କନକ ବ୍ୟୁରୋ : ଭଙ୍ଗା ପାଣି ଟ୍ୟାପ୍ । ଦରଭଙ୍ଗା କବାଟ । ତଳେ ଅଖା ବସ୍ତା ଦିଆଯାଇଛି । ପିଲା ରହୁଥିବା ସ୍ଥାନ କୁକୁଡ଼ା ଭାଡ଼ିର ସ୍ଥିତି ବି ଏହା ଠାରୁ ଭଲ ଥିବ । ଶିକ୍ଷାର ଏ ଚିତ୍ର ହେଉଛି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର । ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପ୍ରାଥମିକ ଆବାସିକ ବିଦ୍ୟାଳୟ । ଶିଶୁ ବାଟିକାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୮୩ ଜଣ ଛାତ୍ରଛାତ୍ରୀ ଏଠାରେ ପାଠ ପଢ଼ୁଛନ୍ତି । ସେଥିରୁ ୪୦ ଜଣ ରହୁଛନ୍ତି ହଷ୍ଟେଲ୍ରେ । ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ନାହିଁ । ଗୋଟିଏ ଘରେ ୪ଟି ଶ୍ରେଣୀର ପିଲା ବସୁଛନ୍ତି । ଅଧା ଉପରେ ଆଉ ଅଧା ଛାତ୍ରଛାତ୍ରୀ ତଳେ ।
ଭଙ୍ଗା ଆଜବେଷ୍ଟସ୍ ଛାଉଣୀ ଉପରେ ପଲିଥିନ ବିଛାଇ ରୋଷେଇ କରାଯାଉଛି । ୪୦ ଜଣ ପିଲା ୨ଟି ହଷ୍ଟେଲ୍ରେ ରହୁଛନ୍ତି । ବିପଦସଙ୍କୁଳ ଘରେ ୨୦ ଜଣ ଲେଖାଏଁ ଛାତ୍ରୀଙ୍କୁ ଗାଈ, ଛେଳି ଭଳିଆ ରଖାଯାଉଛି । ସ୍କୁଲ୍ ପରିସରରେ ସର୍ବଦା ସାପର ଭୟ ରହୁଛି । ବିକଳ୍ପ ଭାବେ କବାଟ ତଳେ ଅଖା ବସ୍ତା ଦିଆଯାଉଛି । ୟା ଠୁ ଲଜ୍ଜାଜନକ ଆଉ କିଛି ହୋଇନପାରେ । ହେଲେ ଏଥିପ୍ରତି ଶିକ୍ଷା ବିଭାଗ କି ଆଦିବାସୀ ଉନ୍ନୟନ ସଂସ୍ଥାର ଦୃଷ୍ଟି ପଡ଼ୁନି !
ଅଧିକ ପଢ଼ନ୍ତୁ : ଅଧିକାର ପାଇଁ ‘ଉମରକୋଟ ସଂଗ୍ରାମ ମଞ୍ଚ’ର ଲଢ଼େଇ; ୧୨ ଘଣ୍ଟିଆ ଅଖ ଚକ ବନ୍ଦ
ଏମିତି ଆମ ଶୈକ୍ଷିକ ବାତାବରଣ ? ଏଭଳି ପରିବେଶରେ ପିଲାଙ୍କ ମାନସିକ ସ୍ଥିତି ତାଙ୍କୁ ପାଠପଢ଼ାରେ ସାହାଯ୍ୟ କରିବ ? ଯଦି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅବସ୍ଥା ଏମିତି ତାହେଲେ ଅନ୍ୟସ୍ଥାନରେ କ’ଣ ଥିବ ସ୍ଥିତି ? ଅନ୍ୟପଟେ ଖୁବଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ଚମ୍ପୁଆ ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/10/tribal-school-2026-02-10-18-24-30.png)