ଇସ୍ରାଏଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

Advertisment

ମୋଦୀଙ୍କ ଏହି ଗସ୍ତ କେବଳ ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତାକୁ ସୁଦୃଢ଼ କରିବ ନାହିଁ, ବରଂ ଏସିଆ ଏବଂ ମଧ୍ୟ-ପ୍ରାଚ୍ୟର ଭୂ-ରାଜନୈତିକ ସମୀକରଣରେ ଏକ ବଡ଼ ପରିବର୍ତ୍ତନ ଆଣିବାର ସମ୍ଭାବନା ରଖିଛି ।

ମୋଦୀଙ୍କ ଏହି ଗସ୍ତ କେବଳ ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତାକୁ ସୁଦୃଢ଼ କରିବ ନାହିଁ, ବରଂ ଏସିଆ ଏବଂ ମଧ୍ୟ-ପ୍ରାଚ୍ୟର ଭୂ-ରାଜନୈତିକ ସମୀକରଣରେ ଏକ ବଡ଼ ପରିବର୍ତ୍ତନ ଆଣିବାର ସମ୍ଭାବନା ରଖିଛି ।

modi

modi Photograph: (Kanak news)

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଐତିହାସିକ ଇସ୍ରାଏଲ୍ ଗସ୍ତ । ଭାରତ-ଇସ୍ରାଏଲ୍ ସମ୍ପର୍କରେ ଯୋଡ଼ା ହେବ ଏକ ନୂତନ ଅଧ୍ୟାୟ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀର୍ଘ ୯ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଇସ୍ରାଏଲ୍ ଗସ୍ତ କରିଛନ୍ତି । ଇସ୍ରାଏଲରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ବାଗତ, ସମ୍ବର୍ଦ୍ଧନା କରାଯାଇଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିଜେ ବିମାନ ବନ୍ଦରରେ ପହଞ୍ଚି ନିଜ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାଛୋଟି ନେଇଛନ୍ତି । 

ଆହୁରି ପଢ଼ନ୍ତୁ... ବଳଦେବଜିଉଙ୍କ ବ୍ରହ୍ମ ତାଳଧ୍ବଜ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କାର ଅନୁଦାନ ମଞ୍ଜୁର

ମୋଦୀଙ୍କ ଏହି ଗସ୍ତ କେବଳ ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତାକୁ ସୁଦୃଢ଼ କରିବ ନାହିଁ, ବରଂ ଏସିଆ ଏବଂ ମଧ୍ୟ-ପ୍ରାଚ୍ୟର ଭୂ-ରାଜନୈତିକ ସମୀକରଣରେ ଏକ ବଡ଼ ପରିବର୍ତ୍ତନ ଆଣିବାର ସମ୍ଭାବନା ରଖିଛି । ଯଦିଓ ଏହି ଗସ୍ତକୁ ନେଇ ଉଭୟ ଦେଶରେ ଉତ୍ସାହ ରହିଛି, ଇସ୍ରାଏଲର ଆଭ୍ୟନ୍ତରୀଣ ରାଜନୀତିରେ ବିରୋଧୀଦଳଙ୍କ ବର୍ଜନ ଧମକ ଏହାକୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରିଛି। ୯ ବର୍ଷ ପରେ ଏହି ଗସ୍ତ କେବଳ ଫାଇଲ୍ ଚୁକ୍ତିରେ ସୀମିତ ନୁହେଁ। ଏହା ଦର୍ଶାଉଛି ଯେ ଭାରତ ଏବେ ନିଜର ବୈଦେଶିକ ନୀତିରେ ଅଧିକ ସ୍ପଷ୍ଟ। 

ପୂର୍ବରୁ ଭାରତ ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ୍ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଯାଇ ଇସ୍ରାଏଲ୍ ସହ ଖୋଲାଖୋଲି ମିଶୁନଥିଲା, କିନ୍ତୁ ଏବେ ଭାରତ ନିଜର ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ଦେଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଇସ୍ରାଏଲ୍ ଗସ୍ତ ଆଗାମୀ ଦଶନ୍ଧି ପାଇଁ ଭାରତର ପ୍ରତିରକ୍ଷା ଏବଂ ବୈଷୟିକ ରୂପରେଖ ପ୍ରସ୍ତୁତ କରିବ। ବ୍ୟବସାୟିକ ଏବଂ ରଣନୈତିକ ଦୃଷ୍ଟିକୋଣରୁ ଏହା ଏକ ସଫଳ ଗସ୍ତ ହେବାକୁ ଯାଉଛି। ଭାରତ ଏବଂ ଇସ୍ରାଏଲର ଏହି 'ବିଜୟୀ ଯୋଡ଼ି' ବିଶ୍ୱ ରାଜନୀତିରେ ଏକ ନୂଆ ଶକ୍ତି କେନ୍ଦ୍ର ଭାବେ ଉଭା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe