କନକ ବ୍ୟୁରୋ : ନା ଭତ୍ତା ମିଳୁଛି ନା ରାସନ ଚାଉଳ । ନିଜର ଘର ନଥିବାରୁ କୟାଁ ଗଛମୂଳେ ଛିଣ୍ଡା ଜରି ଟାଣି ଜୀବନ ବିତାଉଛନ୍ତି ୭୯ ବର୍ଷର ବୃଦ୍ଧ ଉଜ୍ଜ୍ୱଳମଣି । ନିଜର ବୋଲି କେହି ନଥିବା ବେଳେ ସାହାଯ୍ୟ ପାଇଁ କରୁଛନ୍ତି ଗୁହାରି । ନାଁ ଉଜ୍ଜ୍ୱଳମଣି । ହେଲେ ତାଙ୍କ ଭାଗ୍ୟ କିନ୍ତୁ ଅନ୍ଧାରକୁ ଠେଲି ହୋଇଯାଇଛି ।
ଚାରିଖଣ୍ଡ ବାଉଁଶ ଆଉ ଉପରେ ଛିଣ୍ଡା ଜରି ପକା ଘରେ ରହୁଛନ୍ତି ଉଜ୍ଜ୍ୱଳମଣି । ତିନିପଟେ ବାଉଁଣ ଖଣ୍ଡ ପୋତା ହୋଇ ବାଡ଼ ସୁରକ୍ଷା ଦେଉଥିବା ବେଳେ ଅନ୍ୟପଟେ ମେଲା । ଉପରେ ପଡ଼ିଥିବା ଛିଣ୍ଡା ଜରିକୁ ସାହାରା ଦେଉଛି କିଛି ଖଣ୍ଡ ବାଉଁଶ । ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖାଯାଉଥିବା ବେଳେ ଖରା ବର୍ଷାରେ ନିଜ ଭାଗ୍ୟକୁ ଆଦରି ପଡିରହିଛନ୍ତି ଉଜ୍ୱଳମଣି । ସେହି ଘରକୁ କିଛିଟାରେ ଆଶ୍ରୟ ଦେଉଛି ବିରାଟ କୟାଁ ଗଛ ।
ଅଧିକ ପଢ଼ନ୍ତୁ : ରାସନ୍କାର୍ଡଧାରୀଙ୍କ ପାଇଁ ଖୁସି ଖବର ; ବଢ଼ିଲା ଇ-କେୱାଇସି ଅପଡେଟ୍ ଅବଧି
ଅନ୍ଧାରରେ ପରିଣତ ବୟସରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ବୃଦ୍ଧ । ବୟସ ପରିଣତରେ ପହଞ୍ଚି ଯାଇଥିବାରୁ ଠିକରେ ଚାଲିପାରୁନାହାନ୍ତି । ବାଡି ଖଣ୍ଡେ ଏବେ ତାଙ୍କ ସାହାରା । ନିଜର ବୋଲି କେହି ନଥିବା ବେଳେ ନିଜେ ବଞ୍ଚିବା ପାଇଁ ଦୁଇଓଳି ଦୁଇ ମୁଠା ଖାଦ୍ୟ ବି ଭାରି କଷ୍ଟରେ ସଂଗ୍ରହ କରୁଛନ୍ତି । ଏହି ବୟସରେ ନିକଟସ୍ଥ ଜଙ୍ଗଲରୁ କାଠ ସଂଗ୍ରହ କରି ବିକ୍ରି କରି ଚଳୁଛନ୍ତି ।
ଦିନେ ଚୁଲି ଜଳିଲେ ଦିନେ ଉପାସରେ ରୁହନ୍ତି ଏହି ବୃଦ୍ଧ । ପୂର୍ବରୁ ଭତ୍ତା ମିଳୁଥିଲା, ହେଲେ ନିଜର ଆଧାର କାର୍ଡ ହଜିଯିବାରୁ ଦୀର୍ଘ ୮ ମାସ ହେଲାଣି ଭତ୍ତା ଟଙ୍କା ମିଳୁନି । ଏଥିସହ ରାସନ ଚାଉଳ ମଧ୍ୟ ମିଳୁନି । ଭତ୍ତା ଆଉ ଚାଉଳ ପାଇଁ ଏହି ପରିଣତ ବୟସରେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ଯେତେ ଗୁହାରି କଲେ ବି କେହି ଶୁଣୁନାହାନ୍ତି । ସବୁଆଡ଼ୁ ନିରାଶ ହୋଇ ଉଜ୍ଜ୍ୱଳମଣି ଭାଗ୍ୟକୁ ଆଦରି ଏହିପରି ଦୟନୀୟ ଅବସ୍ଥାରେ ପଡ଼ିରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/05/no-ration-2025-11-05-17-02-59.jpg)