କନକ ବ୍ୟୁରୋ : ପୁରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ବେତଗଙ୍ଗାରେ ପିଣ୍ଡଦାନ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ କରିବେ ଦର୍ଶନ । ସକାଳ ୭ଟା ୪୦ ମିନିଟ୍ରେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ରାଷ୍ଟ୍ରପତି, ସେଠାରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ୭ଟା ୪୫ରୁ ୮ଟା ୧୦ ମଧ୍ୟରେ ସେ ମହାପ୍ରଭୁଙ୍କ ଦର୍ଶନ କରିବେ । ଗୋପାଳବଲ୍ଲଭ ଭୋଗ ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ୍ ସକାଳ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।ଶ୍ରୀମନ୍ଦିରରୁ ଆସିବା ପରେ ଲୋକଭବନରେ ଜଳପାନ ବ୍ୟବସ୍ଥା କରାଯାଇଛି । ସକାଳ ୯ଟା ୧୫ରେ ସେ ଲୋକ ଭବନ ଛାଡ଼ି ତାଳବଣିଆ ହେଲିପ୍ୟାଡ୍ ପହଞ୍ଚିବେ ରାଷ୍ଟ୍ରପତି ।
ସେଠାରୁ ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଯିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ ପୁରୀରେ କଡ଼ାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ପୁରୀ ପରେ ଶ୍ରୀମନ୍ଦିରରେ ଦର୍ଶନ ସାରି ତିନି ଦିନିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବ୍ଲୁ-ବୁକ୍ ସିକ୍ୟୁରିଟି ଅନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି, ମଙ୍ଗଳବାର ଏହାର ସମୀକ୍ଷା କରିଛନ୍ତି ଏଡିଜି ଦୟାଲ ଗାଙ୍ଗୱାର ଓ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲି ।
ଅଧିକ ପଢନ୍ତୁ : ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି, ବିଦ୍ୟାର୍ଥୀଙ୍କୁ ଦେଲେ ମନ୍ତ୍ର
ପ୍ରତି କାର୍ଯ୍ୟକ୍ରମ ସ୍ଥଳରେ ଜଣେ ଲେଖାଏଁ ଅଭିଜ୍ଞ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ନେଇ ନିୟୋଜିତ କରାଯାଇଛି । କୋଣସି ପ୍ରକାର ତ୍ରୁଟିମୁକ୍ତ ଭାବେ ପ୍ରୋଟୋକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କିପରି ହେବ ସେନେଇ ପୋଲିସ ବିଭାଗ ସଚେତନ ରହିଛି । ସୁରକ୍ଷା ଦୃଷ୍ଟିରୁ ସହରରେ ୪୮ ପ୍ଲାଟୁନ ପୋଲିସ ଫୋର୍ସ ଓ ଶତାଧିକ ପୋଲିସ ଅଫିସର ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଠୁପାଲି । ୬ ଜଣ ଏସପି ଓ କମାଣ୍ଡାଣ୍ଟ ରାଙ୍କ ଅଫିସର, ୧୨ ଜଣ ଏଏସପି ଡେପୁଟି କମାଣ୍ଡାଣ୍ଟ ଅଫିସର , ୨୭ ଡିଏସପି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଫିସର , ୬୦ ଇନ୍ସପେକ୍ଟର, ୧୬୦ ଏସଆଇ ୩୪୦ ହୋମଗାର୍ଡ, ୩ ଟି ଏସ୍ଓଜି ଟିମ୍, ୨ ଟି ଡିବିଏଫ ଟିମ୍ ଏବଂ ଗୋଟିଏ ଓଡ୍ରାଫ ଟିମ୍ ମୁତୟନ କରାଯାଇଛି। ମହାମହିମଙ୍କ ଗସ୍ତକୁ ନେଇ ପୋଲିସ ବିଭାଗ ପ୍ରସ୍ତୁତ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/04/president-2026-02-04-07-00-28.jpeg)