କନକ ବ୍ୟୁରୋ:  କୁନିକୁନି ପିଲାଙ୍କ ଜୀବନ ସହ ଖେଳ । ବିନା ଫିଟନେସ୍‌ରେ ଚାଲିଛି ସ୍କୁଲ୍ ବସ୍ । ସମ୍ବଲପୁର ସହରରେ କିଛି ଘରୋଇ ସ୍କୁଲ୍‌ର ବସ୍‌ ବିନା ଫିଟନେସ୍‌ରେ ଗଡ଼ୁଥିବା ଟ୍ରାଫିକ୍ ପୁଲିସର ଯାଞ୍ଚ ବେଳେ ସାମ୍ନାକୁ ଆସିଛି । ଯାହାକୁ ନେଇ ବଢୁଛି ଚିନ୍ତା । 
 
ସମ୍ବଲପୁରରେ ବିଭିନ୍ନ ଘରୋଇ ସ୍କୁଲ ପକ୍ଷରୁ ଗଡ଼ୁଥିବା ବସ୍‌ର ନାହିଁ ଫିଟନେସ୍ । ଫଳରେ ବର୍ଷ ବର୍ଷ ହେବ ବିପଦପୂର୍ଣ୍ଣ ଅବସ୍ଥାରେ ଯାତ୍ରା କରୁଛନ୍ତି ଛାତ୍ରଛାତ୍ରୀ । ଟ୍ରାଫିକ୍ ପୁଲିସର ଯାଞ୍ଚ ବେଳେ ସାମ୍ନାକୁ ଆସିଛି ଏ ଘଟଣା । ସହରର ଦୁଇ ବଡ଼ ବଡ଼ ଘରୋଇ ସ୍କୁଲ୍‌ର ଅବହେଳା ପଦାରେ ପଡ଼ିଛି । ସମ୍ବଲପୁରର ବିକାଶ ସ୍କୁଲର ୧୨ଟି ଓ ବୈଦିକ ସ୍କୁଲର ୩ଟି ବସ୍‌ର ଫିଟନେସ୍ ନଥିବା ଜଣାପଡ଼ିଛି । ଫଳରେ ବିକାଶ ସ୍କୁଲର ବସ୍ ଉପରେ ୧ ଲକ୍ଷ ୬୦ ହଜାର ଓ ବୈଦିକ ସ୍କୁଲର ବସ୍ ଉପରେ ୧୬ ହଜାର ୫ ଶହ ଟଙ୍କା ଫାଇନ୍ ଲଗାଇଛି ଆରଟିଓ । 

Advertisment

ନା ମିଳୁଛି ଭତ୍ତା ନା ରାସନ ଚାଉଳ; ଛିଣ୍ଡା ଜରି ତଳେ ଜୀବନ ଜିଉଁଛନ୍ତି ୭୯ ବର୍ଷୀୟ ବୃଦ୍ଧ

ଦୀର୍ଘଦିନ ନିଦରେ ଶୋଇବା ପରେ ଏବେ ସଜାଗ ହୋଇଛି ଟ୍ରାଫିକ୍ ପୁଲିସ । କଡ଼ା ଯାଞ୍ଚ ସହ ପ୍ରତିଟି ସ୍କୁଲ୍‌ ବସ୍‌ ଓ ଭ୍ୟାନ୍‌ଗୁଡ଼ିକର ଲାଇସେନ୍ସ, ପଲ୍ୟୁସନ, ଫିଟନେସ୍‌ ଓ ଇନସ୍ୟୁରାନ୍ସ ଆଦି ଯାଞ୍ଚ କରାଯାଉଛି । ଏଥିସହ ଖିଲାପକାରୀଙ୍କୁ ମୋଟା ଅଙ୍କର ଜରିମାନା ଲଗାଉଛି ଆରଟିଓ । ସହରରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷ ପ୍ରତି ଏ ସାଂଘାତିକ ଅବହେଳା କାହିଁକି ବୋଲି ଅଭିଭାବକ ପ୍ରଶ୍ନ କରିଛନ୍ତି ।