କନକବ୍ୟୁରୋ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ପରେ ଇଣ୍ଡିଗୋରେ ଫେରାର ହୋଇ ଇଣ୍ଡିଗୋରେ ଧରାପଡ଼ିଲେ ଲୁଥ୍ରାଭ୍ରାତା । ଖସିଯିବା ଯୋଜନା କିପରି ହେଲା ଫେଲ୍? ଗୋଆ ନାଇଟ୍ କ୍ଲବରେ ଭୟାବହ ଅଗ୍ନିକାଣ୍ଡ ଘଟାଇ ୨୫ ଜଣଙ୍କ ମୃତ୍ୟୁ ପାଇଁ ଦାୟୀ ଥିବା କ୍ଲବର ମାଲିକ ସୌରଭ ଏବଂ ଗୌରବ ଲୁଥ୍ରା ଖସିଯିବା ଯୋଜନା ସମ୍ପୂର୍ଣ୍ଣ ବିଫଳ ହୋଇଛି । ଅଗ୍ନିକାଣ୍ଡର କିଛି ଘଣ୍ଟା ପରେ ଡିସେମ୍ବର ୭ ଭୋର ୫ଟା ୩୦ରେ ଦୁଇଭାଇ ଇଣ୍ଡିଗୋ ଫ୍ଲାଇଟ୍ ଯୋଗେ ଦିଲ୍ଲୀରୁ ଥାଇଲ୍ୟାଣ୍ଡର ଫୁକେଟକୁ ଫେରାର ହୋଇଯାଇଥିଲେ । ତେବେ ଗୋଆ ପୁଲିସ୍ ଓ ଭାରତ ସରକାରଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ, ପାସପୋର୍ଟ ନିଲମ୍ବନ ଏବଂ ଇଣ୍ଟରପୋଲର ବ୍ଲୁ କର୍ଣ୍ଣର ନୋଟିସ୍ ଯୋଗୁ ଦୁଇ ଭାଇ ଥାଇ ପୁଲିସ୍ ଦ୍ୱାରା ଧରାପଡ଼ିଥିଲେ ।
ଅଧିକ ପଢନ୍ତୁ... ଗିରଫ ହେବେ ପୂର୍ବତନ କ୍ରିକେଟର ରଣତୁଙ୍ଗା, ଦୁର୍ନୀତି ଅଭିଯୋଗରେ ଫସିଲେ ଅର୍ଜୁନ
ତାଙ୍କର ଏହି ଫେରାର ଯୋଜନାରେ ଅଜବ ସମାନତା ଥିଲା। ସେମାନେ ଇଣ୍ଡିଗୋ ବିମାନରେ ଦେଶ ଛାଡ଼ିଥିଲେ ଏବଂ ଫୁକେଟରେ ‘ହୋଟେଲ ଇଣ୍ଡିଗୋ' ରହିଥିଲେ । ଯେଉଁଠାରେ ସେମାନଙ୍କୁ ପୁଲିସ୍ ଗିରଫ କରିଥିଲା। ଗିରଫ ପରେ ସେମାନଙ୍କୁ ଭାରତ ପ୍ରତ୍ୟର୍ପଣ ମଧ୍ୟ ଇଣ୍ଡିଗୋ ବିମାନରେ ହୋଇଛି। କୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ଏବେ ଉଭୟଙ୍କୁ ଆଇନର ସାମ୍ନା କରିବାକୁ ପଡ଼ିବ।
ଇଣ୍ଡିଗୋରେ ଆରମ୍ଭ ଇଣ୍ଡିଗୋରେ ଶେଷ
ଗୋଆ ଅଗ୍ନିକାଣ୍ଡ ପରେ ଲୁଥ୍ରାଭ୍ରାତା ଇଣ୍ଡିଗୋ ଫ୍ଲାଇଟରେ ଦେଶ ଛାଡ଼ିଥିଲେ
ଫୁକେଟ୍ରେ ପହଞ୍ଚିବା ପରେ ହୋଟେଲ ଇଣ୍ଡିଗୋରେ ରହିଥିଲେ
ଥାଇ ପୁଲିସ୍ ଉଭୟଙ୍କୁ 'ଇଣ୍ଡିଗୋ' ନାମକ ହୋଟେଲରୁ ଗିରଫ କରିଥିଲା
ଫେରାର ହେବାର ମାଧ୍ୟମ ଓ ରହିବାର ସ୍ଥାନର ନାମ 'ଇଣ୍ଡିଗୋ'
ଦୁଇ ଭାଇଙ୍କୁ ଇଣ୍ଡିଗୋ ହିଁ ଧରା ପକାଇଲା
ପୁଲିସ୍ ତଦନ୍ତରେ ଇଣ୍ଡିଗୋ ବିମାନ ଟିକେଟ୍ ବୁକିଂ ମୁଖ୍ୟ ପ୍ରମାଣ ଥିଲା
କଡିସେମ୍ବର ୧୧ ​​ତାରିଖରେ ଲୁଥ୍ରା ଭାଇମାନଙ୍କୁ ଥାଇଲାଣ୍ଡର ଫୁକେତରେ ଥିବା ହୋଟେଲ ଇଣ୍ଡିଗୋରେ ଅଟକ ର ଖାଯାଇଥିଲା । ଡିସେମ୍ବର ୧୨ ତାରିଖରେ ସେମାନଙ୍କୁ ଫୁକେତରୁ ବ୍ୟାଙ୍କକ୍କୁ ପ୍ରତ୍ୟର୍ପଣ କରାଯାଇଥିଲା, ଯେଉଁଠାରେ ଆନୁଷ୍ଠାନିକ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଡିସେମ୍ବର ୧୧ ​​ତାରିଖରେ, ଗୋଆ ପୁଲିସର ଉଦ୍ୟମରେ ଲୁଥ୍ରା ଭାଇମାନଙ୍କ ପାସପୋର୍ଟକୁ ରଦ୍ଦ କରାଯାଇଥିଲା ।
ସେହିଦିନ, ରୋହିଣୀ କୋର୍ଟ ଦ୍ୱାରା ସେମାନଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରାଯାଇଥିଲା ଏବଂ ସେମାନଙ୍କୁ କୌଣସି ଆଶ୍ୱସ୍ତି ମିଳିନଥିଲା। ଡିସେମ୍ବର ୬ତାରିଖ ମଧ୍ୟରାତ୍ରି ପରେ ଗୋଆର ଆରପୋରାରେ ଥିବା "ବିର୍ଚ ବାଏ ରୋମିଓ ଲେନ୍" ନାଇଟ୍ କ୍ଲବରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ୨୫ଜଣଙ୍କର ମୃତ୍ୟୁ ହୋଇଥିଲା। ସେବେଠାରୁ ଏହାର ମାଲିକ ସୌରଭ ଓ ଗୌରବ ଫେରାର ଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/16/goa-night-club-2025-12-16-14-58-55.jpg)