ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ, ନରୱଣେଙ୍କ ଅପ୍ରକାଶିତ ବହିକୁ ନେଇ ଗୃହରେ ଝଡ଼ ଭିତରେ ଗୃହରେ ଭାଷଣ ଦେବେ ନରେନ୍ଦ୍ର ମୋଦୀ

Advertisment

ପୂର୍ବତନ ଆର୍ମି ମୁଖ୍ୟ ନରୱଣେଙ୍କ ଅପ୍ରକାଶିତ ବହିକୁ ନେଇ ଗୃହରେ ଝଡ଼ ଭିତରେ ଗୃହରେ ଭାଷଣ ଦେବେ ନରେନ୍ଦ୍ର ମୋଦୀ । ବିରୋଧୀଙ୍କ ହଟଗୋଳ ପାଇଁ ଗତକାଲି ବିବୃତି ରଖିପାରିନଥିଲେ ପ୍ରଧାନମନ୍ତ୍ରୀ ।

ପୂର୍ବତନ ଆର୍ମି ମୁଖ୍ୟ ନରୱଣେଙ୍କ ଅପ୍ରକାଶିତ ବହିକୁ ନେଇ ଗୃହରେ ଝଡ଼ ଭିତରେ ଗୃହରେ ଭାଷଣ ଦେବେ ନରେନ୍ଦ୍ର ମୋଦୀ । ବିରୋଧୀଙ୍କ ହଟଗୋଳ ପାଇଁ ଗତକାଲି ବିବୃତି ରଖିପାରିନଥିଲେ ପ୍ରଧାନମନ୍ତ୍ରୀ ।

Prime Minister

Prime Minister Photograph: (KanakNews)

କନକ ବ୍ୟୁରୋ: ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ । ପୂର୍ବତନ ଆର୍ମି ମୁଖ୍ୟ ନରୱଣେଙ୍କ ଅପ୍ରକାଶିତ ବହିକୁ ନେଇ ଝଡ଼ ଚାଲିଥିଲା ବେଳେ ପ୍ରଧାନମନ୍ତ୍ରୀ ଆଜି ଗୃହରେ ଭାଷଣ ଦେବେ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ଦେଈପାରିନଥିଲେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଜି  ପ୍ରଧାନମନ୍ତ୍ରୀ ଧନ୍ୟବାଦ ପ୍ରସ୍ତାବ ଦେବେ। ଗୃହରେ ପାଦ ରଖୁ ରଖୁ ବିରୋଧୀ ସ୍ଲୋଗାନ ଦେବା ସହ ପ୍ରବଳ ହଟଗୋଳ କରିଥିଲେ। ଗୃହକାର୍ଯ୍ୟରେ ବାଧା ପାଇଁ ଗୃହକୁ ମୁଲତବି ରଖିବାକୁ ପଡ଼ିଥିଲା । ଆଜି ଦିନ ୧୧ଟାରେ ଆରମ୍ଭ ହେବ ଗୃହକାର୍ଯ୍ୟ ।

ଗ୍ରୋକ୍ ଏଆଇ ପ୍ରଧାନମନ୍ତ୍ରୀଙ୍କ ମାଳଦ୍ୱୀପ ପୋଷ୍ଟର ଭୁଲ୍ ଅନୁବାଦ କଲା

ସେପଟେ ପ୍ରଧାନମନ୍ତ୍ରୀଙ୍କୁ ବିରୋଧୀ ଦଳର ମହିଳା ସାଂସଦ ମାନେ ଉଦ୍ଦେଶ୍ୟମୂଳକ ଭାବେ ଆସି ଘେରି ଯାଇଥିଲେ ବୋଲି ଅଭିଯୋଗ କରିଛି ବିଜେପି । ସେପଟେ ସଂସଦ ପରିସରରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କେନ୍ଦ୍ରମନ୍ତ୍ରୀ ରଭନୀତ ସିଂହ ବିଟ୍ଟୁଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳିଛି । ବିଟ୍ଟୁଙ୍କୁ ରାହୁଲ ବିଶ୍ବାସଘାତକ ସମ୍ବୋଧନ କରିଥିବାବେଳେ ପାଲଟା ଜବାବରେ ବିରୋଧୀ ଦଳ ନେତାଙ୍କୁ ଦେଶର ଶତ୍ରୁ କହିଥିଲେ ବିଟୁ । ଏହି ଘଟଣାକୁ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ଜୋରଦାର ବିକ୍ଷୋଭ ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe