜିକୁ ଏତେ ଅବହେଳା? ଟିବି ୱାର୍ଡ ଆଇସିୟୁ ମେଣ୍ଟେନାନ୍ସ ଟେଣ୍ଡର ନେଇଛି ଘରୋଇ ସଂସ୍ଥା କେଟିପିଏଲ । ହେଲେ ଅଚଳ ଆଇସିୟୁକୁ ସଜାଡ଼ୁନି। ୭ଟି ଆଇସିୟୁ ବେଡରୁ ୩ଟି ଅକାମି ହୋଇ ପଡିଥିବାରୁ ଗୁରୁତର ରୋଗୀଙ୍କୁ ରଖିବା ସମ୍ଭବ ହେଉନି। ମେଣ୍ଟେନାନ୍ସ ଟେଣ୍ଡର ହାତେଇଥିବା ସଂସ୍ଥାର ମନମାନି ଯୋଗୁଁ ଯକ୍ଷ୍ମା ରୋଗୀ ମରଣ ସହ ଲଢ଼ୁଛନ୍ତି। ହେଲେ କେଟିପିଏଲ ଦେହରେ ଟିପ ମାରିବାକୁ କାହାର ସାହସ ଜୁଟୁନି।
ଦିନକୁ ଦିନ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ବଢୁଛି। ୯ଟି ଜିଲ୍ଲାର ରୋଗୀ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ତଥାପି ଯକ୍ଷ୍ମା ବିଭାଗର ସମସ୍ୟା କାହାରି ଆଖିକୁ ଦିଶୁନି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/03/a2-2026-03-03-18-50-09.jpg)